ଆଇଫୋନ୍ ଅଟକାଇଦେଲା ବନ୍ଧୁକ ଗୁଳି; ରକ୍ଷା ହୋଇଗଲା ୟୁକ୍ରେନ ସୈନିକଙ୍କ ଜୀବନ: ଦେଖନ୍ତୁ Video
Advertisement
Article Detail0/zeeodisha/odisha1262165

ଆଇଫୋନ୍ ଅଟକାଇଦେଲା ବନ୍ଧୁକ ଗୁଳି; ରକ୍ଷା ହୋଇଗଲା ୟୁକ୍ରେନ ସୈନିକଙ୍କ ଜୀବନ: ଦେଖନ୍ତୁ Video

iPhone Stops A Bullet: ୟୁକ୍ରେନର ଜଣେ ସୈନିକଙ୍କୁ ତାଙ୍କ ଆଇଫୋନ୍ ୧୧ ପ୍ରୋ ( iPhone 11 Pro) ଗୁଳି ବାଜିବାରୁ ବଞ୍ଚାଇ ଦେଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆପଣଙ୍କୁ ମଧ୍ୟ ଚକିତ କରିଦେବ ଏହି ଭିଡିଓ ...

 

ସାଙ୍କେତିକ ଫଟୋ

Viral Video: iPhone Stops A Bullet, ଆଇଫୋନ୍ ଦ୍ୱାରା ଜୀବନ ବଞ୍ଚୁଥିବାର ଆପଣ ଅନେକ ପ୍ରକାର ଖବର ଶୁଣିଥିବେ । କିନ୍ତୁ ଆଜିକାଲି ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବାସ୍ତବରେ, ୟୁକ୍ରେନର ଜଣେ ସୈନିକଙ୍କୁ ତାଙ୍କ ଆଇଫୋନ୍ ୧୧ ପ୍ରୋ ( iPhone 11 Pro) ଗୁଳି ବାଜିବାରୁ ତାଙ୍କ ବଞ୍ଚାଇ ଦେଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 

ରେଡ୍ଡିଟ୍ ଦ୍ୱାରା ସେୟାର ହୋଇଥିବା ଏହି କ୍ଲିପରେ ଜଣେ ୟୁକ୍ରେନ ସୈନିକଙ୍କ ବ୍ୟାଗରୁ ଆଇଫୋନ୍ ବାହାର କରୁଥିବା ଦେଖାଯାଉଛି । ଭିଡିଓଟିରେ ନଷ୍ଟ ହୋଇଥିବା ଫୋନ୍ ଉପରେ ଧ୍ୟାନ ଦେଇଥାଏ, ଯାହା ଭିତରେ ବୁଲେଟ୍ କ୍ଷତ ମଧ୍ୟ ଦେଖାଯାଏ । ଏହି ୨୦୧୯ ମଡେଲ୍ ଆଇଫୋନ୍ ଏକ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଭାବରେ କାମ କରିଛି, ଯାହା ଦ୍ୱାରା ଜଣେ ସୈନିକଙ୍କ ଜୀବନ ରକ୍ଷା ହୋଇ ପାରିଛି । ଆପଣ ମଧ୍ୟ ଦେଖନ୍ତୁ ଏହି ଆଶ୍ଚର୍ଯ୍ୟଜଣକ ଭିଡିଓ ...

ସେୟାର୍ ହେବା ପରଠାରୁ, ଏହି ଭିଡିଓଟି ଉପରେ ୩୦୦୦ ରୁ ଅଧିକ ଲାଇକ ଓ କମେଣ୍ଟ ଆସିଛି । ସୋସିଆଲମିଡ଼ିଆ ୟୁଜର୍ସ ମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଏହି ଭିଡିଓଟି ଏପରି ଏକ ସମୟରେ ଆସିଛି ଯେତେବେଳେ ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ସମାପ୍ତ ହେବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ । ଶନିବାର ଦିନ ଋଷର ସସୈନ୍ୟନେ ୟୁକ୍ରେନର ଦକ୍ଷିଣ ସହର ନିକୋପୋଲ ଉପରେ ଗୁଳିମାଡ଼ କରିଥିଲେ । ୟୁକ୍ରେନର ଜରୁରୀକାଳୀନ ସେବା କହିଛି ଯେ ଦୁଇ ଜଣ ଆହତ ହୋଇଛନ୍ତି ଓ ଅନ୍ୟ ଦୁଇଜଣଙ୍କୁ ଅଳିଆ ଅବଶେଷରେ ପୋତି ହୋଇଯାଇଛନ୍ତି ।

ଏହା ବି ପଢ଼ନ୍ତୁ: ଜାଣନ୍ତୁ କିଏ ଏହି ମାର୍ଗରେଟ୍ ଆଲଭା? ଯାହାକୁ ବିରୋଧୀ ଉପରାଷ୍ଟ୍ରପତି ପଦ ପାଇଁ କରିଛି ପ୍ରାର୍ଥୀ

ଏହା ବି ପଢ଼ନ୍ତୁ: PM ମୋଦିଙ୍କୁ ଚିଠି ଲେଖିଲେ କେଜ୍ରିୱାଲ; କହିଲେ- ମୋତେ ସିଙ୍ଗାପୁର ଯିବାକୁ ଅନୁମତି ନଦେବା ଭୁଲ୍