Gurpatwant Singh Pannu: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲା ଶିଖ୍ ଫର୍ ଜଷ୍ଟିସ ମୁଖିଆ ଗୁରୁପତୱନ୍ତ ସିଂହ ପନ୍ନୁ
Advertisement

Gurpatwant Singh Pannu: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲା ଶିଖ୍ ଫର୍ ଜଷ୍ଟିସ ମୁଖିଆ ଗୁରୁପତୱନ୍ତ ସିଂହ ପନ୍ନୁ

Gurpatwant Singh Pannu Accident: ଆମେରିକାରେ ହୋଇଥିବା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛି ଏସଏଫଜେ ପ୍ରତିଷ୍ଠାତା ଗୁରୁପତୱନ୍ତ ସିଂହ ପନ୍ନୁ। ହେଲେ ଶିଖ୍ ଫର ଜଷ୍ଟିସ ପ୍ରତିଷ୍ଠାତାଙ୍କ ମୃତ୍ୟୁ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ।

 Gurpatwant Singh Pannu: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲା ଶିଖ୍ ଫର୍ ଜଷ୍ଟିସ ମୁଖିଆ ଗୁରୁପତୱନ୍ତ ସିଂହ ପନ୍ନୁ

Gurpatwant Singh Pannu Death: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛି ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ଶିଖ୍ ଫର ଜଷ୍ଟିସ ମୁଖିଆ ଗୁରୁପତୱନ୍ତ ସିଂହ ପନ୍ନୁ। ଭାରତ ସରକାରଙ୍କ ଦ୍ୱାରା ନିଷିଦ୍ଧ ହୋଇଥିବା ଏହି ଆତଙ୍କବାଦୀ ସଙ୍ଗଠନ ମୁଖିଆର ଆମେରିକାରେ ହୋଇଥିବା ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଏନେଇ କୁହାଯାଉଛି ଯେ ତାଙ୍କ କାର ଆମେରିକୀୟ ହାଇୱେ ୧୦୧ ଠାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ହେଲେ ଶିଖ୍ ଫର ଜଷ୍ଟିସ ମୁଖିଆର ମୃତ୍ୟୁ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇପାରି ନାହିଁ। 

କୁହାଯାଉଛି ଯେ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ଶିଖ୍ ଫର ଜଷ୍ଟିସ (Sikhs for Justice) ଏସଏଫଜେ ପ୍ରତିଷ୍ଠାତା ମୁଖିଆ (SFJ Founder) ଗୁରୁପତୱନ୍ତ ସିଂହ ପନ୍ନୁ (Gurpatwant Singh Pannu) ଦୀର୍ଘ ସମୟ ଧରି ଅଣ୍ଡରଗ୍ରାଉଣ୍ଡ ରହି ଭାରତ ବିରୋଧୀ କାର୍ଯ୍ୟକଳାପରେ (Anti India Activities) ଜଡିତ ରହିଥିଲା। ଗୁରୁପତୱନ୍ତ ସିଂହ ପନ୍ନୁ ଭୟ କରୁଥିଲେ ଯେ ଖାଲିସ୍ତାନୀ ଆତଙ୍କବାଦୀ (Khalistani Terrorist) ହାର୍ଦ୍ଦିକ ସିଂହ ନିଜ୍ଜର, ଅବତାର ସିଂହ ଖାଣ୍ଡା ପରେ ତାକୁ ଟାର୍ଗେଟ କରାଯାଇପାରେ। ଶିଖ୍ ଫର ଜଷ୍ଟିସ ମୁଖିଆ ସୋସିଆଲ ମିଡିଆ ମାଧ୍ୟମରେ ଭାରତ ବିରୋଧରେ ବିଷ ଓଗାଳିବାରେ ଲାଗିଥିଲା। ଭାରତ ବିରୋଧି ବିଭିନ୍ନ ଭିଡ଼ିଓ (Gurpatwant Singh Pannu Video) ଜାରି ସେ ଖାଲିସ୍ତାନ ପ୍ରତିଷ୍ଠା (Khalistan Formation) ବିଷୟରେ ଗର୍ବ କରୁଥିଲେ।

