Shocking News: ଭାଇରାଲ ହେଉଛି ୧୯୫୯ ମସିହାର ବିଲ, ଜାଣନ୍ତୁ ଭରିଏ ସୁନାର ମୂଲ୍ୟ କେତେ ଥିଲା?
Advertisement
Article Detail0/zeeodisha/odisha1540979

Shocking News: ଭାଇରାଲ ହେଉଛି ୧୯୫୯ ମସିହାର ବିଲ, ଜାଣନ୍ତୁ ଭରିଏ ସୁନାର ମୂଲ୍ୟ କେତେ ଥିଲା?

Old Bill Goes Viral: ସଦ୍ୟ ସୋସିଆଲ ମିଡ଼ିଆ ଜରିଆରେ ଏକ ପୁରୁଣା ବିଲ ଭାଇରାଲ ହେଉଛି। ଯାହା ଦର୍ଶାଉଛି ଯେ ପୁରୁଣା ଦିନରେ ସୁନା ଦର କେତେ ରହିଥିଲା। ଏହି ବିଲ୍ ପ୍ରାୟ ୬୪ ବର୍ଷ ପୁରୁଣା ଏବଂ ଏହା ୧୯୫୯ ମସିହାର ବୋଲି ଜଣାପଡ଼ିଛି। 

Shocking News: ଭାଇରାଲ ହେଉଛି ୧୯୫୯ ମସିହାର ବିଲ, ଜାଣନ୍ତୁ ଭରିଏ ସୁନାର ମୂଲ୍ୟ କେତେ ଥିଲା?

10 Gram Gold priced at just Rs 113: ନିକଟରେ ସୁନା ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ହଳଦିଆ ରଙ୍ଗର ଏହି ମୂଲ୍ୟବାନ ଧାତୁ ଗ୍ରାହକଙ୍କ ପକେଟ ଗରମ କରିବାରେ ଲାଗିଛି। ୨୦୨୩, ଜାନୁୟାରୀ ୨୩ ତାରିଖରେ ଓଡିଶାରେ ଜିଏସଟି ବିଲ୍ ସହିତ ସୁନା ମୂଲ୍ୟ ୫୮ ହଜାର ୮୮୦ ଟଙ୍କା ରହିଛି। ବିଭିନ୍ନ କାରଣ ଉପରେ ନିର୍ଭର କରି ସୁନା ମୂଲ୍ୟ ପ୍ରତିଦିନ ବଦଳିଥାଏ। ହେଲେ କେବେ ଆପଣ ଶୁଣିଛନ୍ତି ୧୦ ଗ୍ରାମ ସୁନାର ମୂଲ୍ୟ ୧୧୩ ଟଙ୍କା ରହିଥିଲା! ହଁ ଆଜ୍ଞା ଆପଣ ଠିକ୍ ପଢିଛନ୍ତି।

ସଦ୍ୟ ସୋସିଆଲ ମିଡ଼ିଆ (Social Media) ଜରିଆରେ ଏକ ପୁରୁଣା ବିଲ (Old Bill Viral) ଭାଇରାଲ ହେଉଛି। ଯାହା ଦର୍ଶାଉଛି ଯେ ପୁରୁଣା ଦିନରେ ସୁନା ଦର (Gold Price) କେତେ କମ ରହିଥିଲା। ଏହି ବିଲ୍ ପ୍ରାୟ ୬୪ ବର୍ଷ ପୁରୁଣା ଏବଂ ଏହା ୧୯୫୯ ମସିହାର ବୋଲି ଜଣାପଡ଼ିଛି। ଏହା ଆଶ୍ଚର୍ଯ୍ୟଜନକ ନୁହେଁ କି? ବ୍ରାଣ୍ଡେଡ୍ ଚକୋଲେଟ୍ ମଧ୍ୟ ବର୍ତ୍ତମାନ ସମୟରେ ଅଧିକ ମହଙ୍ଗା ହୋଇ ଉଠିଛି। ହେଲେ ଏବେ 
ଭାଇରାଲ ହେଉଥିବା ଏକ ପୁରୁଣା ବିଲ ଅନୁଯାୟୀ ଏହି ବିଲ୍ ୧୯୫୯ ମସିହା ମାର୍ଚ୍ଚ ୩ ତାରିଖର ବୋଲି ଜଣାପଡ଼ିଛି। ଏହି ବିଲ ମହାରାଷ୍ଟ୍ରସ୍ଥିତ (Maharashtra) ଭମାନ ନିମ୍ବାଜୀ ଆଷ୍ଟେକର (Vaman Nimbaji Ashtekar) ନାମକ ଏକ ଦୋକାନର ବୋଲି ଜଣାପଡ଼ିଛି।

