Road Accident: ବିବାହ ଭୋଜି ଖାଇ ଫେରୁଥିଲା ବେଳେ ପଛରୁ ପିଟିଲା ଟ୍ରକ, ଘଟଣାସ୍ଥଳରେ ୫ ମୃତ
Advertisement

Road Accident: ବିବାହ ଭୋଜି ଖାଇ ଫେରୁଥିଲା ବେଳେ ପଛରୁ ପିଟିଲା ଟ୍ରକ, ଘଟଣାସ୍ଥଳରେ ୫ ମୃତ

Road Accident News In Odia: ରାସ୍ତାରେ ଛକି ବସିଥିଲା ଜମ । ନେଇଗଲା ୫ ଜୀବନ । ବିବାହ ଭୋଜି ଖାଇ ଫେରୁଥିବା ବେଳେ ଘଟିଲା ଅଘଟଣ । ମର୍ମନ୍ତୁଦ ସଡକ ଦୁର୍ଘଟଣା (road accident)ରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ,ଦୁର୍ଘଟଣା ଘଟାଇଥିବା ଗାଡି ଡ୍ରାଇଭରଟି ଫେରାର ଥିବା ଜଣାପଡିଛି । ତେବେ, ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ନ ଥିବା ବେଳେ ପୋଲିସ୍ କହିଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Road Accident News In Odia: ମର୍ମନ୍ତୁଦ ସଡକ ଦୁର୍ଘଟଣା (road accident)।  ବିବାହ ଭୋଜି ଖାଇ ଫେରୁଥିବା ବେଳେ ଘଟିଲା ଅଘଟଣ । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଉତ୍ତର ପ୍ରଦେଶର ବାରବାଙ୍କୀ ଜିଲ୍ଲାର ମାଟି ଚୈକି ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି( Barabanki Road Accident) । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି । ତେବେ,ଦୁର୍ଘଟଣା ଘଟାଇଥିବା ଗାଡି ଡ୍ରାଇଭରଟି ଫେରାର ଥିବା ଜଣାପଡିଛି । ତେବେ, ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ନ ଥିବା ବେଳେ ପୋଲିସ୍ କହିଛି । ତେବେ, କାରରେ ୧୦ ଜଣ ଯୁବକ ଥିବା ଜଣାପଡିଛି ।

ସୂଚନା ଅନୁସାରେ,  ଉତ୍ତରପ୍ରଦେଶ ବାରବାଙ୍କୀରେ ଆୟୋଜିତ ହୋଇଥିବା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ହାର୍ଦ୍ଦୋଇ ଜିଲ୍ଲାରୁ (Hardoi district) ୧୦ ଜଣ ଯୁବକ ଏକ କାର ଯୋଗେ ଆସିଥିଲେ। ବିବାହ ଉତ୍ସବରେ ଯୋଗ ଦେବା ସହ ଭୋଜି ଖାଇ ବିଳମ୍ବିତ ରାତିରେ ନିଜ ଘରକୁ ଫେରୁଥିଲେ । ମାଟି ଚୈକି ଥାନା ଅଞ୍ଚଳରେ ସେମାନଙ୍କ କାର ପହଞ୍ଚି ଥିବା ସମୟରେ ଏକ ଅଜଣା ଟ୍ରକ ତାଙ୍କ ଗାଡିକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ଦେଖି କିଛି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥରେ ପହଞ୍ଚି ବାକି ଆହତଙ୍କୁ ଗାଡିରୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରୁ ଚିକିତ୍ସା ପାଇଁ ପଠାଇଛି। ଏବଂ ୫ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।  ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା ରହିଛି । ସେପଟେ, ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ଜଣାପଡିଛି । କିଭଳି ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ ଜାରି ରଖିଛି । 

ଏହାବି ପଢନ୍ତୁ : Mangal Gochar 2023 Effects: କର୍କଟ ରାଶିରେ ପ୍ରବେଶ କରିବେ ମଙ୍ଗଳ, ଏହି ୭ ରାଶି ଉପରେ ମାଡି଼ ଆସିବ ବିପଦ!

