SHOCKING: ଜନ୍ମ ପରେ ଶିଶୁର ମଥାରେ ବଢ଼ୁଥିଲା ଜାଆଁଳା ଭାଇ, ସିଟି ସ୍କାନରେ ହେଲା ଖୁଲାସା
Advertisement

SHOCKING: ଜନ୍ମ ପରେ ଶିଶୁର ମଥାରେ ବଢ଼ୁଥିଲା ଜାଆଁଳା ଭାଇ, ସିଟି ସ୍କାନରେ ହେଲା ଖୁଲାସା

Shocking News: ମହିଳାଙ୍କ ଗର୍ଭରେ ଜାଆଁଳା ଶିଶୁ ବଢିବା ଏକ ସାମାନ୍ୟ କଥା ଅଟେ। ବେଳେ ବେଳେ ଜାଆଁଳା(Twins) ଶିଶୁଙ୍କ ମଧ୍ୟରୁ ଜଣଙ୍କର ବିକାଶରେ ବାଧା ସୃଷ୍ଟି ହୋଇଥାଏ। କିନ୍ତୁ ଜଣେ ଏକ ବର୍ଷର ଶିଶୁର ମୁଣ୍ଡରେ ଆଉ ଏକ ଶିଶୁ ବଢିବା କଥା ଅବିଶ୍ୱାସନୀୟ ଅଟେ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ନିକଟରେ ଏହିପରି ଏକ ଘଟଣା ଲୋକଲୋଚନକୁ ଆସିଛି। 

ସୌ(ସୋସିଆଲ ମିଡିଆ)

Shocking News: ମହିଳାଙ୍କ ଗର୍ଭରେ ଜାଆଁଳା ଶିଶୁ ବଢିବା ଏକ ସାମାନ୍ୟ କଥା ଅଟେ। ବେଳେ ବେଳେ ଜାଆଁଳା(Twins) ଶିଶୁଙ୍କ ମଧ୍ୟରୁ ଜଣଙ୍କର ବିକାଶରେ ବାଧା ସୃଷ୍ଟି ହୋଇଥାଏ। କିନ୍ତୁ ଜଣେ ଏକ ବର୍ଷର ଶିଶୁର ମୁଣ୍ଡରେ ଆଉ ଏକ ଶିଶୁ ବଢିବା କଥା ଅବିଶ୍ୱାସନୀୟ ଅଟେ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ନିକଟରେ ଏହିପରି ଏକ ଘଟଣା ଲୋକଲୋଚନକୁ ଆସିଛି। ଆମେରିକାନ ଏକାଡେମୀ ଅଫ୍‌ ନ୍ୟୁରୋଲୋଜିର ଏକ ଜର୍ଣ୍ଣାଲରେ ପ୍ରକାଶିତ ଏହି ରିପୋର୍ଟ ସମସ୍ତଙ୍କୁ ଚକିତ କରିଦେଇଛି।

