Road Accident: ଅଶୁଭ ସୋମବାର ! ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୨୨ ଜୀବନ ,ଏକାଧିକ ଆହତ
Advertisement

Road Accident: ଅଶୁଭ ସୋମବାର ! ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୨୨ ଜୀବନ ,ଏକାଧିକ ଆହତ

Road Accident: ଭୟଙ୍କର ସଡ଼କ ଦୁର୍ଘଟଣାରେ (road accident)୨୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଏହି ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ମୃତକଙ୍କ ମଧ୍ୟରେ ଜଣେ ବିଜେପି ନେତା ଅଛନ୍ତି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ ହୋଇଛି।

Road Accident: ଅଶୁଭ ସୋମବାର ! ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୨୨ ଜୀବନ ,ଏକାଧିକ ଆହତ

Road Accident: ଅଶୁଭ ସୋମବାର । ଚାହୁଁଚାହୁଁ ଚାଲିଗଲା  ଅକାଳରେ ୨୨ ନିରିହ ଜୀବନ କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି ।  ଭୟଙ୍କର ସଡ଼କ ଦୁର୍ଘଟଣାରେ (road accident)୨୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଏହି ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ମୃତକଙ୍କ ମଧ୍ୟରେ ଜଣେ ବିଜେପି ନେତା ଅଛନ୍ତି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ ହୋଇଛି। ୟୁପିର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ୨୨ ଜଣ ମୃତ୍ୟୁ ହୋଇଛି(UP road accident) ।  

Also Read: Puri News: ଆଜି ଶ୍ରୀଜିଉଙ୍କ ଖସାପଡା ଲାଗି ନୀତି, ଏତିକି ସମୟ ବନ୍ଦ ରହିବ ସାଧାରଣ ଦର୍ଶନ

Also Read: Pushpa 2 Star Cast fees: ଜାଣିଛନ୍ତି 'ପୁଷ୍ପା ୨' ପାଇଁ କେତେ କୋଟି ନେଉଛନ୍ତି ଅଲ୍ଲୁ ଅର୍ଜୁନ୍?

ସୂଚନା ଅନୁସାରେ, ସୋମବାର ଭୋର ସମୟରେ ଏକ କାର ଦ୍ରୃତଗତିରେ ଆସୁଥିବା ସମୟରେ ନିୟନ୍ତ୍ରଣ ହରାଇ କେନାଲରେ ଖସି ପଡିଥିଲେ। ଫଳରେ କାରରେ ଥିବା ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ, ସମସ୍ତ ମୃତକ କାସଗଞ୍ଜ ଜିଲ୍ଲାର ଗଞ୍ଜୁଣ୍ଡୱାରା ଥାନା ଅଞ୍ଚଳର ଆଣ୍ଡୁଆ ଗାଁର ବାସିନ୍ଦା ବୋଲି ଜଣାପଡିଛି । ଏମାନେ ସମସ୍ତେ ଜଣେ ରୋଗୀଙ୍କୁ ନେଇ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଆସୁଥିବା ବେଳ ଏହି ଅଘଟଣ ଘଟିଛି । ସେହିପରି ଆଲିଗଡର ଯମୁନା ଏକ୍ସପ୍ରେସ ୱେରେ (yamuna expressway accident) ସୋମବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା (road accident) ଘଟିଛି । ଏକ କାର୍ ଓ ଘରୋଇ ବସ୍ ମୁହାଁ ମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏବଂ ଜଣେ ଆହତ ହୋଇଛି । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଛି । ଏବଂ ଘଟଣାର ଛାନଭିନ୍ ଆରମ୍ଭ କରିଛି। କାରରେ ଥିବା ସମସ୍ତ ଯୁବକ ଜୁଆର ବିମାନବନ୍ଦରରେ କାମ କରି ଫେରୁଥିବା ସମୟରେ ଏହି ଅଘଟଣ ଘଟିଛି । 

ଅନ୍ୟପଟେ,ୟୁପିର ରାମପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ତିନିଜଣ ସାଙ୍ଗଙ୍କର ମୃତ୍ୟୁ ହୋଇଛି। କୁକୁର ସେମାନଙ୍କ ସ୍କୁଟି ଆଗକୁ ପଳାଇ ଆସିଥିବାରୁ ସ୍କୁଟିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଆଲିଗଡରେ ସ୍କୁଟି ଦୁର୍ଘଟଣା ପରେ ଆଉ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟି ତିନି ଜଣଙ୍କର ମୃତ୍ୟୁ ଘଟିଛି। କାରଟି ରାସ୍ତାରେ ଯାଉଥିବା ସମୟରେ ପାଞ୍ଚ ଜଣ ଯୁବକଙ୍କ ଉପରକୁ ମାଡି ଯାଇଥିଲା। ଫଳରେ ଦୁର୍ଘଟଣା ଘଟିଥିଲା। ଅଭିଯୁକ୍ତ କାର ଡ୍ରାଇଭର ଘଟଣାସ୍ଥଳରୁ କାର ନେଇ ଚମ୍ପଟ ମାରିଥିଲା। ଏହା ହେଉଛି ଆଲିଗଡର ଗୋଣ୍ଡା ପୋଲିସ ଷ୍ଟେସନ ଅଞ୍ଚଳର ନୟୱାସ୍ ଗାଁର ଘଟଣା । 

ସେହିପରି ହାର୍ଦ୍ଦୋଇର ବିଜେପି ନେତାଙ୍କ କାର ଏକ ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୨ ଜଣ ଆହତ ହୋଇଛନ୍ତି। କୁହାଯାଉଛି ଯେ, ଦ୍ରୁତ ଗତିରେ ଆସୁଥିବା କାରଟି ନିୟନ୍ତ୍ରଣ ହରାଇବାରୁ ଗଛରେ ପିଟି ହୋଇ ରାସ୍ତା କଡକୁ ମାଡି ଆସିଥିଲା। କାରରେ ପାଞ୍ଚ ଜଣ ଲୋକ ଯାତ୍ରା କରୁଥିଲେ ଏବଂ ଏହି ଦୁର୍ଘଟଣାରେ 3 ଜଣଙ୍କର ମୃତ୍ୟୁ ଘଟିଛି। ହର୍ଦ୍ଦୋଇ ସାହାଜନପୁର ରୋଡ୍ କୋଟଓ୍ବାଲିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ସେହିଭଳି ହର୍ଦ୍ଦୋଇରେ ଆଉ ଏକ ସଡକ ଦୁର୍ଘଟଣା ଘଟିଛି । ଯେଉଁଥିରେ ଜଣେ କାଉଡିଆଙ୍କ ମୃତ୍ୟୁ ହୋଇଛି । ତେବେ, ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।