Republic Day Parade: ଭୋର୍ ୪ଟାରୁ ଟ୍ରାକରେ ଦୌଡିବ ଦିଲ୍ଲୀ ମେଟ୍ରୋ, ଜାଣନ୍ତୁ କ'ଣ ରହିବ ବନ୍ଦ...
Advertisement

Republic Day Parade: ଭୋର୍ ୪ଟାରୁ ଟ୍ରାକରେ ଦୌଡିବ ଦିଲ୍ଲୀ ମେଟ୍ରୋ, ଜାଣନ୍ତୁ କ'ଣ ରହିବ ବନ୍ଦ...

Republic Day Parade: ଗଣତନ୍ତ୍ର ଦିବସ ପରେଡକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାଜଧାନୀ ଦିଲ୍ଲୀରେ ମେଟ୍ରୋର ସମୟକୁ ପରିବର୍ତ୍ତନ କରାଯାଇଛି। ସକାଳ ୪ଟା ସମୟରୁ ମେଟ୍ରୋ ସେବା ପାଇପାରିବେ ଲୋକେ ।

Republic Day Parade: ଭୋର୍ ୪ଟାରୁ ଟ୍ରାକରେ ଦୌଡିବ ଦିଲ୍ଲୀ ମେଟ୍ରୋ, ଜାଣନ୍ତୁ କ'ଣ ରହିବ ବନ୍ଦ...

Republic Day Parade: ଆସନ୍ତାକାଲି ୨୬ ଜାନୁଆରୀରେ ସମଗ୍ର ଦେଶ ୭୫ ତମ ଗଣତନ୍ତ୍ର ଦିବସ ପାଳନ କରିବ । ଏହି ଅବସରରେ ରାଜଧାନୀ ଦିଲ୍ଲୀରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସକାଳ ୯ ଟାରୁ ପ୍ୟାରେଡ୍ ଆରମ୍ଭ ହୋଇ ମଧ୍ୟାହ୍ନ ପ୍ରାୟ ୧୨ ଟା ପର୍ଯ୍ୟନ୍ତ ଚାଲିବ। ଏଭଳି ପରିସ୍ଥିତିରେ ଦିଲ୍ଲୀରେ ମେଟ୍ରୋ ସେବାର ସମୟକୁ ପରିବର୍ତ୍ତନ କରାଯାଇଛି । ସାଧାରଣ ଲୋକଙ୍କ ପାଇଁ ଦିଲ୍ଲୀ ମେଟ୍ରୋ ସକାଳ ୪ ଟାରୁ ଟ୍ରାକରେ ଗଡିବ । ଯାହାଦ୍ୱାରା ଲୋକମାନେ ନିଜ କର୍ତ୍ତବ୍ୟସ୍ଥଳରେ ସଠିକ ସମୟରେ ପହଞ୍ଚି ଗଣତନ୍ତ୍ରର ଏହି ମହାନ କାର୍ଯ୍ୟରେ ନିଜକୁ ସାମିଲ କରିପାରିବେ ।

ଆସନ୍ତାକାଲି ଦିଲ୍ଲୀ ହେବାରୁ ଥିବା ପ୍ୟାରେଡ ପାଇଁ ସମସ୍ତ ମାର୍ଗରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଜି ରାତିରେ ଦିଲ୍ଲୀର ସମସ୍ତ ସୀମା ସିଲ୍ କରାଯିବା ସହ ଡଙ୍ଗା ମାଧ୍ୟମରେ ଯମୁନା ନଦୀରେ ପାଟ୍ରୋଲିଂ କରାଯିବ। ଆକାଶରେ ଏୟାର ପାଟ୍ରୋଲିଂ ମଧ୍ୟ କରାଯିବ । ପ୍ରାୟ ୧୪ ହଜାର ପୋର୍ସ ବିଭିନ୍ନ ସ୍ଥାନରେ ମୁତୟନ ହେବେ ।

ପ୍ରତି ୩୦ ମିନିଟରେ ମେଟ୍ରୋ
DMRC ପ୍ରକାଶି କରିଥିବା କାର୍ଯ୍ୟସୂଚୀ ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ମେଟ୍ରୋ ସେବା ସକାଳ ୪ ଟାରୁ ଆରମ୍ଭ ହେବ । ପ୍ରତି ୩୦ ମିନିଟରେ ଆପଣଙ୍କୁ ମେଟ୍ରୋ ସେବା ମିଳିବ । ଗଣତନ୍ତ୍ର ଦିବସ ପରେଡ ଶେଷ ହେବା ପରେ ପୁରୁଣା ସମୟ ଅନୁଯାୟୀ ମେଟ୍ରୋ ସେବା ଆରମ୍ଭ ହେବ । ଗଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେଉଥିବା ଲୋକମାନେ ଇ-ନିମନ୍ତ୍ରଣ କାର୍ଡ / ଇ-ଟିକେଟ୍ ଦେଖାଇବା ପାଇଁ କୁପନ୍ ପାଇବେ । ଏହି କୁପନ୍ ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥାନରେ ଯାଞ୍ଚ କରାଯିବ ।

ଭାରୀ ଯାନ ବନ୍ଦ
ଜାନୁଆରୀ ୨୫ ରାତିରୁ ଜାନୁଆରୀ ୨୬ ପରେଡ ଶେଷ ହେବା ପର୍ଯ୍ୟନ୍ତ ଦିଲ୍ଲୀରେ ଭାରୀ ଯାନ ପ୍ରବେଶ କରିପାରିବ ନାହିଁ । ଜାନୁୟାରୀ ୨୫ ରେ ରାତି ୮ ରୁ ୧୨ ଟା ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ପାର୍କିଂ ବନ୍ଦ ରହିବ । ଏଥିମଧ୍ୟରେ ନୂଆଦିଲ୍ଲୀ ଷ୍ଟେସନ, ପୁରୁଣା ଦିଲ୍ଲୀ ରେଳ ଷ୍ଟେସନ, ନିଜାମୁଦ୍ଦିନ ରେଳ ଷ୍ଟେସନ ଏବଂ ଆନନ୍ଦ ବିହାର ଅନ୍ତର୍ଭୁକ୍ତ ରହିଛି ।

ପରେଡକୁ ଲିଙ୍କ୍ କରୁଥିବା ସ୍ଥାନ ଯଥା ଜନପଥ, ମାନସିଂହ ରୋଡ୍ ବନ୍ଦ ରହିବ । ବିଜୟ ଚକ୍ ଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ କାର୍ତ୍ତବ୍ୟ ପଥ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ। ଦିଲ୍ଲୀର ପ୍ରତ୍ୟେକ କୋଣ ଅନୁକୋଣରେ ପୋଲିସ କର୍ମଚାରୀ ନିୟୋଜିତ ହେବେ। ପାରା-ସାମରିକ ବାହିନୀ ମଧ୍ୟ ମୁତୟନ କରାଯାଇଛି। ଦିଲ୍ଲୀ ଟ୍ରାଫିକ ପୋଲିସର ପରାମର୍ଶଦାତା ଅନୁଯାୟୀ ତିଲକ ମାର୍ଗ, ବାହାଦୂରଶା ଜାଫର ମାର୍ଗ, ଜାନୁଆରୀ ୨୬ ରେ ସକାଳ ୧୦.୩୦ ରୁ ବନ୍ଦ ରହିବ। ଆଜି ଜାନୁଆରୀ ୨୫ କର୍ତ୍ତବ୍ୟ ପଥ୍-ରାଫି ମାର୍ଗ କ୍ରସିଂ, କର୍ତ୍ତବ୍ୟପଥ-ଜନପଥ କ୍ରସିଂ ରାତି ୧୧ ଟାରୁ ବନ୍ଦ ରହିବ । ଲୋକମାନେ ମାଡ୍ରାସା, ଲୋଧି ରୋଡ୍, ଅରବିନ୍ଦ ମାର୍ଗ, ଏଆଇଏମ୍ଏସ୍ ଚକ୍, ରିଙ୍ଗ୍ ରୋଡ୍-ଧୌଲା କୁଆନ୍, ବନ୍ଦେ ମାତାରାମ ମାର୍ଗ, ଶଙ୍କର ରୋଡରୁ ମନ୍ଦିର ରାସ୍ତାରେ ଯିବା ଆସିବା କରିପାରିବେ । ସାଧାରଣ ଲୋକେ ରିଙ୍ଗ ରୋଡ୍, ଆଶ୍ରମ ଚକ୍, ସରାଇ କାଲେ ଖାନ୍, ରାଜଘାଟ, ଚକ୍ ଯମୁନା ବଜାର, ଏସପି ମୁଖାର୍ଜୀ ମାର୍ଗ ଦେଇ ଦିଲ୍ଲୀ ରେଳ ଷ୍ଟେସନରେ ପହଞ୍ଚି ପାରିବେ।

Also Read- GOLD PRICE: ଖସିଲା ସୁନାଦର, ହାତଛଡା କରନ୍ତୁନି ଏହି ସୁଯୋଗ

Also Read- Weather Report: କୋହଲା ପାଗରେ ଥରୁଛି ରାଜ୍ୟ, ଆଜି ଏହି ସ୍ଥାନରେ ବର୍ଷା...