Ration Card Update: ରାସନ କାର୍ଡ ଧାରକଙ୍କ ପାଇଁ ଆସିଲା ଖୁସି ଖବର; ବର୍ତ୍ତମାନ ମିଳିବ ଅଧିକ ୧୦ କେଜି ରାସନ
Advertisement

Ration Card Update: ରାସନ କାର୍ଡ ଧାରକଙ୍କ ପାଇଁ ଆସିଲା ଖୁସି ଖବର; ବର୍ତ୍ତମାନ ମିଳିବ ଅଧିକ ୧୦ କେଜି ରାସନ

Free Ration Scheme in Jammu and Kashmir: ଜାମୁ କାଶ୍ମୀରରେ ୧୪.୩୨ ଲକ୍ଷ ରାସନ କାର୍ଡଧାରକ ଅଛନ୍ତି। ରାଜ୍ୟରେ ଏବେ ୫୭ ଲକ୍ଷ ୨୪ ହଜାର ହିତାଧିକାରୀ ପ୍ରଧାନମନ୍ତ୍ରୀ ଖାଦ୍ୟ ଯୋଗାଣ ଯୋଜନାର ଲାଭ ଉଠାଉଛନ୍ତି।

Ration Card Update: ରାସନ କାର୍ଡ ଧାରକଙ୍କ ପାଇଁ ଆସିଲା ଖୁସି ଖବର; ବର୍ତ୍ତମାନ ମିଳିବ ଅଧିକ ୧୦ କେଜି ରାସନ

Good News for Ration Card Holder: ରାସନ କାର୍ଡ ଧାରକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ଯଦି ଆପଣ ମାଗଣା ରାସନ ସୁବିଧା ନେଉଛନ୍ତି, ତାହେଲେ ବର୍ତ୍ତମାନ ଆପଣଙ୍କୁ ୧୦ କିଲୋଗ୍ରାମ ଅଧିକ ରାସନ ମିଲିବ। ଅନେକ ପ୍ରକାରର ସୁବିଧା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ରାସନ କାର୍ଡ ଧାରକଙ୍କୁ ପ୍ରଦାନ କରାଯାଇଥାଏ। ବର୍ତ୍ତମାନ ରାଜ୍ୟ ସରକାର ଅତିରିକ୍ତ ରାସନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଦେଶର ପ୍ରାୟ ୫୭ ଲକ୍ଷ ଲୋକ ସରକାରଙ୍କ ଏହି ନିଷ୍ପତ୍ତିର ଲାଭ ପାଇବେ।

ଉପକୃତ ହେବେ ଗରିବ ପରିବାର
ଜାମୁ କାଶ୍ମୀର ସରକାର (Jammu Kashmir Govt) ପ୍ରଧାନମନ୍ତ୍ରୀ ଖାଦ୍ୟ ଯୋଗାଣ ଯୋଜନା (Prime Minister Food Supplement Scheme) ଆରମ୍ଭ କରିଥିଲେ। ଯେଉଁଥିରେ ସମସ୍ତ ଗରିବ ପରିବାରକୁ ସବସିଡି ହାରରେ ୧୦ କିଲୋଗ୍ରାମ ଅତିରିକ୍ତ ରାସନ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଜାମୁ କାଶ୍ମୀର ଉପରାଜ୍ୟପାଳ (Lieutenant Governors of Jammu and Kashmir) ମନୋଜ ସିହ୍ନା (JK LG Manoj Sinha) ଅତିରିକ୍ତ ରାସନ ଯୋଗାଣ (Additional Ration Supplies in JK) ସମ୍ପର୍କରେ ଘୋଷଣା କରିଛନ୍ତି।

ବର୍ତ୍ତମାନ ମିଳୁଛି ମାଗଣା ୪ କିଲୋଗ୍ରାମ ରାସନ
ଆପଣଙ୍କୁ କହିରଖୁଛୁ ଯେ ଏହି ସମୟରେ ରାଜ୍ୟର ପ୍ରତ୍ୟେକ ପରିବାର ପ୍ରତି ସଦସ୍ୟଙ୍କୁ ମାଗଣା ୪ କିଲୋଗ୍ରାମ ରାସନ ପ୍ରଦାନ କରାଯାଉଛି। ଜୁଲାଇ ୧୦ ତାରିଖ ସୋମବାର ଠାରୁ ପ୍ରତ୍ୟେକ ପରିବାରକୁ କିଲୋଗ୍ରାମ ପିଛା ୨୫ ଟଙ୍କା ହାରରେ ୧୦ କିଲୋଗ୍ରାମ ଅତିରିକ୍ତ ରାସନ ସୁବିଧା ପ୍ରଦାନ କରାଯିବ। ବର୍ତ୍ତମାନ ଜାମୁ କାଶ୍ମୀରରେ ୧୪.୩୨ ଲକ୍ଷ ରାସନ କାର୍ଡଧାରୀ ଅଛନ୍ତି। ଏହି ରାଜ୍ୟରେ ଏବେ ୫୭ ଲକ୍ଷ ୨୪ ହଜାର ଲୋକ ପ୍ରଧାନମନ୍ତ୍ରୀ ଖାଦ୍ୟ ଯୋଗାଣ ଯୋଜନାର ଲାଭ ଉଠାଉଛନ୍ତି।

ଜାମୁ କାଶ୍ମୀର ସରକାରଙ୍କ ଉପରେ ରହିବ ୧.୮୦ କୋଟି ଟଙ୍କାର ଭାର 
ରାସନ ଯୋଗାଣ ସମ୍ପର୍କରେ ଜାମୁ କାଶ୍ମୀର ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ଦ୍ୱାରା ରାଜକୋଷ ଉପରେ ୧.୮୦ କୋଟି ଟଙ୍କାର ଭାର ରହିବ। ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଜାମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ ଗରିବ ପରିବାର ଉପରୁ ଆର୍ଥିକ ବୋଝ ହଟାଇବା ଏବଂ ଖାଦ୍ୟ ଏବଂ ପୁଷ୍ଟିକର ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ସଂଶୋଧିତ ହାର ସହିତ ଏହାକୁ ପୁନଃର୍ବାର ଲାଗୁ କରାଯାଇଛି।

ସେପ୍ଟେମ୍ବର 30 ସୁଦ୍ଧା ଲିଙ୍କ୍ କରି ନିଅନ୍ତୁ
ରାସନ କାର୍ଡ ଏବଂ ଆଧାର କାର୍ଡ ସଂଯୋଗ କରିବା ପାଇଁ ସରକାର ଶେଷ ତାରିଖ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ସମୟ ସୀମା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଥିଲା। ହେଲେ ବର୍ତ୍ତମାନ ସରକାର ଏହାକୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ଅନ୍ତର୍ଦୋୟ ହିତାଧିକାରୀଙ୍କ ପାଇଁ ରାସନ କାର୍ଡ ଆଧାର କାର୍ଡ ସହିତ ଯୋଡିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ମାଗଣା। ଏହାକୁ ମାଗଣାରେ କରିବାକୁ ହେଲେ ଆପଣଙ୍କୁ ନିକଟସ୍ଥ ସମ୍ପୃକ୍ତ କାର୍ଯ୍ୟାଳୟ ପରିଦର୍ଶନ କରିବାକୁ ହେବ।