Reliance Jio: ୟୁଜରଙ୍କୁ ଝଟକା ଦେଲା ଜିଓ ! ବନ୍ଦ କରିଦେଲା ଏହି ଲୋକପ୍ରିୟ ସବସ୍କ୍ରିପସନ
Advertisement
Article Detail0/zeeodisha/odisha1443989

Reliance Jio: ୟୁଜରଙ୍କୁ ଝଟକା ଦେଲା ଜିଓ ! ବନ୍ଦ କରିଦେଲା ଏହି ଲୋକପ୍ରିୟ ସବସ୍କ୍ରିପସନ

 କମ୍ପାନୀ ପୋଷ୍ଟପେଡ ସିମ ଉପରେ କିଛି ସବସ୍କ୍ରିପସନକୁ ସକ୍ରିୟ ରହିଛି। ତେବେ ଜିଓ ପୋଷ୍ଟପେଡ଼ ସବସ୍କ୍ରାଇବର୍ସଙ୍କୁ ୩୯୯ ଟଙ୍କାରୁ ଆରମ୍ଭ ହେଉଥିବା ମାସିକିଆ ପ୍ଲାନରେ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଓ Disney+Hotstarର ସବସ୍କ୍ରିପସନ ମଧ୍ୟ ଦିଆଯାଉଛି। 

Reliance Jio: ୟୁଜରଙ୍କୁ ଝଟକା ଦେଲା ଜିଓ ! ବନ୍ଦ କରିଦେଲା ଏହି ଲୋକପ୍ରିୟ ସବସ୍କ୍ରିପସନ

Reliance Jio: ନୂଆଦିଲ୍ଲୀ: ଯଦି ଆପଣ ରିଲାଏନ୍ସ ଜିଓ (Reliance Jio) ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଦୁଃଖଦ ଖବର ରହିଛି। ମିଳିଥିବା ସୂଚନା ମୁତାବକ ରିଲାଏନ୍ସ ଜିଓ (Reliance Jio) ତାର କିଛି ସେବାକୁ ବନ୍ଦ କରିବାକୁ ଯାଉଛି। ଏହି ସେବା ମଧ୍ୟରେ କିଛି ଲୋକପ୍ରିୟ ସବସ୍କ୍ରିପସନ (Popular Subscription) ମଧ୍ୟ ରହିଛି। ଏହି ସବୁ ପ୍ଲାନ ଅକ୍ଟୋବର (October) ମାସରୁ ଆରମ୍ଭ କରିଦେଇଛି କମ୍ପାନୀ।  

ବନ୍ଦ ହୋଇଥିବା ସବସ୍କ୍ରିପସନ ମଧ୍ୟରେ ମାଗଣାରେ Disney+Hotstar ସବସ୍କ୍ରିପସନ ପ୍ଲାନ ବନ୍ଦ ହୋଇ ଯାଇଛି। କମ୍ପାନୀ ଅକ୍ଟୋବର ମାସରୁ ହିଁ ୪୯୯ ଓ ୬୦୧ ଟଙ୍କା ବିଶିଷ୍ଟ ପ୍ଲାନକୁ କମ୍ପାନୀ ବନ୍ଦ କରିଦେଇଛି। ଏହା ବ୍ୟତୀତ କମ୍ପାନୀ ତା ଓ୍ୱେବସାଇଟରୁ ୧୪୯୯ ଓ ୪୧୯୯ ଟଙ୍କାର ପ୍ଲାନକୁ ହଟାଇ ଦେଇଛି। ଏହି ପ୍ଲାନ ସହିତ Disney+Hotstarର ବଣ୍ଡଲ୍ଡ ସବସ୍କ୍ରିପସନ ମିଳୁଥିଲା। ଯଦିଓ କମ୍ପାନୀ ପକ୍ଷରୁ କୌଣସି ଅଧିକାରୀସ୍ତରରେ ସୂଚନା ମିଳିନାହିଁ। ବିନା କୌଣସି ସୂଚନାରେ ରିଚାର୍ଜ ପ୍ଲାନକୁ ହଟାଇ ଦିଆଯାଇଛି। 

