indian navy job 2024: ଦଶମ ଓ ଆଇଟିଆଇ ପାସ୍ କରିଛନ୍ତି କି? ଭାରତୀୟ ନୌସେନାରେ ନିଯୁକ୍ତି ସୁଯୋଗ
Advertisement
Article Detail0/zeeodisha/odisha2016602

indian navy job 2024: ଦଶମ ଓ ଆଇଟିଆଇ ପାସ୍ କରିଛନ୍ତି କି? ଭାରତୀୟ ନୌସେନାରେ ନିଯୁକ୍ତି ସୁଯୋଗ

indian navy job 2024: ଭାରତୀୟ ନୌସେନାରେ ଯୋଗ ଦେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ନୌସେନାରେ ଆପଣ ନିଜ ସ୍ୱପ୍ନ ସାକାର କରିବାର ସୁଯୋଗ ପାଇପାରିବେ । ମହିଳାମାନେ ମାଗଣାରେ ଏଥିପାଇଁ ଆବେଦନ କରିପାରିବେ ।

indian navy job 2024: ଦଶମ ଓ ଆଇଟିଆଇ ପାସ୍ କରିଛନ୍ତି କି? ଭାରତୀୟ ନୌସେନାରେ ନିଯୁକ୍ତି ସୁଯୋଗ

indian navy job 2024: ଦଶମ ଏବଂ ଆଇଟିଆଇ ପାସ୍ କରିଥିବା ବ୍ୟକ୍ତିଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛନ୍ତି କେନ୍ଦ୍ର ସରକାର । ଭାରତୀୟ ନୌସେନାରେ ଯୋଗ ଦେବାକୁ ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସୂଚନା ଖୁବ ଉପାଦେୟ । କାରଣ ନୌସେନାରେ ଭର୍ତ୍ତି ହେବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଏହା ଏପରି ଏକ ଚାକିରି ଯେଉଁଥିରେ ବିଳାସପୂର୍ଣ୍ଣ ଜୀବନ ସହିତ ଭଲ ଦରମା ମିଳିଥାଏ । ଆଜିଠାରୁ ଭାରତୀୟ ନୌସେନାରେ ଭର୍ତ୍ତି ପାଇଁ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆଜି ତଥା ୧୮ ଡିସମ୍ୱରରୁ ଆରମ୍ଭ ହୋଇଛି । ତେବେ ଯେଉଁ ପ୍ରାର୍ଥୀମାନେ ଆବେଦନ କରିବାକୁ ଚାହୁଁଛନ୍ତି ସେମାନଙ୍କ ଜାଣିବା ନିମନ୍ତେ ଆମେ ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ଯାଉଛୁ ।

ବର୍ତ୍ତମାନ ଭାରତୀୟ ନୌସେନାରେ ଚାକିରି ପାଇବା ପାଇଁ ଏକ ଭଲ ସୁଯୋଗ ଆସିଛି । ୯ଶହରୁ ଅଧିକ ପଦବୀରେ ଭର୍ତ୍ତି ପାଇଁ ଭାରତୀୟ ନୌସେନା ବିଜ୍ଞପ୍ତି ପ୍ରକାଶ କରିଛି । ଯେଉଁଥିରେ ନୌସେନା ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆଜି ଅର୍ଥାତ୍ ୧୮ ଡିସେମ୍ବରରୁ ଆରମ୍ଭ ହୋଇଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ନୌସେନାର ଅଫିସିଆଲ୍ ୱେବସାଇଟ୍ joinindiannavy.gov.in ଭିଜିଟ୍ କରି ଅନଲାଇନ୍ ମାଧ୍ୟମପେ ଆବେଦନ ପତ୍ର ଦାଖଲ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୩୧ ଡିସେମ୍ବର ପର୍ଯ୍ୟନ୍ତ ରହିଛି ।

