Shocking news: ପ୍ରଶାସନକୁ ଚିଠି ଲେଖିଲେ ମୃତ ଘୋଷିତ ହୋଇଥିବା ବାଦାମ ଦେବୀ, କହିଲେ...
Advertisement

Shocking news: ପ୍ରଶାସନକୁ ଚିଠି ଲେଖିଲେ ମୃତ ଘୋଷିତ ହୋଇଥିବା ବାଦାମ ଦେବୀ, କହିଲେ...

Shocking news:  ନିକଟରେ ଜଣେ ଜୀବତ ମହିଳାଙ୍କୁ ମୃତ ଘୋଷଣା କରାଯାଇଥିବା ଭଳି ଘଟଣା ଲୋକଲୋଚନକୁ ଆସିଛି । ସୂଚନା ଅନୁଯାୟୀ, ରାଜସ୍ଥାନ ଦୋସା ଜିଲ୍ଲାରୁ ସରକାରୀ ଅବହେଳାର ଏଭଳି ଏକ ମାମଲା ସାମ୍ନାକୁ ଆସିଛି । 

ସୌ(ସୋସିଆଲ ମିଡିଆ)

Shocking news: ଦୁନିଆରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଥାଏ ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ସେଥିମଧ୍ୟରୁ କିଛି ଘଟଣା ଏପରି ହୋଇଥାଏ ଯାହା ଶୁଣି ଲୋକଙ୍କ ହୋସ ଉଡ଼ିଯାଇଥାଏ । ତେବେ ନିକଟରେ ଜଣେ ଜୀବତ ମହିଳାଙ୍କୁ ମୃତ ଘୋଷଣା କରାଯାଇଥିବା ଭଳି ଘଟଣା ଲୋକଲୋଚନକୁ ଆସିଛି । ସୂଚନା ଅନୁଯାୟୀ, ରାଜସ୍ଥାନ (rajasthan ) ଦୋସା ଜିଲ୍ଲାରୁ ସରକାରୀ ଅବହେଳାର ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ବାସ୍ତବରେ, ଜଣେ ବୃଦ୍ଧ ବିଧବା ମହିଳାଙ୍କୁ ମୃତ ଘୋଷଣା କରି ତାଙ୍କ ପେନ୍‌ସନ (pension) ବନ୍ଦ କରିଦିଆଯାଇଥିବା ଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ପେନସନ୍ ବନ୍ଦ ହେବା ପରେ ବୃଦ୍ଧ ବାଦାମ ଦେବୀ ନଗରପାଳିକାଙ୍କୁ ତାଙ୍କ ମୃତ୍ୟୁ ପ୍ରମାଣପତ୍ର ମାଗିଛନ୍ତି। ଯେଉଁଠାରେ ନିର୍ବାଚନ ବର୍ଷରେ, ମୁଦ୍ରାସ୍ଫୀତି ରିଲିଫ୍ ଶିବିରରେ ସାଧାରଣ ଲୋକଙ୍କୁ ରିଲିଫ୍ ଯୋଗାଇବା ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି, ଅନ୍ୟପକ୍ଷରେ ଦୋସା ଜିଲ୍ଲା ବାନ୍ଦିକୁଈ (Bandikui) ୱାର୍ଡ ନଂ ୨୬ରେ ରହୁଥିବା ଜଣେ ବୃଦ୍ଧ ମହିଳାଙ୍କୁ ମୃତ ଘୋଷଣା କରାଯାଇ ସରକାରୀ କର୍ମଚାରୀମାନେ ତାଙ୍କ ପେନ୍‌ସନ ବନ୍ଦ କରିଦେଇଥିବା ଭଳି ଏକ ସଙ୍ଗୀନ ମାମଲା ସାମ୍ନାକୁ ଆସିଛି ।

