Hanuman Jayanti: ସମ୍ବଲପୁରରେ ୧୪୪ ଧାରା ସତ୍ତ୍ୱେ ହେବ ଶୋଭାଯାତ୍ରା, ଆଜିବି ଠପ୍ ଇଣ୍ଟରନେଟ୍ ସେବା
Advertisement

Hanuman Jayanti: ସମ୍ବଲପୁରରେ ୧୪୪ ଧାରା ସତ୍ତ୍ୱେ ହେବ ଶୋଭାଯାତ୍ରା, ଆଜିବି ଠପ୍ ଇଣ୍ଟରନେଟ୍ ସେବା

Hanuman Jayanti News In Odia: ଆଜି ପବିତ୍ର ହନୁମାନ ଜୟନ୍ତୀ(Hanuman Jayanti) । ପୋଲିସ ଛାଉଣୀରେ ପୁରା ସମ୍ବଲପୁର(Sambalpur under tight security) । ଗୁରୁବାର ଏଥିପାଇଁ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ (Flag march in Sambalpur) କରାଯାଇଥିବା ବେଳେ ଆଜି ପୁରା ସମ୍ବଲପୁରକୁ ଜଗିଛି ପୋଲିସ । ଆଜି ସନ୍ଧ୍ୟାରେ ବ୍ରକ୍ସ ହିଲ ହନୁମାନ ମନ୍ଦିରରେ ଶୋଭାଯାତ୍ରା ବାହାରିବ (Hanuman Jayanti rally) । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Hanuman Jayanti News In Odia: ଆଜି ପବିତ୍ର ହନୁମାନ ଜୟନ୍ତୀ(Hanuman Jayanti) । ପୋଲିସ ଛାଉଣୀରେ ପୁରା ସମ୍ବଲପୁର(Sambalpur under tight security) । ଗୁରୁବାର ଏଥିପାଇଁ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ (Flag march in Sambalpur) କରାଯାଇଥିବା ବେଳେ ଆଜି ପୁରା ସମ୍ବଲପୁରକୁ ଜଗିଛି ପୋଲିସ । ଆଜି ସନ୍ଧ୍ୟାରେ ବ୍ରକ୍ସ ହିଲ ହନୁମାନ ମନ୍ଦିରରେ ଶୋଭାଯାତ୍ରା ବାହାରିବ (Hanuman Jayanti rally) । ଯେପରି ଶାନ୍ତିରେ ହନୁମାନ ଜୟନ୍ତୀ ପାଳନ କରାଯିବ ତାହାକୁ ନେଇ ବହୁ ବ୍ୟବସ୍ଥା କରାଯାଇଛି । ଗତକାଲିରେ ମଧ୍ୟ ଏଠାରେ ପୋଡାଜଳା ହୋଇଥିବା ସୂଚନା ମିଳିଥିବା ବେଳେ ଆଜି ଯେପରି କୌଣସି ବିବାଦ ନହୁଏ ଏହାକୁ ନେଇ ବହୁ ବନ୍ଦୋବସ୍ତ କରାଯାଇଛି । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସବୁ ପଦାଧିକାରୀ ସମ୍ବଲପୁରକୁ ଜଗି ରହିଛନ୍ତି ।

ସୁରକ୍ଷା ଓ ଆଇନ ଶୃଙ୍ଖଳା ଦୃଷ୍ଟିରୁ ସମ୍ବଲପୁରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଲାଗିଛି ୧୪୪ ଧାରା ଜାରି କରାଯାଇଛି(Section 144 imposed in the Sambalpur district) । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଗତକାଲି ଦିନ (ଗୁରୁବାର) ୧୦ଟାରୁ ୪୮ ଘଂଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରହିବ (Internet suspended in Sambalpur ) । ଗତକାଲି ସଂଧ୍ୟାରେ ସମ୍ବଲପୁର ଜିଲ୍ଲାପାଳ,ଏସପି ଓ ଆଇଜିଙ୍କ ଉପସ୍ଥିତିରେ ଫ୍ଲାଗମାର୍ଚ୍ଚ କରିଥିଲା ପୋଲିସ ।

fallback

Also Read: Chaiti Festival: ମା’ ତାରିଣୀଙ୍କ ପୀଠରେ ଜମୁଛି ଚଇତି ପର୍ବ,ପଣା ସଂକ୍ରାନ୍ତିରେ ସୁନାବେଶରେ ଝଲସୁଛନ୍ତି ଘଟଗାଁ ରାଣୀ

Also Read: Odia New Year: ଆଜି ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ, ଜାଣନ୍ତୁ କ’ଣ ରହିଛି ଆଜିର ଦିନର ବିଶେଷତ୍ୱ

ହନୁମାନ ଜୟନ୍ତୀ ଉପଲକ୍ଷେ (Hanuman Jayanti) ବୁଧବାର ସମ୍ବଲପୁର ଧନୁପାଲି ଛକରୁ ବାହାରିଥିବା ବାଇକ ରାଲିକୁ ନେଇ ମୁହାଁମୁହିଁ ହୋଇଥିଲେ ୨ ଗୋଷ୍ଠୀ । ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା କରିଥିଲେ ଉତ୍ୟକ୍ତ ଲୋକ । ଦୋକାନ, କାର ଓ ବାଇକରେ ନିଆଁ ଲଗାଇ ଦେଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ନାକେଦମ ହୋଇଥିଲା ପୋଲିସ । ଲୋକଙ୍କ ପଥରମାଡରେ ୧୦ ପୋଲିସ କର୍ମଚାରୀଙ୍କ ସମେତ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ୪୨ ଜଣଙ୍କୁ ଅଟକ ରଖିଛି ପୋଲିସ । ଉତ୍ତେଜନାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ଆଜି ୧୪୪ ଧାରା (Section 144 imposed in Sambalpur) ସତ୍ୱେ ଶୋଭାଯାତ୍ରା ଅନୁଷ୍ଠିତ ହେବ । 

ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି (Bjp-Bjd)। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଶାନ୍ତି ବଜାୟ ରଖିବା ପାଇଁ ସମ୍ବଲପୁରବାସୀଙ୍କୁ ଅନୁରୋଧ କରିବା ସହ ପରିସ୍ଥିତି ପାଇଁ ପ୍ରଶାସନିକ ଅପରାଗତାକୁ ଦାୟୀ କରିଛନ୍ତି । ଅନ୍ୟପଟେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ସ୍ପର୍ଶକାତର ଘଟଣାରେ ରାଜନୀତି କରିବାକୁ ପଛାଉ ନାହିଁ ବିଜେପି । ସମ୍ବଲପୁରର ପରିସ୍ଥିତି ଉପରେ ସତର୍କ ନଜର ରଖିଛି ପୁଲିସ । ରାଉରକେଲାରୁ ରାପିଡ ଆକ୍ସନ ଫୋର୍ସ ମଗାଯାଇଛି । ଏପଟେ ଜୟପୁରରେ ଆଜିଠାରୁ ୧୪୪ ଧାରା ଜାରି କରିଛନ୍ତି ଜୟପୁର ଉପ-ଜିଲ୍ଲାପାଳ । ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଅପରାହ୍ଣ ୩ଟାରୁ ସକାଳ ୯ଟା ଯାଏଁ ୧୪୪ ଧାରା ଜାରି ରହିବ । ଏହି ସମୟରେ ୨ ଜଣରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି ।