Ration Card List 2024: କେବଳ ଏହି ଲୋକଙ୍କୁ ମିଳିବ ମାଗଣା ରାସନ
Advertisement

Ration Card List 2024: କେବଳ ଏହି ଲୋକଙ୍କୁ ମିଳିବ ମାଗଣା ରାସନ

April Ration Card List 2024: ଯେଉଁମାନେ ନିଜର ନୂଆ ରାସନ କାର୍ଡ ବନେଇବାକୁ ଆବେଦନ କରିଛନ୍ତି, ସେମାନେ ବର୍ତ୍ତମାନ ଏପ୍ରିଲ୍ ରାସନ କାର୍ଡ ତାଲିକା ଯାଞ୍ଚ କରିପାରିବେ । ଯଦି ଆପଣଙ୍କ ନିକଟରେ ପୂର୍ବରୁ ରାସନ କାର୍ଡ ଅଛି ତେବେ ଆପଣ ମଧ୍ୟ ନିଶ୍ଚିତ ଭାବରେ ଏହି ତାଲିକା ଯାଞ୍ଚ କରିବା ଆବଶ୍ୟକ ।

Ration Card List 2024: କେବଳ ଏହି ଲୋକଙ୍କୁ ମିଳିବ ମାଗଣା ରାସନ

April Ration Card List 2024: ଯେଉଁମାନେ ନିଜର ନୂଆ ରାସନ କାର୍ଡ ବନେଇବାକୁ ଆବେଦନ କରିଛନ୍ତି, ସେମାନେ ବର୍ତ୍ତମାନ ଏପ୍ରିଲ୍ ରାସନ କାର୍ଡ ତାଲିକା ଯାଞ୍ଚ କରିପାରିବେ । ଯଦି ଆପଣଙ୍କ ନିକଟରେ ପୂର୍ବରୁ ରାସନ କାର୍ଡ ଅଛି ତେବେ ଆପଣ ମଧ୍ୟ ନିଶ୍ଚିତ ଭାବରେ ଏହି ତାଲିକା ଯାଞ୍ଚ କରିବା ଆବଶ୍ୟକ ।

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ସରକାର ଏବଂ ଖାଦ୍ୟ ଯୋଗାଣ ବିଭାଗ ଦ୍ୱାରା ରାସନ କାର୍ଡ ହିତାଧିକାରୀଙ୍କ ତାଲିକା ପ୍ରତି ମାସରେ ଅପଡେଟ୍ ହୋଇଥାଏ । ଏହା ଅଧୀନରେ ଯୋଗ୍ୟ ନାଗରିକଙ୍କ ନାମ ଅନ୍ତର୍ଭୂକ୍ତ କରାଯାଇଛି ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରୁ ହଟାଯାଇଛି। ତେଣୁ ଯଦି ଆପଣ ମଧ୍ୟ ରାସନ କାର୍ଡ ଉପଭୋକ୍ତା ତେବେ ଆପଣ ନିଶ୍ଚିତ ଭାବରେ ଥରେ ତାଲିକା ଯାଞ୍ଚ କରିନେବା ଆବଶ୍ୟକ । ଯଦି ଆପଣ ଜାଣି ନାହାଁନ୍ତି ଆପଣ କିପରି ରାସନ୍ କାର୍ଡ ତାଲିକା ଯାଞ୍ଚ କରିବେ ତେବେ ଏହି ଖବରଟିକୁ ସମ୍ପୂର୍ଣ୍ଣ ପଢିଲେ ଆପଣଙ୍କର ତାହା ଜାଣିବା ସହଜ ହୋଇଯିବ । ଆଜି ଆମେ ଆପଣଙ୍କୁ କହିବୁ ରାସନ୍ କାର୍ଡ ତାଲିକା ଯାଞ୍ଚ କରିବା ପାଇଁ ଆପଣ କେଉଁ ପ୍ରକ୍ରିୟା ଅନୁସରଣ କରିବା ଉଚିତ ।

