Shocking News: ଅଚାନକ ଚାଷ ଜମିରେ ଉଡ଼ିବାରେ ଲାଗିଲା ଭୂତ, ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ
Advertisement
Article Detail0/zeeodisha/odisha1508356

Shocking News: ଅଚାନକ ଚାଷ ଜମିରେ ଉଡ଼ିବାରେ ଲାଗିଲା ଭୂତ, ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

Desi Jugad:  କୌଣସି ଆଧିୁନିକ ଜ୍ଞାନକୌଶଳର ବିକଳ୍ପ ଖୋଜି ବାହାର କରିବାରେ ଯେ କୌଣସି ଭାରତୀୟ ବିଶ୍ୱର ଅନ୍ୟ ଦେଶର ଲୋକଙ୍କ ଠାରୁ ବହୁତ ଆଗୁଆ। 

Shocking News: ଅଚାନକ ଚାଷ ଜମିରେ ଉଡ଼ିବାରେ ଲାଗିଲା ଭୂତ, ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

Bhartiya Desi Jugad: କୌଣସି ଆଧୁନିକ ଜ୍ଞାନକୌଶଳର ବିକଳ୍ପ ବାହାର କରିବାରେ ବିଶ୍ୱରେ ଭାରତୀୟଙ୍କ ସହ କେହି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ବିକଳ୍ପ ଖୋଜି ବାହାର କରିବାରେ ଯେ କୌଣସି ଭାରତୀୟ ବିଶ୍ୱର ଅନ୍ୟ ଦେଶର ଲୋକଙ୍କ ଠାରୁ ବହୁତ ଆଗୁଆ। କୌଣସି ଭାରତୀୟ ସେ ମେକାନିକ୍ ହୁଅନ୍ତୁ ଅଥବା କୃଷକ ହୁଅନ୍ତୁ ସମସ୍ତେ ଆଧୁନିକ ଜ୍ଞାନକୌଶଳର ବିକଳ୍ପ ବାହାର କରିବାରେ ବେଶ ପାରଙ୍ଗମ। 

ଚାଷ ଜମିରେ କୃଷକଙ୍କ ପାଇଁ ଏପରି ଅନେକ କାର୍ଯ୍ୟ ଅଛି, ଯାହାକୁ କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିପାରେ। ଯାହା ମଧ୍ୟରେ ଚାଷ କରାଯାଇଥିବା ଫସଲ ଉପରେ ନଜର ରଖିବା ହେଉଛି ସେମାନଙ୍କ ମଧ୍ୟରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ସବୁଠୁ କଷ୍ଟକର କାର୍ଯ୍ୟ ହେଉଛି ଦିନ ବେଳା ଚାଷ ଜମିକୁ  ଆସୁଥିବା ପଶୁ ପକ୍ଷୀଙ୍କ କବଳରୁ ଫସଲକୁ ସୁରକ୍ଷା ଦେବା। ଜଣେ କୃଷକ ପ୍ରତି ଦିନ ନିଜ ଚାଷ ଜମିରେ ଉପସ୍ଥିତ ରହିପାରିବ ନାହିଁ। ଏହି କାରଣରୁ କୃଷକ ମଣିଷ ଭଳି ପ୍ରତିକୃତି ତିଆରି କରି ଏହାକୁ ଚାଷ ଜମିରେ ଛିଡା କରି ଦେଇଥାଏ। ଯାହାକୁ ସାଧାରଣତଃ ପାଳଭୂତ ବୋଲି କୁହାଯାଇଥାଏ। 