ନୌସେନା ବିଭିନ୍ନ ଖାଲି ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ମୋଟ ପଦବୀ ସଂଖ୍ୟା ୯୧୦ ଥିବାବେଳେ ଚାର୍ଜମ୍ୟାନ୍ ପାଇଁ ୪୨ ଟି ପଦବୀ, ସିନିୟର ଡ୍ରାଫ୍ଟମ୍ୟାନ୍ ପାଇଁ ୨୫୮ ଟି ପଦବୀ ଏବଂ ଟ୍ରେଡ୍ସମ୍ୟାନ୍ ମେଟ୍ର ପାଇଁ ୬୧୦ଟି ପଦବୀ ରହିଛି । ଆବେଦନ ସମୟରେ ପ୍ରାର୍ଥୀଙ୍କୁ ୨୯୫ଟଙ୍କାର ଦେୟ ଦେବାକୁ ପଡିବ । ଏସସି, ଏସଟି, ପିଡବ୍ଲ୍ୟୁଡିବି, ଏକ୍ସସର୍ଭିସମ୍ୟାନ ଏବଂ ମହିଳା ବର୍ଗର ଆବେଦନକାରୀଙ୍କ ପାଇଁ ଦେୟ ଦେବାକୁ ପଡିବ ନାହିଁ ।

ଦକ୍ଷତା
ଚାର୍ଜମ୍ୟାନ୍ - ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ କିମ୍ବା ଗଣିତରେ ବିଏସ୍ ଡିଗ୍ରୀ କିମ୍ବା ସମ୍ପୃକ୍ତ କ୍ଷେତ୍ରରେ ଡିପ୍ଲୋମା
ସିନିୟର ଡ୍ରାଫ୍ଟମ୍ୟାନ୍ - ଦଶମ ପାସ ସହିତ ସମ୍ପୃକ୍ତ ଟ୍ରେଡ୍ ରେ ଡିପ୍ଲୋମା ସାର୍ଟିଫିକେଟ୍ 
ଟ୍ରେଡସମ୍ୟାନ - ଦଶମ ପାସ୍ ସହିତ ITI ସାର୍ଟିଫିକେଟ୍ ।
ଅଧିକ ଜାଣିବା ପାଇଁ ଆପଣ ଭାରତୀୟ ନୌସେନାର ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିପାରିବେ ।

ବୟସସୀମା
ଚାର୍ଜମ୍ୟାନ୍ ଏବଂ ଟ୍ରେଡ୍ସମ୍ୟାନ୍ ମେଟ୍ ପଦବୀ ପାଇଁ ଆବେଦନକାରୀଙ୍କ ବୟସ ୧୮-୨୫ ବର୍ଷ ବୟସ ମଧ୍ୟରେ ହେବା ଆବଶ୍ୟକ । ସିନିୟର ଡ୍ରାଫ୍ଟମ୍ୟାନ୍ ପଦବୀ ପାଇଁ ସର୍ବାଧିକ ବୟସ ସୀମା ୨୭ ବର୍ଷ ରହିଛି । ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ବର୍ଗର ଆବେଦନକାରୀଙ୍କ ପାଇଁ ବୟସ ସୀମାରେ କୋହଳ କରାଯିବ ।

ଚୟନ ପ୍ରକ୍ରିୟା
ଆବେଦନ କରିଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ଲିଖିତ ପରୀକ୍ଷା ଦେବାକୁ ପଡିବ । ସେଥିରେ ପରୀକ୍ଷା କମ୍ପ୍ୟୁଟର ଆଧାରିତ ମୋଡରେ ହେବ । ଯେଉଁଥିରେ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ସମୁଦାୟ ୧୦୦ ମାର୍କର ପ୍ରଶ୍ନ ରହିବ । ସମସ୍ତ ପ୍ରଶ୍ନର ଉତ୍ତର ୯୦ ମିନିଟ୍ ମଧ୍ୟରେ ଦେବାକୁ ପଡିବ ।

Also Read- Parliament Security Case: ଲକ୍ଷ୍ନୌର ଏହି ଦୋକାନରୁ କିଣାଯାଇଥିଲା ସ୍ପ୍ରେ

Also Read- Allu Arjun: ମନ ଜିଣିଲେ ଅଲ୍ଲୁ ଅର୍ଜୁନ, ମଦ ଓ ତମାଖୁ ବିଜ୍ଞାପନକୁ କଲେ ନା