safest seat on plane: ଏହା ହେଉଛି ବିମାନର ସବୁଠାରୁ ସୁରକ୍ଷିତ ଆସନ, ଦୁର୍ଘଟଣା ପରେ ମଧ୍ୟ ବଞ୍ଚିଯିବ ଜୀବନ, ଯାତ୍ରା ବେଳେ ବୁକ୍ କରନ୍ତୁ ଏହି ସିଟ୍
Advertisement
Article Detail0/zeeodisha/odisha1814656

safest seat on plane: ଏହା ହେଉଛି ବିମାନର ସବୁଠାରୁ ସୁରକ୍ଷିତ ଆସନ, ଦୁର୍ଘଟଣା ପରେ ମଧ୍ୟ ବଞ୍ଚିଯିବ ଜୀବନ, ଯାତ୍ରା ବେଳେ ବୁକ୍ କରନ୍ତୁ ଏହି ସିଟ୍

safest seat on flight: ବିମାନ ଯାତ୍ରା ବେଳେ କେଉଁ ଆସନ ସବୁଠୁ ଅଧିକ ସୁରକ୍ଷିତ ସେ ନେଇ ବୈଜ୍ଞାନିକଙ୍କ ପକ୍ଷରୁ ଏକ ଗବେଷଣା କରାଯାଇଥିଲା।

safest seat on plane: ଏହା ହେଉଛି ବିମାନର ସବୁଠାରୁ ସୁରକ୍ଷିତ ଆସନ, ଦୁର୍ଘଟଣା ପରେ ମଧ୍ୟ ବଞ୍ଚିଯିବ ଜୀବନ, ଯାତ୍ରା ବେଳେ ବୁକ୍ କରନ୍ତୁ ଏହି ସିଟ୍

safest seat on flight during travel: ଆଜି ଦିନରେ ବିଶ୍ୱରେ ଅଧିକାଂଶ ଲୋକ କୌଣସି ଦୂର ସ୍ଥାନକୁ ଯିବା ବିମାନ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। କାରଣ ବିମାନ ଯାତ୍ରା ସମୟ ବଞ୍ଚାଇବା ସହ ଅନ୍ୟ ପରିବହନ ମାଧ୍ୟମ ଅପେକ୍ଷା ଦ୍ରୁତ ଗତିରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଥାଏ। ହେଲେ ସମସ୍ତ ପ୍ରକାରର ପରିବହନ ମାଧ୍ୟମ ମଧ୍ୟରୁ ଏହାକୁ ସବୁଠାରୁ ଅସୁରକ୍ଷିତ ବୋଲି ବିବେଚନା କରାଯାଏ। ଯଦିଓ ବସ୍ ଏବଂ ଟ୍ରେନ୍ ଦୁର୍ଘଟଣାର ସାମ୍ନା କରିଥାନ୍ତି। ହେଲେ ବସ କିମ୍ବା ଟ୍ରେନ ଭଳି ପରିବହନ ସାଧନ ଦୁର୍ଘଟଣାଗ୍ରସ୍ତ ହେଲେ ମଧ୍ୟ ଜୀବନ ବଞ୍ଚିଯିବାର ସମ୍ଭାବନା ରହିଛି। ହେଲେ ଯଦି କୌଣସି ବିମାନ ଦୁର୍ଘଟଣାଗ୍ରସ୍ତ ହୁଏ, ତାହେଲେ ଯାତ୍ରୀଙ୍କ ବଞ୍ଚିବାର ସମ୍ଭାବନା ବହୁତ କମ।

ବିମାନ ଯାତ୍ରା (Flight Journey) ସହ ଜଡିତ ଏକ ଖବର ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ (social media viral news) ହେବାରେ ଲାଗିଛି। ଯେଉଁଥିରେ କୁହାଯାଇଛି ଯେ ବିମାନର ସବୁଠାରୁ ସୁରକ୍ଷିତ ଆସନ (safest seat on plane) କ'ଣ? ଯାହାର ଅର୍ଥ ହେଉଛି, ଯଦି ବିମାନ ଦୁର୍ଘଟଣାଗ୍ରସ୍ତ ହୁଏ, ତାହେଲେ କେଉଁ ଆସନରେ (safest seat on flight during travel) ବସିଥିବା ଯାତ୍ରୀଙ୍କ ଜୀବନ ରକ୍ଷା କରାଯାଇ ପାରିବ। ହଁ, ଆଜ୍ଞା ଆପଣ ଏକଥା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଏହି କଥା ସମ୍ପୂର୍ଣ୍ଣ ସତ୍ୟ। ବିମାନର ସିଟ୍ ଅନୁଯାୟୀ (safest seat on flight), କେଉଁ ଆସନରେ ବସିଲେ ବିମାନ ଦୁର୍ଘଟଣାରେ ଜୀବନ ବଞ୍ଚିଯିବାର ସମ୍ଭାବନା ଅଧିକ ରହିଥାଏ।