ହେଲେ ଏହି ସମସ୍ୟାର ସମାଧାନ ବର୍ତ୍ତମାନ କୃଷକଙ୍କ ଦ୍ୱାରା ଏପରି ନୂଆ କୌଶଳ ଆପଣା ଦେଖାଯାଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସୋସିଆଲ ମିଡିଆ ଜରିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଯେଉଁଥିରେ କୃଷକ  ଫସଲକୁ ସୁରକ୍ଷା ଦେବାକୁ ଯାଇ ଚାଷ ଜମିରେ ଏକ ପାଳଭୂତ ଛିଡା କରିଛି। ଏପରି କରିବା ପଛରେ ଉଦ୍ଦେଶ୍ୟ ହେଉଛି ଫସଲକୁ ପଶୁ ପକ୍ଷୀଙ୍କ କବଳରୁ ସୁରକ୍ଷା ପ୍ରଦାନ କରିବା। ହେଲେ ଏଭଳି କାର୍ଯ୍ୟ କରିବା ପାଇଁ ଲୋକେ ଯେଉଁ  କୌଶଳ ଆପଣାଯାଉଛି ତାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। 

 

 
 
 
 

 
 
 
 
 
 
 
 
 
 
 

A post shared by JUGAAD (@jugaadu_life_hacks)

ଏହାର ଏକ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ମାଟିରେ ପୋତ ହୋଇଥିବା ଏକ ସ୍ପଞ୍ଜ ଭଳି ଏକ ନମନୀୟ ଲୁହା ଖୁଣ୍ଟରେ ଏକ ପାଳଭୂତକୁ ବାନ୍ଧି ଦିଆଯାଇଛି। ଯିଏ ପବନ ବହିବା ମାତ୍ରେ ଉଡ଼ିବାରେ ଲାଗୁଛି। ଏହାକୁ ଦେଖିଲେ ସତରେ ଏହା ଏକ ଉଡନ୍ତା ଭୂତ ଭଳି ଦେଖାଯାଉଛି।  ଫସଲର ସୁରକ୍ଷାକୁ ଯାଇ କୃଷକଙ୍କ ଦ୍ୱାରା ଆପଣା ଯାଇଥିବା କୌଶଳକୁ ବେଶ ପ୍ରଶଂସା କରାଯାଇଛି। ଏହା ପୂର୍ବରୁ ମଧ୍ୟ କୃଷକ ଚାଷ ଜମିରେ ଚାଷ ହୋଇଥିବା ଫସଲକୁ ପଶୁ ପକ୍ଷୀଙ୍କ କବଳରୁ ରକ୍ଷା କରିବା ପାଇଁ ଅନେକ ପ୍ରକାର କଳା କୌଶଳ ବ୍ୟବହାର କରି ସାରିଛନ୍ତି। ହେଲେ  ଏହି କଳା କୌଶଳକୁ ପରିବର୍ତ୍ତନ କରି ନିଆରା ଉପକରଣ ବ୍ୟବହାର କରିଛନ୍ତି।

Also Read: ଶୀତ ଦିନେ ଗାଧୋଇବାକୁ କରିଲେ ନୂଆ ଯୋଗାଡ, ହେଲେ ଆପଣ ଘରେ କରିବେନି ଏହି କାମ

ଏହି ଭିଡିଓ  jugaadu_life_hacks ନାମକ Instagram Handle ଦ୍ୱାରା ସେୟାର କରାଯାଇଛି। ବଡ଼ ବଡ଼ ଚାଷଜମିରେ ଫସଲର ସୁରକ୍ଷା କରିବାକୁ ଯାଇ ଦିନ ସମୟରେ ଖରାରେ ଠିଆ ହେବା କଷ୍ଟକର। ଏହି ସମ୍ୟାର ସମାଧାନ ପାଇଁ କୃଷକ ଜମିରେ ପାଳଭୂତ ଠିଆସ କରିଥାନ୍ତି। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯେତେବେଳେ ଏହା ଅଧିକ ଲାଭ ମିଳିଲା ନାହିଁ, ସେତେବେଳେ କୃଷକ ଅନ୍ୟାନ୍ୟ ବିକଳ୍ପ ବ୍ୟବହାର କରିବା ଆରମ୍ଭ କରି ଦେଇଛନ୍ତି।