Shani Gochar 2024: ଶନିଙ୍କ ଚଳନ ଫଳରେ ୪୭ ଦିନରେ ମାଲାମାଲ ହେବେ ଏହି ୩ ରାଶି
Advertisement
Article Detail0/zeeodisha/odisha2372499

Shani Gochar 2024: ଶନିଙ୍କ ଚଳନ ଫଳରେ ୪୭ ଦିନରେ ମାଲାମାଲ ହେବେ ଏହି ୩ ରାଶି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା ଭାବରେ ବର୍ଣ୍ଣନା କରାଯାଇଛି। ଶନି ପ୍ରତି ବ୍ୟକ୍ତିଙ୍କୁ ତାଙ୍କ କାର୍ଯ୍ୟ ଅନୁଯାୟୀ ଫଳାଫଳ ପ୍ରଦାନ କରିଥାଆନ୍ତି। ମନ୍ଥର ଗତି କରୁଥିବା ଗ୍ରହ ଶନି ଗତ ଏପ୍ରିଲ ମାସ ୬ ତାରିଖରେ ପୂର୍ବା ଭାଦ୍ରପଦା ନକ୍ଷତ୍ରକୁ ଚଳନ କରିଥିଲେ। ପୂର୍ବା ଭାଦ୍ରପଦା ନକ୍ଷତ୍ରର ସ୍ୱାମୀ ଗ୍ରହ ହେଉଛନ୍ତି ଶନିଦେବ

Shani Gochar 2024: ଶନିଙ୍କ ଚଳନ ଫଳରେ ୪୭ ଦିନରେ ମାଲାମାଲ ହେବେ ଏହି ୩ ରାଶି

Shani Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା ଭାବରେ ବର୍ଣ୍ଣନା କରାଯାଇଛି। ଶନି ପ୍ରତି ବ୍ୟକ୍ତିଙ୍କୁ ତାଙ୍କ କାର୍ଯ୍ୟ ଅନୁଯାୟୀ ଫଳାଫଳ ପ୍ରଦାନ କରିଥାଆନ୍ତି। ମନ୍ଥର ଗତି କରୁଥିବା ଗ୍ରହ ଶନି ଗତ ଏପ୍ରିଲ ମାସ ୬ ତାରିଖରେ ପୂର୍ବା ଭାଦ୍ରପଦା ନକ୍ଷତ୍ରକୁ ଚଳନ କରିଥିଲେ। ପୂର୍ବା ଭାଦ୍ରପଦା ନକ୍ଷତ୍ରର ସ୍ୱାମୀ ଗ୍ରହ ହେଉଛନ୍ତି ଶନିଦେବ। ଆସନ୍ତା ଅଗଷ୍ଟ ୧୮ରେ ଶନି ପୂର୍ବା ଭାଦ୍ରପଦା ନକ୍ଷତ୍ରର ପ୍ରଥମ ସ୍ଥିତିକୁ ରାତି ୧୦ଟାରେ ଚଳନ କରିବେ। ଅକ୍ଟୋବର ୩ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ଅବସ୍ଥାନ କରିବେ। ପୂର୍ବା ଭାଦ୍ରପଦା ନକ୍ଷତ୍ରର ପ୍ରଥମ ପର୍ଯ୍ୟାୟରେ ଶନିଙ୍କ ଚଳନରୁ କେତେକ ରାଶିଫଳ ବହୁତ ଲାଭ ପାଇବେ। 

ମିଥୁନ ରାଶି: ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶନିଙ୍କର ପୂର୍ବା ଭାଦ୍ରପଦା ନକ୍ଷତ୍ରକୁ ପ୍ରଥମ ପଦ ଗୋଚର ଅତ୍ୟନ୍ତ ଲାଭକାରୀ ହେବାକୁ ଯାଉଛି। ଶନିଙ୍କର ଏହି ଚଳନ ପ୍ରଭାବରେ ଅଟକି ରହିଥିବା କାର୍ଯ୍ୟ ସହଜରେ ଶେଷ ହେବ। କାର୍ଯ୍ୟରେ ସଫଳତା ହାସଲ ହେବ। ଚାକିରିଆଙ୍କୁ ନୂଆ କର୍ମସଂସ୍ଥାନରେ ଚାକିରି ମିଳିପାରେ। ପାରିବାରିକ ଖୁସି ବଢିବ। ମାନସିକ ଚିନ୍ତାରୁ ମୁକ୍ତି ମିଳିବ। 

ତୁଳା ରାଶି: ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶନିଙ୍କର ପୂର୍ବା ଭାଦ୍ରପଦା ନକ୍ଷ୍ତରର ପ୍ରଥମ ପଦକୁ ଯିବା ଅତ୍ୟନ୍ତ ସକରାତ୍ମକ ରହିବ। ବ୍ୟବସାୟୀଙ୍କ ପାଇଁ ଆୟର ମାତ୍ରା ବଢିବ। ପରିଶ୍ରମର ଫଳ ପାଇବେ। ସଞ୍ଚୟ ବଢିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଋଣରୁ ମୁକ୍ତି ପାଇବେ। ଏହି ଅବଧି ସମୟରେ ନିବେଶ କଲେ ଲାଭରେ ରହିବେ। 

କୁମ୍ଭ ରାଶି: କୁମ୍ଭ ରାଶିର ବ୍ୟକ୍ତିବିଶେଷ ପାଇଁ ଶନିଙ୍କ ଚଳନ ଆଶିର୍ବାଦ ସଦୃଶ ହେବ। କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କର ଶନି ସାଢେସତୀର ଦ୍ୱିତୀୟ ଚରଣ ଜାରି ରହିଛି। କୁମ୍ଭ ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ଶନି। ତେବେ ଶନିଙ୍କର ଏହି ଚଳନ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବଡ଼ ଉପଲବ୍ଧି ଆଣିଦେଇପାରେ। ଆର୍ଥିକ ସଂକଟରୁ ମୁକ୍ତି ପାଇବେ। ମାନ ସମ୍ମାନରେ ବୃଦ୍ଧି ହେବ। ଭୌତିକ ସୁଖ ସମ୍ପତ୍ତିର ଯୋଗ ରହିଛି। 

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।