ବୃଦ୍ଧ ମହିଳା ଜଣଙ୍କ ନିଜକୁ ଜୀବତ ପ୍ରମାଣିତ କରିବା ଲାଗି ବାରମ୍ବାର ସରକାରୀ କାର୍ଯ୍ୟାଳୟର ଦୌଡ଼ିବା ସହ ପେନ୍‌ସନ ପ୍ରଦାନ ନେଇ ସରକାରଙ୍କ ନିକଟରେ ଦାବି କରିଥିଲେ । ସରକାରୀ ଅବ୍ୟବସ୍ଥାର ଯୋଗୁଁ ବାରମ୍ବାର ସରକାରୀ କାର୍ଯ୍ୟଳୟକୁ ଦୌଡ଼ି ଶେଷରେ ବୃଦ୍ଧା ଜଣଙ୍କ ବାନ୍ଦିକୁଈ ମ୍ୟୁନିସିପାଲିଟି ପ୍ରଶାସନକୁ ନିଜ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ଲାଗି ଆବେଦନ କରିଥିଲେ । ଆବେଦନ ପତ୍ରରେ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବା ସହିତ ବୃଦ୍ଧ ମହିଳା ଅଭିଯୋଗ କରିଛନ୍ତି କି, ଗତ ଜାନୁଆରୀ ୨୦ ତାରିଖରୁ ମୋତେ ମୃତ ଘୋଷଣା କରାଯାଇ ମୋର ପେନସନ୍ ବନ୍ଦ କରିଦିଆଯାଇଛି । ୮୫ ବର୍ଷିୟ ମହିଳା କହିଥିଲେ ଯେ, ମୋର ପେନସନ୍ ୨୦୦୩ ମସିହାରୁ ଆରମ୍ଭ ହୋଇଥିଲା । କ୍ରମାଗତ ଭାବରେ ଗତ ୨୦ ବର୍ଷ ଧରି ମୁଁ ସରକାରଙ୍କଠାରୁ ପେନ୍‌ସନ ପାଇ ଆସୁଥିଲି । କିନ୍ତୁ ମ୍ୟୁନିସିପାଲିଟି (municipality) ପ୍ରଶାସନ ଦ୍ୱାରା କରାଯାଇଥିବା ସର୍ଭେରେ କର୍ମଚାରୀଙ୍କ ଅବହେଳା ଯୋଗୁଁ  କାଗଜପତ୍ରରେ ମୋତେ ମୃତ ଘୋଷଣା କରାଯାଇଥିଲା ।

Also Read-Indian Railways: ଦେଶର ଏପରି ଏକ ରାଜ୍ୟ ଯେଉଁଠାରେ ରହିଛି ଗୋଟିଏ ମାତ୍ର ରେଳ ଷ୍ଟେସନ, କାରଣ...

Also Read-School Uniform: ବଦଳିଲା ହାଇସ୍କୁଲ ୟୁନିଫର୍ମ, ଏଣିକି ଏହି ରଙ୍ଗର ଡ୍ରେସ କୋଡ଼ ପିନ୍ଧି ସ୍କୁଲ ଆସିବେ ଛାତ୍ରଛାତ୍ରୀ

ଯେତେବେଳେ କି ଗତ ଜାନୁଆରୀ ୬ ତାରିଖରେ ମୁଁ ଜୀବନ୍ତ ପ୍ରମାଣପତ୍ର ଦାଖଲ କରିଥିଲି । ଏହାପରେ ନଗରପାଳିକା ତାଙ୍କର ବନ୍ଦ ହୋଇଥିବା ପେନସନକୁ କାର୍ଯ୍ୟକାରୀ ନକରିବାରୁ ବୃଦ୍ଧା ଜଣକ କ୍ରୋଧିତ ହୋଇ ନିଜର ମୃତ୍ୟୁ ପ୍ରମାଣ ପତ୍ର ଲାଗି ଆବେଦନ କରିଥିଲେ । ଏହି ଘଟଣା ପ୍ରଘଟ ହେବା ପରେ ଟେନସନରେ ପଡ଼ିଯାଇଥିଲା ପ୍ରଶାସନ। ମ୍ୟୁନିସିପାଲିଟି (municipality ) କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭମ୍ ଗୁପ୍ତା କହିଛନ୍ତି ଯେ, ଏ ସମ୍ପର୍କରେ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ, ଏନେଇ ବାନ୍ଦିକୁଈ ଏସଡିଏମ୍ (SDM) ନୀରଜ ମୀନାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ଯ ତାଙ୍କ ନିକଟରୁ କୌଣସି ଉତ୍ତର ମିଳିପାରିନାହିଁ । ଏହି ମାମଲାରେ ବିଜେପି ସାଂସଦ ଦିୟା କୁମାରୀ ଟୁଇଟ୍ କରି ଗେହଲଟ୍ ସରକାର ଉପରେ ବର୍ଷିଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି କି, ‘ଇଏ କିଭଳି ଆରମ” । ପରେ ଏହି ମାମଲା ବଢିବାରୁ ସ୍ଥାନୀୟ ପ୍ରଶାସନ ତରବରିଆ ଭାବେ ରବିବାର ଦିନ ବାନ୍ଦିକୁଈ ଏସଡିଏମ୍ ନୀରଜ ମୀନାଙ୍କ କାର୍ଯ୍ୟାଳୟ ଖୋଲି ବୃଦ୍ଧ ବାଦାମ ଦେବୀଙ୍କ ପେନ୍‌ସନ୍‌ ଚାଲୁ କରିଥିଲେ।