Nagpur viral video: ବିଚ୍ ରାସ୍ତାରେ ମହିଳାଙ୍କୁ ନିର୍ଧୁମ ମାଡ଼; ଭିଡିଓ ଭାଇରାଲ
Advertisement

Nagpur viral video: ବିଚ୍ ରାସ୍ତାରେ ମହିଳାଙ୍କୁ ନିର୍ଧୁମ ମାଡ଼; ଭିଡିଓ ଭାଇରାଲ

Nagpur viral video: ନିକଟରେ ମହାରାଷ୍ଟ୍ର ନାଗପୁର ବିଚ୍ ରାସ୍ତାରେ ଜଣେ ମହିଳା ଓ ବ୍ୟକ୍ତି ମଧ୍ଯରେ ଟଣା ଘୋଷଡ଼ା ହେଉଥିବା ଦେଖିବାକୁ ମିଳିଥିଲା । ଗାଡ଼ି ଓଭରଟେକକୁ ନେଇ ଏହି ହୋଇଥିବା ଏହି ଯୁକ୍ତିତର୍କ ପରେ ମାର ପିଟର ରୂପ ନେଇଥିଲା । ମହିଳାଙ୍କ ଅଭିଯୋଗ ପରେ ଉକ୍ତ ବ୍ୟକ୍ତି ଜଣଙ୍କୁ ଗିରଫ କରିଛି ପୋଲିସ ।  

ସୌ(ସୋସିଆଲ ମିଡିଆ)

Nagpur viral video: ସାରା ଦେଶରୁ ଅନେକ ସମୟରେ ସଡ଼କ ଦୁର୍ଘଟଣା ନେଇ ଖବର ସାମ୍ନାକୁ ଆସିଥାଏ । ନିକଟରେ ମହାରାଷ୍ଟ୍ର ନାଗପୁର(Nagpur) ବିଚ୍ ରାସ୍ତାରେ ଜଣେ ମହିଳା ଓ ବ୍ୟକ୍ତି ମଧ୍ଯରେ ଟଣା ଘୋଷଡ଼ା ହେଉଥିବା ଦେଖିବାକୁ ମିଳିଥିଲା । ଗାଡ଼ି ଓଭରଟେକକୁ ନେଇ ଏହି ହୋଇଥିବା ଏହି ଯୁକ୍ତିତର୍କ ପରେ ମାର ପିଟର ରୂପ ନେଇଥିଲା । ତେବେ ଏହି ଘଟଣାର ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ( Social Media) ବେଶ ଭାଇରାଲ ହେବାରେ ଲାଗିଛି । ମହିଳାଙ୍କ ଅଭିଯୋଗ ପରେ ଉକ୍ତ ବ୍ୟକ୍ତି ଜଣଙ୍କୁ ଗିରଫ କରିଛି ପୋଲିସ ।  

ସୂଚନା ଅନୁଯାୟୀ, ଏହି ଘଟଣା ଗତ ମାର୍ଚ୍ଚ ୧୭ ତାରିଖ ଅଟେ । ଦ୍ବିପ୍ରହର ସମୟରେ ନାଗପୁର ଜରିପାଟକା(Nagpur Jaripatka) ଅଞ୍ଚଳରେ ଜଣେ ମହିଳା ସ୍କୁଟି ନେଇ ଯାଉଥିବା ବେଳେ ଇନ୍ଦୋର ଛକ ରାସ୍ତାରେ ଶିବ ଶଙ୍କର ଶ୍ରୀବାସ୍ତବ ନାମକ ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କୁ ସେ ଓଭରଟେକ(Overtake) କରିଥିଲେ । ପରେ ଓଭରଟେକକୁ ନେଇ ଟ୍ୟାକ୍ସି ଡ୍ରାଇଭର ଓ ମହିଳାଙ୍କ ବଚସା ଆରମ୍ଭ ହୋଇଯାଇଥିଲା । ଉଭୟଙ୍କ ମଧ୍ଯରେ ବହୁ ସମୟ ଧରି ଯୁକ୍ତିତର୍କ ଚାଲିଥିଲା । ଫଳରେ ଉକ୍ତ ସ୍ଥାନରେ ଲୋକେ ରୁଣ୍ତ ହେବାକୁ ଲାଗିଥିଲେ । ରାଗରେ ମହିଳା ଜଣଙ୍କ ବ୍ୟକ୍ତିଙ୍କ କାର ଆଗରେ ଆସି ଠିଆ ହୋଇଥିଲେ। ବହୁ ସମୟ ଧରି ଏହି ବଚସା ଲାଗି ରହିଥିଲାବେଳେ ମହିଳା ଜଣକ କାର ସାମ୍ନାରୁ ଆଦୌ ହଟିନଥିଲେ । ଏହାପରେ କାରରୁ ଓହ୍ଲାଇ ଟ୍ୟାକ୍ସି ଡ୍ରାଇଭର ଜଣକ ମହିଳାଙ୍କୁ ଗାଳି ଗୁଲଜ କରିବା ସହ ମାରିବା ଆରମ୍ଭ କରିଥିଲେ । ସେଠାରେ ଥିବା ଲୋକେ ଉଭୟଙ୍କୁ ଅଟକାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ଏହାପରେ ମହିଳା ଜଣକ ଏନେଇ ଥାନାରେ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗକୁ ଭିର୍ତ୍ତି କରି ପୋଲିସ ଅଭିଯୁକ୍ତ ଟ୍ୟାକ୍ସି ଡ୍ରାଇଭରକୁ(Taxi driver) ଗିରଫ କରିଥିଲା । ତେବେ ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ତେବେ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଲୋକେ ଏହି ଭିଡ଼ିଓ ଦେଖି ନିନ୍ଦା କରିଛନ୍ତି ।

 

ଏହା ବି ପଢନ୍ତୁ-Night Clubs: ଏମିତି କ୍ଲବ ଯେଉଁଠି ମିଳେ ନାହିଁ ମଦ କି ସିଗାରେଟ୍, ଡ଼ିଜେରେ ବାଜେ ଭଜନ

ଶିବସେନା ନେତ୍ରୀ ଶିଳ୍ପା ବୋଡଖେ(Shilpa Bodkhe) ଏହି ଭିଡିଓକୁ ନିଜ ଟୁଇଟରରେ ସେୟାର କରି ଲେଖିଛନ୍ତି, ନାଗପୁର ଭର ଚୌକରେ ଏକ ଲଜ୍ଜାଜନକ ଘଟଣା ଘଟିଛି, ଯେଉଁଠି ଜଣେ ମହିଳା କାରକୁ ଓଭରଟେକ୍ କରିବାରୁ ରାଗି ଯାଇ ଜଣେ ବ୍ୟକ୍ତି ତାଙ୍କୁ ମାଡ଼ ମାରିଥିଲେ। ସେ ଆଉ ମଧ୍ଯ ଲେଖିଛନ୍ତି କି, ସ୍ୱରାଷ୍ଟ୍ର ମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାନାଭିସଜ(Devendra Fadnavis), ଏହା ହେଉଛି ଆମର ନାଗପୁର, ଏବେ ମହିଳା ଦିବସର କାର୍ଯ୍ୟକ୍ରମ ସବୁଠି ପାଳନ ହେଉଛି, ଏଠାରେ ମହିଳାମାନଙ୍କ ପ୍ରତି ସମ୍ମାନ ଦେଖନ୍ତୁ, ଦେଖନ୍ତୁ ଏହା କେତେ ସୁରକ୍ଷିତ ।