ସୂଚନା ଅନୁସାରେ, ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣାଟି ଚାଇନାର(China) ଘଟିଛି। ଜଣେ ଏକ ବର୍ଷର କୁନି ଝିଅର ମୁଣ୍ତ ବେଲୁନ ପରି ଫୁଲିବାକୁ ଲାଗିଥିଲା । ଏହାପରେ ଝିଅଟିର  ବାପା ଓ ମାଆ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସିଟି ସ୍କାନ୍ କରିବା ପରେ ତାର ମୁଣ୍ଡରେ ଆଉ ଏକ ଶିଶୁ ବଢୁଥିବାର ଦେଖିବାକୁ ମିଳିଥିଲା। ପରେ ଡାକ୍ତର ମାନେ ଅସ୍ତ୍ରୋପଚାର କରି ମୁଣ୍ଡରେ ବଢୁଥିବା ଭ୍ରୁଣ‌ (Fetus) କୁ ବାହାର କରିଥିଲେ। ଡାକ୍ତରଙ୍କ କହିବା ଅନୁସାରେ, ଗର୍ଭାବସ୍ଥାରେ ହିଁ ଶିଶୁଟିର ମୁଣ୍ଡରେ ଏହି ଭ୍ରୁଣ‌ ବଢିବା ଆରମ୍ଭ କରିଥିଲା। ଫୁଡାନ ୟୁନିଭର୍ସିଟିର ଡାକ୍ତର ମାନଙ୍କ କହିବା ଅନୁସାରେ, ଏହା ଏକ ଇଣ୍ଟ୍ରାଭେଣ୍ଟ୍ରିକୁଲାର ଭ୍ରୁଣ ଅଟେ। ଏହା ଦ୍ୱାରା ୨ ଜାଆଁଳା ଶିଶୁ ଗର୍ଭରେ ଅଲଗା ହୋଇନପାରି ଗୋଟିଏ ଭ୍ରୁଣ ଅନ୍ୟଟି ଭିତରେ ରହିଯାଏ ଓ ସେଠାରେ ହିଁ ବିକଶିତ ହେବାରେ ଲାଗେ। ଘଟଣାଟି ଲୋକଲୋଚନକୁ ଆସିବା ପରେ ଶିଶୁଟିର ମୁଣ୍ଡରେ ତାର ଜାଆଁଳା ଭାଇ ବଢୁଥିବା ନେଇ ଚର୍ଚ୍ଚା ଚାଲିଛି। ଅସ୍ତ୍ରପୋଚାର କରିଥିବା ଡାକ୍ତରଙ୍କ କହିବା ଅନୁସାରେ, ଏକ ବର୍ଷର କୁନି ଝିଅ ମୁଣ୍ଡର ଆକାର ଆକସ୍ମିକ ଭାବେ ବୃଦ୍ଧି ପାଇବାରେ ଲାଗିଥିଲା। ଧିରେ ଧିରେ ଝିଅର ବିକାଶ ଧିମା ହେବାରୁ ପରିବାର ଲୋକେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ସିଟି ସ୍କାନ୍ ପରେ ବାଳିକାର ମୁଣ୍ଡରେ ଆଉ ଏକ ଭ୍ରୁଣ ବଢୁଥିବା ଜଣା ପଡି଼ଥିଲା। ଡାକ୍ତର କହିଛନ୍ତି ଯେ, ମୁଣ୍ଡ ଭିତରେ ଭ୍ରୁଣଟିର ବିକାଶ କ୍ଷୀପ୍ର ଗତିରେ ହେବାକୁ ଲାଗିଥିଲା। ଏହାର ଅଣ୍ଟାର ହାଡ଼, ଆଙ୍ଗୁଳି ଓ ନଖ ମଧ୍ୟ ବିକଶିତ ହୋଇ ସାରିଥିଲା। ଅସ୍ତ୍ରପୋଚାର ପରେ ଭ୍ରୁଣଟିର ଲମ୍ବ ୪ ଇଞ୍ଚ ଥିବା ସୂଚନା ମିଳିଛି।

ଏହାମଧ୍ଯ ପଢନ୍ତୁ-Shocking News: ବୟଫ୍ରେଣ୍ତ ସହ ହନିମୁନ୍ ଯିବ ବୋଲି, ଯୁବତୀ କଲେ ଏଭଳି କାଣ୍ତ..

ଏହାମଧ୍ଯ ପଢନ୍ତୁ-Shocking: ବର୍ତ୍ତମାନ ଏଠାରେ ବିନା ଡ୍ରେସରେ ସୁଇମିଂ ପୁଲରେ ସ୍ନାନ କରିବେ ମହିଳା! ସରକାର ଦେଲେ ଅନୁମତି

ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ଏହିପରି ୨୦୦ଟି ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ୨ ଜାଆଁଳା ଶିଶୁ ଗର୍ଭ ଭିତରେ ଅଲଗା ହୋଇ ନପାରି ଜଣେ ଅନ୍ୟ ଜଣକ ଭିତରେ ବିକଶିତ ହେବାରେ ଲାଗନ୍ତି। ଏପରିସ୍ଥଳେ କିଛି ଶିଶୁଙ୍କର ପାଟି, ସ୍କ୍ରୋଟମ, ଅନ୍ତଃନଳୀରେ ଭ୍ରୁଣ ବଢିବାର ରିପୋର୍ଟ ମିଳିଥିବା ବେଳେ ମୁଣ୍ଡରେ ଭ୍ରୁଣ ବଢିବାର ୧୮ଟି ମାମଲା ଲୋକ ଲୋଚନକୁ ଆସିଥିବା ଜଣାପଡ଼ିଛି।