ଗୁରୁପତୱନ୍ତ ସିଂହ ପନ୍ନୁ ଆତଙ୍କବାଦୀ ଘୋଷିତ କରିଥିଲେ ଭାରତ ସରକାର 
ଗତ ୨୦୨୦ ଜୁଲାଇ ୧ ତାରିଖରେ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ (Unlawful Activities Prevention Act) ୟୁଏପିଏ (UAPA) ଆଇନ ଅନୁଯାୟୀ ଭାରତ ସରକାର (Govt of India) ଗୁରୁପତୱନ୍ତ ସିଂହ ପନ୍ନୁକୁ  ଆତଙ୍କବାଦୀ ଘୋଷଣା କରିଥିଲେ। ଗତ ୨୦୨୦ ଜୁଲାଇରେ ପଞ୍ଜାବ ପୋଲିସ (Punjab Police) ଅମୃତସର (Amritsar) ଏବଂ କାପୁରଥାଲା (Kapurthala) ଠାରେ ଶିଖ୍ ଫର ଜଷ୍ଟିସ ପ୍ରତିଷ୍ଠାତା (Sikhs for Justice Founder) ମୁଖିଆ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା। ଯିଏ ପ୍ରାୟ ସମୟରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଖାଲିସ୍ତାନ ପ୍ରସଙ୍ଗରେ ଭାରତ ବିରୋଧରେ ବିଷ ଓଗାଳିବାରେ ଲାଗିଥିଲା। ହିମାଚଳ ପ୍ରଦେଶ (Himachal Pradesh) ଏବଂ ଉତ୍ତରଖଣ୍ଡ (Uttrakhand) ଆଦି ରାଜ୍ୟ ଦ୍ୱୟକୁ ତଥାକଥିତ ଖାଲିସ୍ତାନ ମଧ୍ୟରେ ଅନ୍ତର୍ଭୂକ୍ତ କରିବାକୁ ଧମକ ଦେଉଥିଲା। ଏସଏଫଜେ ମୁଖିଆ ନିର୍ଦ୍ଦେଶକ୍ରମେ ଶିଖ୍ ଫର ଜଷ୍ଟିସ ଆତଙ୍କବାଦୀ ସମଗ୍ର ବିଶ୍ୱରେ ହିନ୍ଦୁ ମନ୍ଦିର (Hindu Temple), ଭାରତୀୟ ଦୂତାବାସ (Indian Embassy) ଏବଂ ସାଧାରଣ ନାଗରିକଙ୍କୁ (Oversese Indian Citizen) ଟାର୍ଗେଟ କରୁଥିଲେ।
 
ଅମୃତସରରେ ଜନ୍ମଗ୍ରହଣ କରିଥିଲା ଏସଏଫଜେ ମୁଖିଆ
ଏସଏଫଜେ ପ୍ରତିଷ୍ଠାତା ମୁଖିଆ ଗୁରୁପତୱନ୍ତ ସିଂହ ପନ୍ନୁ ପଞ୍ଜାବ ଅମୃତସର ଜିଲ୍ଲାର ଖାନକୋଟ ଗ୍ରାମରେ ଜନ୍ମଗ୍ରହଣ କରିଥିଲା। ପରେ ସେ ରୋଜଗାର ପାଇଁ ବିଦେଶ ଚାଲି ଯାଇଥିଲେ। ଯିଏ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହାୟତାରେ ପଞ୍ଜାବରେ ଖାଲିସ୍ତାନ ଆନ୍ଦୋଳନକୁ (Khalistan Movement) ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଥିଲା। ଖାଲିସ୍ତାନ ପ୍ରସଙ୍ଗରେ ବିଦେଶରେ ରହୁଥିବା ଶିଖଙ୍କୁ (Sikh) ଉସକାଉଥିଲା। କେବଳ ଏତିକି ନୁହେଁ ସେ ଆଇଏସଆଇ ପାଖରୁ ମିଳିଥିବା ଆର୍ଥିକ ସହାୟତାରେ ଭାରତରେ ହିଂସାକାଣ୍ଡ ଭିଆଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ।

ଟଙ୍କା ଲୋଭ ଦେଖାଇ ଯୁବକଙ୍କୁ କରୁଥିଲା ବିଭ୍ରାନ୍ତ 
ଗୁରୁପତୱନ୍ତ ସିଂହ ପନ୍ନୁ ନିରୀହ ଯୁବକଙ୍କୁ ଟଙ୍କା ଲୋଭ ଦେଖାଇ ଯୁବକଙ୍କୁ ବିଭ୍ରାନ୍ତ କରୁଥିଲା। ସେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଏବଂ ଖାଲିସ୍ତାନ ପ୍ରତି ସହାନୁଭୂତି ରଖୁଥିବା ବ୍ୟକ୍ତିଙ୍କ ଠାରୁ ଆର୍ଥିକ ସହାୟତା ପାଉଥିଲା। ଆତଙ୍କବାଦ ବିସ୍ତାର କରିବା ଏବଂ ଖାଲିସ୍ତାନ ଉପରେ ଏକ ନକଲି ଗଣମତ ସଂଗ୍ରହ କରିବାରେ ସେ ଏହାକୁ ବ୍ୟବହାର କରୁଥିଲା।