Republic Day: ଗଣତନ୍ତ୍ର ଦିବସରେ ନୋଏଡା଼ ମେଟ୍ରୋ ପକ୍ଷରୁ ଯାତ୍ରୀଙ୍କୁ ନୂତନ ଭେଟି, ଆଗାମୀ 10 ଦିନ ପାଇଁ ମାଗଣାରେ ମିଳିବ ଏହି ଜିନିଷ
Advertisement
Article Detail0/zeeodisha/odisha1545039

Republic Day: ଗଣତନ୍ତ୍ର ଦିବସରେ ନୋଏଡା଼ ମେଟ୍ରୋ ପକ୍ଷରୁ ଯାତ୍ରୀଙ୍କୁ ନୂତନ ଭେଟି, ଆଗାମୀ 10 ଦିନ ପାଇଁ ମାଗଣାରେ ମିଳିବ ଏହି ଜିନିଷ

Republic Day: ମେଟ୍ରୋ ନୋଏଡାବାସୀଙ୍କ ପାଇଁ ନିଶ୍ୱାସ ସଦୃଶ । ରାତି ପାହିଲେ ମେଟ୍ରୋ ଷ୍ଟୋସନରେ ଲାଗେ ଗହଳି । ତେବେ ଗଣତନ୍ତ୍ର ଦିବସ ଉପଲକ୍ଷେ ନୋଏଡା଼ ମେଟ୍ରୋ ଯାତ୍ରୀଙ୍କ ପାଇଁ ଆଣିଛି ଦିଲ୍ ଖୁସ କରାଇବା ଭଳି ଅଫର। ଆସନ୍ତୁ ଜାଣିବା କ’ଣ ଏହି ଅଫର ।

ସୌ(ସୋସିଆଲ ମିଡିଆ)

Republic Day: ଆଜି ସାରା ଦେଶ ପାଳୁଛି ୭୪ତମ ଗଣତନ୍ତ୍ର ଦିବସ (Republic Day) । ଆଉ ଏହି ଦିବସ ଉପଲକ୍ଷେ ଅନେକ ସରକାରୀ ଓ ବେସରକାରୀ ସଂସ୍ଥା ନିଜ ଗ୍ରାହକମାନଙ୍କୁ ବିଭିନ୍ନ ଅଫର ଭେଟି ଦିଅନ୍ତି। ଏହି ଦିନ ମେଟ୍ରୋ (Metro) ଯାତ୍ରୀଙ୍କ ପାଇଁ ନେଇ ଆସିଛି ଖୁସି ଖବର । ଗଣତନ୍ତ୍ର ଦିବସ ଅବସରରେ ନୋଏଡା଼ ମେଟ୍ରୋ ରେଳ ନିଗମ ଯାତ୍ରୀଙ୍କ ପାଇଁ (NMRC) ଆଣି ଦେଇଛି ଏକ ବମ୍ପର ଅଫର । ଯଦି ଆପଣ ମେଟ୍ରୋ ତଥା (Aqua line) ଦେଇ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ଏହି ସୁବିଧା ଉଠାଇପାରିବେ। ନୋଏଡା଼ ମେଟ୍ରୋ ଜାନୁୟାରୀ ୨୬ରୁ ଫେବୃୟାରୀ ୪ ତାରିଖ ଯାଏଁ ଅର୍ଥାତ୍ ପ୍ରାୟ ୧୦ ଦିନ ଯାଏଁ ମୋଟ୍ରୋ ଯାତ୍ରୀଙ୍କୁ ମାଗଣା ସ୍ମାର୍ଡ଼ କାର୍ଡ଼ (Smart card) ପ୍ରଦାନ କରିବା ନେଇ ନିଷ୍ପତ୍ତି ନେଇଛି । ଯଦି ଆପଣ ନିୟମିତ ଭାବେ ମେଟ୍ରୋରେ ଯାତ୍ରା କରୁଛନ୍ତି ଓ ଆପଣଙ୍କ ପାଖରେ ସ୍ମାର୍ଡ଼ କାର୍ଡ଼ ନାହିଁ ତାହାଲେ ଏହା ତେବେ ଏହି ଅଫର ଆପଣଙ୍କ ପାଇଁ ବେଶ ଲାଭଦାୟକ ହୋଇପାରେ । କାରଣ ଏଥିରେ ଆପଣଙ୍କୁ ୧ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବନି ।

ସୂଚନାରୁ ପ୍ରକାଶ ଯେ, ନୋଏଡା଼ ମେଟ୍ରୋ ତାହାର ୪ ବର୍ଷ ପୂର୍ତ୍ତି ଅବସରରେ ଏହି ବମ୍ପର ଅଫରଟି ଯାତ୍ରୀଙ୍କୁ ଭେଟି ଦେଉଛି । ସମସ୍ତ ଲୋକେ ଏହି ଅଫରରେ ମାଗଣା ସ୍ମାର୍ଡ଼ କାର୍ଡ଼ ପାଇ ପାରିବେ । ଏଥିଲାଗି କୌଣସି ବିଶେଷ ସର୍ତ୍ତ ରଖାଯାଇନାହିଁ । ନୋଏଡା଼ ମେଟ୍ରୋର(NMRC MD) ଏମଡ଼ି ଋିତୁ ମାହେଶ୍ୱରୀ କହିଛନ୍ତି କି, ଜାନୁୟାରୀ ୨୬ରୁ ଫେବୃୟାରୀ ୪ ତାରିଖ ଯାଏଁ ଅର୍ଥାତ୍ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ମେଟ୍ରୋ ରେଳ ନିଗମ ଏକ ଶିବିର ସ୍ଥାପନ କରିବ । ମେଟ୍ରୋରେ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ସ୍ମାର୍ଡ଼ କାର୍ଡ଼ ମାଗଣାରେ ମିଳିବ । ଏହି ସ୍ମାର୍ଡ଼ କାର୍ଡ଼କୁ ଏସବିଆଇ ପକ୍ଷରୁ ଡ଼ିଜାଇନ କରାଯାଇଛି ।

ଯଦି ଆପଣ ନୋଏଡା଼ ମେଟ୍ରୋ (NMRC) ପକ୍ଷରୁ ମାଗଣାରେ ପ୍ରଦାନ କରାଯାଉଥିବା ଏହି ସ୍ମାର୍ଡ଼ କାର୍ଡ଼ ପାଇବାକୁ ଚାହୁଁଛନ୍ତି ତ ଆପଣ ନିକଟସ୍ଥ ମେଟ୍ରୋକୁ ଯାଇ ଏହି ଅଫରର ଲାଭ ଉଠାଇ ପାରିବେ । ନୂଆ ସୁବିଧା ନେଇ ଯାତ୍ରୀଙ୍କୁ ଅବଗତ କରାଇବା ଲାଗି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ନୋଏଡା଼ ମେଟ୍ରୋ ପକ୍ଷରୁ କୁହାଯାଇଛି ।

Also Read-  Crime News: Film Special 26 ଷ୍ଟାଇଲରେ ଲୁଟ୍, ଇଡି ଅଫିସର ପରିଚୟ ଦେଇ ଦୋକାନୀକୁ ଚୁନ ଲଗାଇଲେ ଲୁଟେରା