କମ୍ପାନୀ ପକ୍ଷରୁ ଅଧିକାରୀକ ଓ୍ୱେବସାଇଟ ବ୍ୟତୀତ ଥାର୍ଡ ପାର୍ଟି ରିଚାର୍ଜ ପ୍ଲାଟଫର୍ମସ ଉପରେ ସବସ୍କ୍ରାଇବର୍ସକୁ ୧୪୯୯ ଟଙ୍କା ଓ ୪୧୯୯ ଟଙ୍କା ବିଶିଷ୍ଟ ପ୍ଲାନର ବିକଳ୍ପ ନାହିଁ। ପେଟିଏମ ଓ ଆମାଜନ ପେ ଭଳି ପ୍ଲାଟଫର୍ମରେ ଏହି ପ୍ଲାନ ନ ରଖିବାର ଉଦ୍ଦେଶ୍ୟ ହେଉଛି କମ୍ପାନୀ ଏହାକୁ ବନ୍ଦ କରିଦେଇଛି। ଟେଲିକମ ଟକ ଅନୁଯାୟୀ ରିଲାଏନ୍ସ ଜିଓ ଏହା ପୂର୍ବରୁ ଓଟିଟି ସବସ୍କ୍ରିପସନ ପ୍ଲାନକୁ ମଧ୍ୟ ବନ୍ଦ କରିଦେଇଛି କମ୍ପାନୀ।

ଯଦିଓ କମ୍ପାନୀ ପୋଷ୍ଟପେଡ ସିମ ଉପରେ କିଛି ସବସ୍କ୍ରିପସନକୁ ସକ୍ରିୟ ରହିଛି। ତେବେ ଜିଓ ପୋଷ୍ଟପେଡ଼ ସବସ୍କ୍ରାଇବର୍ସଙ୍କୁ ୩୯୯ ଟଙ୍କାରୁ ଆରମ୍ଭ ହେଉଥିବା ମାସିକିଆ ପ୍ଲାନରେ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଓ Disney+Hotstarର ସବସ୍କ୍ରିପସନ ମଧ୍ୟ ଦିଆଯାଉଛି। ଆପଣ ଯଦି ଚାହିଁବେ ତେବେ ପ୍ରିପେଟ ସିମକୁ ପୋଷ୍ଟପେଡ଼କୁ ବଦଳାଇ ପାରିବେ। 

ସେହିପରି ରିଲଏନ୍ସ ଜିଓ ଓଟିଟି ସବସ୍କ୍ରିପସନ ଦେଉଥିବା ପ୍ଲାନ କାହିଁକି ବନ୍ଦ କରିଦିଆଯାଇଥିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ଜିଓକୁ ଚ୍ୟାଲେଞ୍ଜ ଦେଇ ଅନ୍ୟ କମ୍ପାନୀ ବର୍ତ୍ତମାନ ଏଭଳି କିଛି ପ୍ରିପେଡ଼ ପ୍ଲାନ ଦେବା ଆରମ୍ଭ କରିଛନ୍ତି। ଯେଉଁ ପ୍ଲାନରେ Disney+Hotstar ସହିତ ଅନ୍ୟ କିଛି ସେବା ମଧ୍ୟ ଯୋଗାଇ ଦିଆଯାଉଛି। ଯଦି ଆପଣ ଡୁଆଲ ସିମ ବ୍ୟବହାର କରୁଛନ୍ତି ତେବେ ଆପଣ ଏୟାରଟେଲ କିମ୍ବା VI ସିମ ବ୍ୟବହାର କରି ଏହି ସବୁ ସୁବିଧାର ଫାଇଦା ଉଠାଇ ପାରିବେ। 

ଅଧିକ ପଢନ୍ତୁ: Artemis Moon Mission: ଚନ୍ଦ୍ର ପୃଷ୍ଠକୁ ଗଲା ଦୁନିଆର ସବୁଠୁ ବଡ ରକେଟ୍, ୫୦ ବର୍ଷ ପରେ ନାସା ପଠାଇଲା ମହାକାଶଯାନ

ଅଧିକ ପଢନ୍ତୁ: IND vs NZ: ଟି-୨୦ ସିରିଜ୍ ପୂର୍ବରୁ 'ରିକ୍ସା' ଚଳାଉଥିବାର ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେନ୍ ୱିଲିୟମସନ, VIDEO ଭାଇରାଲ

ଅଧିକ ପଢନ୍ତୁ: Twitter: ପୁନର୍ବାର ଆରମ୍ଭ ହେବ ଟ୍ୱିଟର ବ୍ଲୁ ଟିକ୍ ସବସ୍କ୍ରିପସନ୍ ସର୍ଭସି, ତାରିଖ ଘୋଷଣା କଲେ ଏଲୋନ୍ ମସ୍କ