ଯଦି ଆପଣ ରାସନ କାର୍ଡର ନୂଆ ତାଲିକା ବିଷୟରେ ଅବଗତ ହେବାକୁ ଚାହୁଁଛନ୍ତି, ତେବେ ଏହି ପ୍ରକ୍ରିୟା ବହୁତ ସହଜ । ଆପଣ ଖାଦ୍ୟ ଏବଂ ଯୋଗାଣ ବିଭାଗର ଅଫିସିଆଲ୍ ୱେବସାଇଟରେ ଏପ୍ରିଲ୍ ରାସନ୍ କାର୍ଡ ତାଲିକା ୨୦୨୪ ଯାଞ୍ଚ କରିପାରିବେ । ଏପ୍ରିଲ୍ ରେସନ୍ କାର୍ଡ ତାଲିକାରେ ଯଦି ଆପଣଙ୍କର ନାମ ଉଲ୍ଲେଖ କରାଯାଇଛି ତେବେ ଆପଣ ରାସନର ଲାଭ ଉଠାଇପାରିବେ । ଲିଷ୍ଟରେ ନାଁ ଥିଲେ ଆପଣଙ୍କୁ ମଧ୍ୟ ସରକାର ଏବଂ ଖାଦ୍ୟ ବିଭାଗ ଦ୍ୱାରା ମାଗଣାରେ କିମ୍ବା କମ୍ ମୂଲ୍ୟରେ ରାସନ ଯୋଗାଇ ଦିଆଯିବ । ଯେଉଁମାନଙ୍କ ନାମ ପୂର୍ବରୁ ରାସନ କାର୍ଡ ତାଲିକାରେ ଅନ୍ତର୍ଭୁକ୍ତ ଥିଲା କିନ୍ତୁ ବର୍ତ୍ତମାନ ଅପସାରଣ କରାଯାଇଛି, ତେବେ ଏପରି ପରିସ୍ଥିତିରେ ସେମାନେ ସମ୍ପୂର୍ଣ୍ଣ ଲାଭ ଉଠାଇପାରିବେ ନାହିଁ । ରାସନ କାର୍ଡ ସ୍କିମ୍ ପାଇଁ ଅଯୋଗ୍ୟ ବ୍ୟକ୍ତି ଏହି ଯୋଜନାରେ ମାଗଣା ଖାଦ୍ୟ ସାମଗ୍ରୀ ପାଇବା ପାଇଁ ଅଧିକାର ପାଇବେ ନାହିଁ ।

ଆବଶ୍ୟକୀୟ ଯୋଗ୍ୟତା
ଏପ୍ରିଲ୍ ରାସନ୍ କାର୍ଡ ତାଲିକାରେ ଅନେକ ଲୋକଙ୍କ ନାମ ଯୋଡି ହେବା ସହ କିଛି ବ୍ୟକ୍ତିଙ୍କ ନାମ କଟିଥିବା ଜଣାପଡିଛି । ଏହା ପଛରେ ସରକାରଙ୍କ ମୂଳ ଉଦ୍ଦେଶ୍ୟ ହେଉଛି କେବଳ ଉଚିତ ବର୍ଗର ଲୋକଙ୍କୁ ମାଗଣାରେ କିମ୍ବା ସୁଲଭ ମୂଲ୍ୟରେ ଖାଦ୍ୟ ସାମଗ୍ରୀ ଦିଆଯିବ। ଆମେ ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ରାସନ କାର୍ଡ ତାଲିକାରେ ଅନ୍ତର୍ଭୂକ୍ତ ହେବା ପାଇଁ ଆପଣ ଜଣେ ସ୍ଥାୟୀ ବାସିନ୍ଦା ହେବା ଆବଶ୍ୟକ । ଏଥିସହ ଦାରିଦ୍ର ସୀମାରେଖା ତଳେ ରହିଥିଲେ ହିଁ ଜଣେ ରାସନ ସାମଗ୍ରୀର ଲାଭ ଉଠାଇପାରିବ । କେବଳ ସେହି ଲୋକମାନେ ରାସନ କାର୍ଡ ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରିବେ ଯେଉଁମାନଙ୍କର ବୟସ ୧୮ ବର୍ଷରୁ ଅଧିକ ଏବଂ ବାର୍ଷିକ ଆୟ ୨ ଲକ୍ଷ ଟଙ୍କାରୁ କମ୍ ।

