Restrictions for teachers: ଶିକ୍ଷକଙ୍କୁ ବଡ଼ ଝଟକା, ଦାଢ଼ି ରଖିଲେ ଦରମା କାଟ୍ । NO ଜିନ୍ସ-ଟିସାର୍ଟ
Advertisement
Article Detail0/zeeodisha/odisha1801135

Restrictions for teachers: ଶିକ୍ଷକଙ୍କୁ ବଡ଼ ଝଟକା, ଦାଢ଼ି ରଖିଲେ ଦରମା କାଟ୍ । NO ଜିନ୍ସ-ଟିସାର୍ଟ

Restrictions for teachers:ସ୍କୁଲକୁ ପାଶ୍ଚାତ୍ୟ ପୋଷାକ ବା ୱେଷ୍ଟର୍ଣ୍ଣ ଡ୍ରେସ(Western dress) ପିନ୍ଧି ଆସିବା ଉପରେ ନିଷେଧାଦେଶ।ସ୍କୁଲରେ ପାଠ ପଢ଼ାଉଥିଲେ ଦାଢ଼ି ରଖିବା ମନା, ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିବା ଉପରେ ରୋକ୍, ମହିଳାମାନଙ୍କୁ ଭାରତୀୟ ପୋଷାକରେ ଆସିବା ପାଇଁ ନିର୍ଦ୍ଦେଶ ।

Restrictions for teachers: ଶିକ୍ଷକଙ୍କୁ ବଡ଼ ଝଟକା, ଦାଢ଼ି ରଖିଲେ ଦରମା କାଟ୍ । NO ଜିନ୍ସ-ଟିସାର୍ଟ

Restrictions for teachers: ବିହାରରେ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କ ପାଇଁ କଡ଼ା ନିଷେଧାଦେଶ ଜାରି ହୋଇଛି।  ବିହାରର ବେଗୁସରାଇ ଜିଲ୍ଲାରେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରାଇ ଦେବ । ବେଗୁସରାଇର DEO ଶିକ୍ଷକମାନଙ୍କୁ ଏକ ଅଜବ ନିର୍ଦ୍ଦେଶ ଦେଇଛନ୍ତି ।ବେଗୁସରାଇ ଡିଏଓ ନିର୍ଦ୍ଦେଶ ଜାରି କରିଛନ୍ତି ଯେ ଦାଢ଼ି ରଖି ଶିକ୍ଷକମାନେ ସ୍କୁଲକୁ ପାଠ ପଢ଼ାଇବାକୁ ଆସୁଥିଲେ ଶିକ୍ଷକଙ୍କ ଦରମା କଟାଯିବ। ଏହା ସହିତ ଶିକ୍ଷକମାନଙ୍କୁ ଜିନ୍ସ ଏବଂ ଟି-ସାର୍ଟ ପିନ୍ଧି ସ୍କୁଲକୁ ଆସିବାକୁ ମଧ୍ୟ ବାରଣ କରାଯାଇଛି।

ଡିଏଓଙ୍କ ନିର୍ଦ୍ଦେଶ ଅନୁଯାୟୀ ଯଦି ବିଦ୍ୟାଳୟରେ ଯାଞ୍ଚ ସମୟରେ ଶିକ୍ଷକମାନେ(Teachers) ଦାଢ଼ି ରଖିବା, ଜିନ୍ସ-ଟି-ସାର୍ଟ ପିନ୍ଧିଥିବାର ଦେଖାଯାଏ, ତେବେ ଗୋଟିଏ ଦିନର ଦରମା କଟାଯିବ। ଏହା ସହିତ ଡିଏଓ ମହିଳା ଶିକ୍ଷକଙ୍କ ପୋଷାକ ସମ୍ବନ୍ଧରେ ମଧ୍ୟ ନିର୍ଦ୍ଦେଶ ଜାରି କରିଛନ୍ତି। ଡିଏଓଙ୍କ ନିର୍ଦ୍ଦେଶ ଅନୁଯାୟୀ,ଶିକ୍ଷୟତ୍ରୀମାନେ ବିଦ୍ୟାଳୟକୁ ଚକମକ୍ ରଙ୍ଗର ପୋଷାକ ଓ ୱେଷ୍ଟର୍ଣ୍ଣ ପୋଷାକ ପିନ୍ଧି ସ୍କୁଲକୁ ଆସିପାରିବେ ନାହିଁ । ମହିଳା ଶିକ୍ଷକମାନେ କେବଳ ଭାରତୀୟ ପୋଷାକ ପିନ୍ଧି ସ୍କୁଲକୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷରେ, ବେଗୁସରାଇ ଡିଏଓଙ୍କ ଏହି ନିର୍ଦ୍ଦେଶକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଶିକ୍ଷକ ସଂଘ। ଶିକ୍ଷକ ସଂଘ ଏହି ଆଦେଶକୁ ତୁଗଲକି ଆଦେଶ ବୋଲି କହିଛି। ଏହା ସହିତ ଏହି ନୂତନ ଆଦେଶ ପରେ ଶିକ୍ଷକମାନେ ସରକାରଙ୍କଠାରୁ ୟୁନିଫର୍ମ ଭତ୍ତା ଦାବି କରିଛନ୍ତି। ଶିକ୍ଷକ ସଂଘ ମିଶ୍ରିତ ଚିଠି ଜାରି କରିଥିବା ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଛି। ଏହା ସହିତ ବେଗୁସରାଇ DEO କୁ ଆଦେଶ ପ୍ରତ୍ୟାହାର କରିବାକୁ ଚେତାବନୀ ମଧ୍ୟ ଦିଆଯାଇଛି।

ଶିକ୍ଷକ ସଂଘ କହିଛି ଯେ ବେଳେବେଳେ ଦାଢ଼ି ରଖିବା ପୁରୁଷଙ୍କ ପାଇଁ ବାଧ୍ୟତାମୂଳକ ହୋଇଥାଏ। ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ୧୦ ଦିନ ପର୍ଯ୍ୟନ୍ତ ନିଶ ଦାଢ଼ି କଟାଯାଇନଥାଏ | ଏହା ସହିତ ମୁସଲମାନ ଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଯଦି ଏହି ନିର୍ଦ୍ଦେଶ ପ୍ରତ୍ୟାହାର ନକରାଯାଏ ତେବେ ସେମାନେ ପ୍ରତିବାଦ ପାଇଁ ରାସ୍ତାକୁ ଓହ୍ଲାଇବେ ବୋଲି ଶିକ୍ଷକ ସଂଘ କହିଛି। ତେବେ ବେଗୁସରାଇ DEO ର ଅର୍ଡରର କପି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହି ନୂତନ ଆଦେଶକୁ ନେଇ ନିଜ ପଦ୍ଧତିରେ ପ୍ରତିକ୍ରିୟା ରଖିଛନ୍ତି ।

Also read: Healthy tips: ଚିନାବାଦାମ ଖାଇବା ପରେ ପିଉଛନ୍ତି କି ପାଣି ? ଜାଣନ୍ତୁ ଏହା କେତେ କ୍ଷତିକାରକ ଓ କେତେ ଲାଭଦାୟକ..

Gold and Silver Price Today: ଶସ୍ତା ହେଲା ସୁନା! ୧୦ ଗ୍ରାମ ପ୍ରତି ଏତିକି ଖସିଲା ଦର, ଜାଣନ୍ତୁ ଆଜିର ନୂଆ ରେଟ୍