Also Read: Safest Seat On Plane: ବିମାନ ଯାତ୍ରା ବେଳେ ସବୁଠାରୁ ସୁରକ୍ଷିତ ଆସନ କେଉଁଟି? ଉତ୍ତର ଦେଲେ ବିମାନ ଚଳାଚଳ ବିଶେଷଜ୍ଞ

ବୈଜ୍ଞାନିକ କରିଥିଲେ ପରୀକ୍ଷଣ 
ବିମାନର ସବୁଠାରୁ ସୁରକ୍ଷିତ ଆସନ ବିଷୟରେ ଜାଣିବା ପାଇଁ ଅନେକ ବୈଜ୍ଞାନିକ ଏକ ପରୀକ୍ଷା କରିଥିଲେ। ଏହି ପରୀକ୍ଷଣ ଗତ ୨୦୧୨ ବର୍ଷରେ ଦଳେ ମେକ୍ସିକୋ ବୈଜ୍ଞାନିଙ୍କ ଦ୍ୱାରା କରାଯାଇଥିଲା। ଏହି ପରୀକ୍ଷଣ ପାଇଁ ଏକ ବିମାନକୁ ଜାଣିଶୁଣି ଦୁର୍ଘଟଣାଗ୍ରସ୍ତ କରାଯାଇଥିଲା। ଏନେଇ ଏକ ବୋଇଂ ୭୨୭ ବିମାନ ଦୁର୍ଘଟଣାଗ୍ରସ୍ତ କରାଯାଇଥିଲା। ଏହି ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବା ପରେ ଏକ ମରୁଭୂମିରେ ଖସାଇ ଦିଆଯାଇଥିଲା। ଏହି ପରୀକ୍ଷଣରୁ ଜଣାପଡ଼ିଥିଲା ଯେ ଦୁର୍ଘଟଣା ସମୟରେ କେଉଁ ଆସନରେ ବସିଥିବା ଯାତ୍ରୀଙ୍କ ବଞ୍ଚିବାର ସମ୍ଭାବନା ଅଧିକ ରହିଛି।

ଯାତ୍ରା ବେଳେ ଏହି ସିଟ୍ କରନ୍ତୁ ବୁକ୍
ଯଦି ଆପଣ ମଧ୍ୟ ବିମାନ ଦୁର୍ଘଟଣାରୁ ନିଜ ଜୀବନ ବଞ୍ଚାଇବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ କହିରଖୁଛୁ ଯେ ବିମାନର ଶେଷ ଭାଗରେ ରହିଥିବା ସିଟ୍ ସର୍ବଦା ବୁକ୍ କରନ୍ତୁ। ହଁ ଆଜ୍ଞା, ବିମାନର ପଛ ଭାଗରେ ରହିଥିବା ସିଟ ଦୁର୍ଘଟଣାରେ ସବୁଠାରୁ ସୁରକ୍ଷିତ ବୋଲି ଜଣାପଡିଛି। ବିମାନ ସାମ୍ନାରେ ବସିଥିବା ଲୋକ ଏବଂ ଡେଣା ନିକଟରେ ବସିଥିବା ଯାତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇବାର ସର୍ବାଧିକ ସମ୍ଭବନା ରହିଛି। ହେଲ ବିମାନର ପଛ ଭାଗରେ ରହିଥିବା ଆସନରେ ବସିଥିବା ଯାତ୍ରୀଙ୍କ ବଞ୍ଚିବାର ସର୍ବାଧିକ ସମ୍ଭାବନା ରହିଛି। ତାହେଲେ ଆପଣ ଜାଣି ପାରୁଥିବେ ଯେ ସୁରକ୍ଷିତ ଯାତ୍ରା ପାଇଁ ଆପଣ ବିମାନର ପଛ ସିଟ୍ ବୁକ୍ କରିବା ଆବଶ୍ୟକ।