Costa Rican Zoo: ବିନା ସାଥିରେ ମାଇ କୁମ୍ଭୀର ଜନ୍ମ ଦେଲା ଏକ ଛୁଆ; ରହସ୍ୟମୟ ଘଟଣା ଘଟିବା ପରେ ବର୍ତ୍ତମାନ ସାରା ବିଶ୍ୱ ଚକିତ
Advertisement

Costa Rican Zoo: ବିନା ସାଥିରେ ମାଇ କୁମ୍ଭୀର ଜନ୍ମ ଦେଲା ଏକ ଛୁଆ; ରହସ୍ୟମୟ ଘଟଣା ଘଟିବା ପରେ ବର୍ତ୍ତମାନ ସାରା ବିଶ୍ୱ ଚକିତ

Scientists Discover a Virgin Birth in a Crocodile: ଏହି କୁମ୍ଭୀରଟି ୧୬ବର୍ଷ ପର୍ଯ୍ୟନ୍ତ ଏକାକୀ ରହିବା ସତ୍ତ୍ୱେ ଏକ ଛୁଆ ଜନ୍ମ କଲା । କେନ୍ଦ୍ରୀୟ ଆମେରିକାର କୋଷ୍ଟାରିକାରେ ଏହି ଘଟଣା ଘଟିଛି ଓ ଏହା ସମସ୍ତଙ୍କୁ ଚକିତ ମଧ୍ୟ କରିଛି ।

ସୌ: ସୋସିଆଲ ମିଡିଆ

Costa Rican zoo: ଜୁରାସିକ୍ ପାର୍କ ଫିଲ୍ମରେ ଆମେ ଦେଖିଛୁ କିପରି ମାଇ ଡାଇନୋସରମାନେ ଅଣ୍ଡିରା ଡାଇନୋସର ବିନା ପିଲାମାନଙ୍କୁ ଜନ୍ମ ଦିଅନ୍ତି । କିନ୍ତୁ ଏହା ଏକ ଫିଲ୍ମ ଥିଲା । ଏଥିରେ କେତେ ସତ୍ୟ ଅଛି ସେନେଇ ବିଭିନ୍ନ ପ୍ରକାରର ବିତର୍କ ରହିଛି । କେନ୍ଦ୍ରୀୟ ଆମେରିକାର କୋଷ୍ଟାରିକାଠାରେ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ମାଇ କୁମ୍ଭୀର ବିନା କୌଣସି ସମ୍ଭୋଗରେ ଏକ ଛୁଆ ଜନ୍ମ ଦେଇଛି । ହଁ ଆଜ୍ଞା, ଏହା ଏକ କାହାଣୀ କିମ୍ବା କାଳ୍ପନିକ ନୁହେଁ ବରଂ ଏକ ବାସ୍ତବତା । ୧୬ ବର୍ଷ ଧରି ଏକାକୀ ରହୁଥିବା ଏକ ମାଇ କୁମ୍ଭୀର ଏକ ଛୁଆ ଜନ୍ମ ଦେଇଛି । ଏହି ପ୍ରକ୍ରିୟାକୁ 'ଭର୍ଜିନ ବାର୍ଥ' ମଧ୍ୟ କୁହାଯାଏ ।

ବିଜ୍ଞାନ ପତ୍ରିକା ବାୟୋଲୋଜି ଲେଟରରେ ପ୍ରକାଶିତ ଗବେଷଣା ଆର୍ଟିକିଲରୋ କୁହାଯାଇଛି ଯେ ୨୦୧୮ ମସିହାରେ ଏହି ମାଇ କୁମ୍ଭୀର ଅନେକ ଅଣ୍ଡା ଦେଇଥିଲା । ମାଇ କୁମ୍ଭୀର ଦ୍ୱାରା ଅଣ୍ଡା ଦେବା ଏକ ନୂଆ କଥା ନୁହେଁ । ଏହି ଅଣ୍ଡାରୁ ଛୁଆ ହୁଅନ୍ତି ନାହିଁ । ଏହି ଅଣ୍ଡାଗୁଡ଼ିକୁ ଇନକ୍ୟୁବେଟରରେ ରଖାଯାଇଥିଲା । ଏହା ହେଉଛି ସେହି ମେସିନ୍ ଯେଉଁଥିରେ ଅଣ୍ଡାକୁ ସେକା ହୋଇଥାଏ । ସମ୍ପୂର୍ଣ୍ଣ ରୂପେ ବିକଶିତ ହୋଇନଥିବା ମଣିଷ ପିଲାମାନଙ୍କୁ ମଧ୍ୟ ଏହି ପ୍ରକାର ମେସିନ୍ ମାଧ୍ୟମରେ ନିୟନ୍ତ୍ରିତ ପରିବେଶରେ ରଖାଯାଇଥାଏ ।

ବୌଜ୍ଞାନିକମାନେ ଗବେଷଣାରେ କହିଛନ୍ତି ଯେ କୁମ୍ଭୀରର ଗୋଟିଏ ଅଣ୍ଡା ଆଶ୍ଚର୍ଯ୍ୟଜନକ ଭାବରେ ବଢିବାକୁ ଲାଗିଲା । ଏହି ଅଣ୍ଡା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇପାରି ନଥିଲା ଓ ଭିତରୁ ଏକ ଅଧା ପ୍ରସ୍ତୁତ କୁମ୍ଭୀର ଛୁଆ ବାହାରିଲା । ଏହା ଏକ 'ଭର୍ଜିନ ବାର୍ଥ' ବୋଲି ବୌଜ୍ଞାନିକମାନେ ଦାବି କରିଛନ୍ତି । ଯେକୌଣସି ପ୍ରଜାତିରେ, ପୁରୁଷ କିମ୍ବା ସ୍ତ୍ରୀ ମଧ୍ୟରେ କୌଣସି ସମ୍ପର୍କ ବିନା ଜନ୍ମ ହୋଇଥିବା ପିଲାକୁ 'ଭର୍ଜିନ ବାର୍ଥ' କୁହାଯାଏ । ବର୍ତ୍ତମାନ ପରିସ୍ଥିତିରେ ଏହି ଛୁଆ ଠାରେ କେବଳ ଫିମେ ଜିନ୍ ଦେଖିବାକୁ ମିଳିଥିଲା । ଏହା କୁମ୍ଭୀର ଛୁଆ ମଧ୍ୟ ଏପରି ଏକ ଜିନରେ ସୃଷ୍ଟି ହୋଇଥିଲା । କିଙ୍ଗ କୋବ୍ରା ଓ ଅନ୍ୟ କେତେକ ପ୍ରାଣୀରେ ମଧ୍ୟ ଏପରି ଘଟଣୀ ପୂର୍ବରୁ ଦେଖିବାକୁ ମିଳିଥିଲା ।

fallback

ଡିଡବ୍ଲୁ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଭର୍ଜିନିଆ ଟେକ୍ ୟୁନିଭରସିଟିର ପ୍ରଫେସର ୱାରେନ୍ ବୁଥ୍ ଏହି କୁମ୍ଭୀରର ଅଣ୍ଡା ପରୀକ୍ଷା କରିଥିଲେ । ସେ କହିଛନ୍ତି ଯେ ପିଲାର ଜିନ୍ ର ଉପର ସ୍ତର ମାତାର DNA ଠାରୁ ଭିନ୍ନ ଦେଖାଯାଏ । ଏଭଳି ପରିସ୍ଥିତିରେ ପୋଲାର ଶରୀର ଓ ଅଣ୍ଡାର ମିଶ୍ରଣ ହୋଇଥିବାର ଜଣା ପଡିଛି । ଏହା ଝିଟିପିଟି, ସାପ ଓ ପକ୍ଷୀମାନଙ୍କରେ ଠାରେ ମଧ୍ୟ ହୋଇଥାଏ । ଯଦିଓ ଏହି ଜୀବମାନଙ୍କ ଅପେକ୍ଷା କୁମ୍ଭୀରମାନେ ଏକ ପୁରାତନ ପ୍ରଜାତି ।

ଏହା ବି ପଢନ୍ତୁ: Guwahati HC: ବର୍ତ୍ତମାନ ଏହି ରାଜ୍ୟରେ ବିକ୍ରି ହୋଇପାରିବ କୁକୁର ମାଂସ, ୩ ବର୍ଷ ପୂର୍ବେ ଲାଗିଥିବା ପ୍ରତିବନ୍ଧକକୁ ହଟାଇଲେ ହାଇକୋର୍ଟ

ଏହା ବି ପଢନ୍ତୁ: Odisha Train Accident: ଉଦ୍ଧାର ପରେ NDRF କର୍ମଚାରୀଙ୍କ ଅବସ୍ଥା ଖରାପ; ରକ୍ତ ଭଳି ଦେଖାଯାଉଛନ୍ତି ପାଣି, ଭୋକ ମଧ୍ୟ ଲାଗୁନାହିଁ