ଏହାବି ପଢନ୍ତୁ : latest gold price: ସୁନା ଦରରେ ବଡ଼ ପରିବର୍ତ୍ତନ, ଏତିକି ଟଙ୍କା ହେଲା ଶସ୍ତା

ସେହିପରି ଗତକାଲି(ରବିବାର) ମଧ୍ୟ ଏକ ବରଯାତ୍ରୀ ବସ୍ ଓଲଟିପଡିଥିଲା । ବରଯାତ୍ରୀ ବସ୍ ଓଲଟିବାରୁ ଘଟଣାସ୍ଥଳରେ ୫ ଜଣ ଲୋକଙ୍କ (five killed) ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ବଢିବ ବୋଲି ଆଶଙ୍କା କରାଯାଉଛି।  ଶନିବାର ବିଳମ୍ବିତ ରାତି ସମୟରେ ଏହି ଦୁର୍ଘଟଣା ଘଟିଛି । ମଧ୍ୟପ୍ରଦେଶ ଭିଣ୍ତ ଜିଲ୍ଲାର (Bhind District)ମୋହୋଇ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ, ବସରେ ୬୦ ବରଯାତ୍ରୀ ଥିବା ଜଣାପଡିଛି । 

ସୂଚନା ଅନୁସାରେ, ଶନିବାର ଦିନ ରନ୍ଦେରୀ ଥାନା ଅଞ୍ଚଳର ମାଡେଲା ଗାଁର ବାସିନ୍ଦା ମାଲୁ ପାଲଙ୍କ ଦୁଇ ପୁଅ ପପୁ ଏବଂ ସୁନୀଲଙ୍କ ବିବାହ ଉତ୍ସବ(wedding) ଥିଲା । ଏ-ନେଇ ମାଲୁ ନିଜ ନିକଟ ସମ୍ପର୍କୀୟଙ୍କୁ ନିଜ ପୁଅ ବିବାହ କାର୍ଯ୍ୟରେ ସେମାନଙ୍କୁ ସାମିଲ ହେବା ପାଇଁ ଡାକିଥିଲେ। ବିବାହରେ ପହଞ୍ଚି ବରଯାତ୍ରୀରେ ସାମିଲ ହୋଇଥିଲେ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟ । ଏବଂ ବିବାହ ଭୋଜି ଖାଇ ଏକ ବସ୍ ଯୋଗେ ସମସ୍ତ ନିଜ ଘରକୁ ବିଳମ୍ବିତ ରାତିରେ ଫେରୁଥିଲେ। କିନ୍ତୁ ସେମାନେ ଜାଣି ନଥିଲେ। ଘରେ ପହଞ୍ଚିବା ପୂର୍ବରୁ ତାଙ୍କ ସହ ଏତେ ବଡ ଦୁର୍ଘଟଣା ଘଟିବ । ବସଟି ବିଳମ୍ବିତ ରାତିରେ ବରଯାତ୍ରୀଙ୍କୁ ନେଇ ମାଡେଲା ଗାଁରୁ ଭିଣ୍ତ ଜିଲ୍ଲା (Bhind  District) ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। କିନ୍ତୁ  ବସଟି ମୋହୋଇ ଗାଁ ନିକଟରେ ପହଞ୍ଚିଲା ବେଳେକୁ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ -ବରଯାତ୍ରୀ ବସକୁ ଧକ୍କା ଦେଇଥିଲା । ଫଳରେ ବସ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ବସଟି ରାସ୍ତା କଡକୁ ଖସି ପଡିଥିଲା। ଘଟଣାସ୍ଥଳରେ ବସ୍ ଡ୍ରାଇଭର ,କଣ୍ତକ୍ଟରଙ୍କ ସମତେ ତିନି ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା(five killed) ।