ରାସନ କାର୍ଡ ତାଲିକାରୁ ନାମ କଟିଛି କି?
କିଛି ଏପରି ଗରିବ ନାଗରିକ ଥାଆନ୍ତି ଯେଉଁମାନେ ରାସନ ପାଇବାକୁ ହକଦାର ହୋଇଥିଲେ ମଧ୍ୟ ସେମାନଙ୍କ ନାମ ରାସନ କାର୍ଡ ତାଲିକାରେ ଅନ୍ତର୍ଭୂକ୍ତ ନାହିଁ । ତେଣୁ ଏହା ପଛରେ କଣ କାରଣ ଥାଇପାରେ ତାହା ଆପଣଙ୍କୁ ଖୋଜିବାକୁ ପଡିବ । ଯଦି ଆପଣ ନିଜ ଅଞ୍ଚଳର ନିକଟତମ ଖାଦ୍ୟ ଏବଂ ଯୋଗାଣ ବିଭାଗ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବେ ତେବେ ଆପଣ ରାସନ କାର୍ଡ କଟିବାର କାରଣ ବିଷୟରେ ଅବଗତ ହୋଇପାରିବେ । ଯଦି ଆପଣଙ୍କ ଦ୍ୱାରା ଦାଖଲ ହୋଇଥିବା ଡକ୍ୟୁମେଣ୍ଟରେ କୌଣସି ତ୍ରୁଟି ରହିଥାଏ ତେବେ ତାହାକୁ ସଂଶୋଧନ କରିବାକୁ ପଡିବ । ତୃଟି ସଠିକ ହେବା ପରେ ଆପଣ ରାସନ କାର୍ଡର ଲାଭ ଉଠାଇ ପାରିବେ ।

କିପରି ଆପଣଙ୍କର ନାମ ଯାଞ୍ଚ କରିବେ?
ଅନଲାଇନରେ ରାସନ୍ କାର୍ଡ ତାଲିକା ଯାଞ୍ଚ କରିବାକୁ ଚାହୁଁଥିଲେ ଆପଣଙ୍କୁ ପ୍ରଥମେ ଖାଦ୍ୟ ଏବଂ ଯୋଗାଣ ବିଭାଗର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରିବାକୁ ହେବ । ମେନ୍ ପେଜରେ ଆପଣ ରେସନ କାର୍ଡର ଯୋଗ୍ୟତା ତାଲିକାର ବିକଳ୍ପ ପାଇବେ, ଆପଣଙ୍କୁ ଏଥିରେ କ୍ଲିକ୍ କରିବାକୁ ପଡିବ । ଆପଣ କ୍ଲିକ୍ କରିବା ପରେ, ଆପଣଙ୍କୁ ଆଉ କିଛି ବିବରଣୀ ବାଛିବା ପାଇଁ କୁହାଯିବ ଯାହା ଅଧୀନରେ ଆପଣଙ୍କୁ ଆପଣଙ୍କ ଜିଲ୍ଲାର ନାମ ବାଛିବାକୁ ପଡିବ । ତାପରେ ନିଜ ବ୍ଲକ୍ ଚୟନ କରିବାକୁ ପଡିବ ଏବଂ ଏହା ପରେ ଆପଣ ନିଜ ଗ୍ରାମ ପଞ୍ଚାୟତ ଉପରେ କ୍ଲିକ୍ କରିବେ । ଏସବୁ କରିବା ପରେ, ଆପଣ ବର୍ତ୍ତମାନ ନିଜ ଅଞ୍ଚଳର ଡିଲରଙ୍କ ନାମ ପାଇବେ । ପରେ ଆପଣ ନିଜ ଅଞ୍ଚଳର ରାସନ କାର୍ଡ ଉପଭୋକ୍ତାଙ୍କ ଲିଷ୍ଟ ପାଇପାରିବେ । ପରେ ଆପଣ ନିଜ ନାମକୁ ସେହି ଲିଷ୍ଟରେ ଖୋଜି ପାଇପାରିବେ । ଏହି ଉପାୟରେ ଆପଣ ସହଜରେ ରାସନ କାର୍ଡ ତାଲିକା ଅନଲାଇନରେ ଯାଞ୍ଚ କରିପାରିବେ ।

Also Read- Crime News: କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଗୁଣ୍ଡାରାଜ, ଜଣେ ଆହତ

Also Read- Guru Gochar 2024: ୧୬ ଦିନ ପରେ ବୃହସ୍ପତି ଚଳନ, ୪ଟି ରାଶି ବ୍ୟକ୍ତିଙ୍କ ଇଚ୍ଛା ହେବ ପୂରା