ଏହି ବିଲ ଦେହରେ ଯେଉଁ କ୍ରେତାଙ୍କ ନାମ ରହିଛି ସେ ହେଉଛନ୍ତି ଶିବଲିଙ୍ଗ ଅତ୍ମାରାମ (Shivling Atmaram)। ଯେଉଁଥିରେ ଦର୍ଶାଯାଇଛି ଯେ ଶିବଲିଙ୍ଗ ଅତ୍ମାରାମ ଭମାନ ନିମ୍ବାଜୀ ଆଷ୍ଟେକର ଦୋକାନରୁ ସୁନା ଏବଂ 
ରୂପା ଅଳଙ୍କାର କିଣିଥିଲେ। ଯାହାର ମୋଟ ମୂଲ୍ୟ ୯୦୯ ଟଙ୍କା ରହିଥିଲା। ଏହି ବିଲ୍ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ପୁରୁଣା ଦିନ କଥା ମନେ ପକାଇ ଦେଇଛି। ଏହି ପୁରୁଣା ବିଲ ଦେଖିବା ପରେ ସୋସିଆଲ ମିଡ଼ିଆ ୟୁଜର ଆଶ୍ଚର୍ଯ୍ୟ ଚକିତ ହୋଇ ପଡ଼ିଛନ୍ତି। ସେହି ସମୟର ୧୦୦ ଟଙ୍କା ଆଜିର ଦିନରେ ୫୦ ହଜାର ଟଙ୍କା ସହିତ ସମାନ। 

କିଛି ଦିନ ପୂର୍ବେ ଭାରତୀୟ ବନସେବା ଅଧିକାରୀ ପରବୀଣ କସୱାନ  ୧୯୮୭ ମସିହାର ଏକ ଗହମ ବିଲ ଫଟୋ ସେୟାର କରିଥିଲେ। ସେତେବେଳ ସମୟରେ ଗହମର ମୂଲ୍ୟ କିଲୋଗ୍ରାମ ପିଛା ମାତ୍ର ୧.୬ ଟଙ୍କା ରହିଥିଲା। ଏନେଇ ଟ୍ୱିଟ କରି ଆଇଏଫଏସ ପରବୀଣ କସୱାନ (IFS Parveen Kaswan) କହିଛନ୍ତି, "୧୯୮୭ ମସିହାରେ ଯେତେବେଳେ ଗହମର ମୂଲ୍ୟ କିଲୋଗ୍ରାମ ପିଛା ୧.୬ ଟଙ୍କା ରହିଥିଲା ସେତେବେଳେ ମୋର ଜେଜବାପା ଗହମ ଫସଲକୁ ଭାରତୀୟ ଖାଦ୍ୟ ନିଗମକୁ ବିକ୍ରି କରିଥିଲେ। " 

ଏହା ଉପରେ ପ୍ରତିକ୍ରିୟା ରଖି ସୋସିଆଲ ମିଡ଼ିଆ ୟୁଜର କହିଛନ୍ତି ଯେ ଯଦି ଗହମର ମୂଲ୍ୟ ସୁନା ପରି ବଢିଯାଏ, ତାହେଲେ ଲୋକେ ଭୋକରେ ପ୍ରାଣ ହରାଇବେ।