୪୪ କୋଟି ୟୁଜର୍ସଙ୍କୁ ନୂଆ ବର୍ଷ ଗିଫ୍ଟ ଦେଲା ଜିଓ, ଏହି ପ୍ଲାନରେ ମିଳିବ ୨୪ଦିନର ଅଧିକ ଭାଲିଡିଟି
Advertisement
Article Detail0/zeeodisha/odisha2023726

୪୪ କୋଟି ୟୁଜର୍ସଙ୍କୁ ନୂଆ ବର୍ଷ ଗିଫ୍ଟ ଦେଲା ଜିଓ, ଏହି ପ୍ଲାନରେ ମିଳିବ ୨୪ଦିନର ଅଧିକ ଭାଲିଡିଟି

Reliance Jio Extra validity Plan: ରିଲାଏନ୍ସ ଜିଓ ବର୍ତ୍ତମାନ ଦେଶର ସବୁଠାରୁ ବଡ ଟେଲିକମ୍ କମ୍ପାନି ଭାବରେ ପରିଗଣିତ ହୋଇଛି । ଜିଓ ନୂଆ ରିଚାର୍ଜ ପ୍ଲାନ୍ ମାଧ୍ୟମରେ ବର୍ତ୍ତମାନ ତାର ୪୪ କୋଟିରୁ ଅଧିକ ଗ୍ରାହକଙ୍କୁ ନୂଆ ବର୍ଷର ଉପହାର ଦେଇଛି । ଟେଲିକମ କମ୍ପାନି ଜିଓ ଏହାର ବାର୍ଷିକ ପ୍ଲାନରେ ୨୪ ଦିନ ଅତିରିକ୍ତ ବୈଧତା ପ୍ରଦାନ କରୁଛି । ଯଦି ଆପଣ ଏହି ପ୍ଲାନ୍ ହିସାବରେ ନିଜ ବ୍ୟବହାର କରୁଥିବା ସିମରେ ରିଚାର୍ଜ କରନ୍ତି ତେବେ ଆପଣଙ୍କୁ ଅଧିକ ଲାଭ ମିଳିବ ।

୪୪ କୋଟି ୟୁଜର୍ସଙ୍କୁ ନୂଆ ବର୍ଷ ଗିଫ୍ଟ ଦେଲା ଜିଓ, ଏହି ପ୍ଲାନରେ ମିଳିବ ୨୪ଦିନର ଅଧିକ ଭାଲିଡିଟି

Reliance Jio Extra validity Plan: ଟେଲିକମ୍ ଜଗତରେ ରିଲାଏନ୍ସ ଜିଓ ଅନେକ ବିପ୍ଳବ ଆଣିବା ସହିତ ଦେଶର କୋଣ ଅନୁକୋଣରେ ପ୍ରତି ଗ୍ରାହକଙ୍କ ପ୍ରିୟ ହୋଇପାରିଛି । ଜିଓକୁ ବର୍ତ୍ତମାନ ଦେଶର ସବୁଠାରୁ ବଡ ଟେଲିକମ୍ କମ୍ପାନି ଭାବରେ ଗଣନା କରାଯାଉଛି । ବିଭିନ୍ନ ବର୍ଗର ଗ୍ରାହକଙ୍କ ପସନ୍ଦ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଶସ୍ତା ଏବଂ ମହଙ୍ଗା ରିଚାର୍ଜ ପ୍ଲାନ୍ ଅଛି । ଜିଓ ନିଜର ରିଚାର୍ଜ ପ୍ଲାନ ଗୁଡ଼ିକୁ ଅନେକ ବର୍ଗରେ ବିଭକ୍ତ କରିଛି । ମୋବାଇଲ୍ ବ୍ୟବହାରକାରୀମାନେ ସେମାନଙ୍କ ବଜେଟ୍ ଓ ଆବଶ୍ୟକତା ଅନୁଯାୟୀ ପ୍ଲାନ୍ ଚୟନ କରିପାରିବେ । ୨୦୨୪ ତଥା ନୂଆ ବର୍ଷକୁ ଆଖି ଆଗରେ ରଖି ବର୍ତ୍ତମାନ ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ରୋମାଞ୍ଚକର ଉପହାର ଆଣିଛି ବୋଲି ଚର୍ଚ୍ଚା ହେଉଛି ।

ରିଲାଏନ୍ସ ଜିଓର ରିଚାର୍ଜ ପ୍ଲାନରେ ଉଭୟ କମ୍ ଦାମ୍ ଓ ଅଧିକ ଦାମର ରିଚାର୍ଜ ପ୍ଲାନ୍ (Jio Recharge plan) ରହିଛି । ଦୀର୍ଘକାଳୀନ ରିଚାର୍ଜ ପ୍ଲାନ୍ ଗୁଡିକରେ ଗ୍ରାହକଙ୍କୁ ଏକାଥରେ ସାମାନ୍ୟ ଅଧିକ ଟଙ୍କା ରିଚାର୍ଜ କରିବାକୁ ପଡିଥାଏ କିନ୍ତୁ ଏଥିରେ ଲାଭ ଟିକେ ଅଧିକ ଥାଏ । ଜିଓ ବର୍ତ୍ତମାନ ଏହାର ବାର୍ଷିକ ପ୍ଲାନରେ ( one year recharge plan) ନୂଆ ବର୍ଷର ଉପହାର ଭାବରେ ଗ୍ରାହକଙ୍କୁ ୨୪ ଦିନ ଅତିରିକ୍ତ ବୈଧତା ପ୍ରଦାନ କରୁଛି । ବୈଧତା ସହିତ ଗ୍ରାହକଙ୍କୁ ଅତିରିକ୍ତ ୭୫ ଜିବି ଡାଟା ମଧ୍ୟ ମିଳୁଛି । ତେବେ ଆସନ୍ତୁ ଏହି ପ୍ଲାନ ବାବଦରେ ବିସ୍ତୃତ ଭାବରେ ଜାଣିବା ।

୩୮୯ ଦିନର ବୈଧତା ପାଇବ
ରିଲାଏନ୍ସ ଜିଓ ଯୋଜନା ଏକ ବାର୍ଷିକ ଯୋଜନା ରହିଛି ଯାହାର ମୂଲ୍ୟ ମାତ୍ର ୨,୯୯୯ ଟଙ୍କା । ଆପଣ ଏହି ପ୍ଲାନଟିକୁ ବର୍ଷେ ପାଇଁ ନେଲେ ଏହାର ଲାଭ ଆପଣଙ୍କୁ ମିଳିବ । କହିବାକୁ ଗଲେ ପ୍ରତିଦିନର ମୂଲ୍ୟ ଉପରେ ଆପଣ ୮ଟଙ୍କା ରିହାତି ପାଇବେ । ଏହି ଯୋଜନାରେ କମ୍ପାନି ଗ୍ରାହକଙ୍କୁ ୩୬୫ ଦିନର ବୈଧତା ପ୍ରଦାନ କରିଥାଏ । କିନ୍ତୁ ନୂଆ ବର୍ଷ ଅଫରରେ ଏହା ପରିବର୍ତ୍ତନ ହୋଇ ୨୪ ଦିନ ଅଧିକ ବୈଧତା ମିଳୁଛି । ଏହି ପ୍ଲାନ ଆପଣ ନେବା ଦ୍ୱାରା ଆପଣ ୩୮୯ ଦିନ ପାଇଁ ରିଚାର୍ଜ କରିବା ଚିନ୍ତାରୁ ଦୂରେଇ ରହିବେ ।

୯୦୦ଜିବିରୁ ଅଧିକ ଡାଟା
ଜିଓର ଏହି ବାର୍ଷିକ ପ୍ଲାନରେ ଆପଣଙ୍କୁ ସମୁଦାୟ ୯୧୨.୫ ଜିବି ଡାଟା ପାଇପାରିବେ । ଅର୍ଥାତ୍ ଆପଣଙ୍କୁ ପ୍ରତିଦିନ ୨.୫ଜିବି ଡାଟା ମିଳିବ । ଯେଉଁମାନେ ଅଧିକ ଡାଟା ଆବଶ୍ୟକ କରୁଛନ୍ତି ସେମାନଙ୍କ ପାଇଁ ଏହି ପ୍ଲାନଟି ଏକ ଭଲ ବିକଳ୍ପ । ସାଧାରଣତଃ କିଛି ଗ୍ରାହକ ଦିନକୁ ୨ରୁ ୨.୫ଜିବି ଡାଟା ଆବଶ୍ୟକ କରିଥାନ୍ତି ସେମାନଙ୍କ ପାଇଁ ଏହା ନିଶ୍ଚିତ ଭାବରେ ଏକ ଖୁସି ଖବର ।

ଏହି ରିଚାର୍ଜ ପ୍ଲାନ୍ ନେବା ପରେଆପଣ ଅନେର ସୁବିଧା ମଧ୍ୟ ପାଇପାରିବେ । ସେମଧ୍ୟରେ ରହିଛି ୩୮୯ ଦିନ ପାଇଁ ସମସ୍ତ ନେଟୱାର୍କକୁ ମାଗଣାରେ କଲ୍ (Free call) କରିପାରିବେ । କେବଳ ଏତିକି ନୁହେଁ, ଏହା ବାଦ ଆପଣ ପ୍ରତିଦିନ ୧୦୦ଟି ମେସେଜ୍ (SMS) ମାଗଣାରେ ପଠାଇପାରିବେ । ଏହା ବ୍ୟତୀତ ଆପଣଙ୍କୁ ଜିଓ ଟିଭି (Jio TV), ଜିଓ ସିନେମା (Jio Cinema) ଏବଂ ଜିଓ କ୍ଲାଉଡ (Jio Cloud) ମାଗଣାରେ ବ୍ରାଉଜିଂ କରିପାରିବେ ।

Also Read- Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ଗୁରୁତ୍ତ୍ୱପୂର୍ଣ୍ଣ ଖବର

Also Read- ଯୋରନ୍ଦା ମହିମା ପୀଠର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ ପାଇଁ ଭୂମିପୂଜନ