HBD Ratan Tata: ଜାଣନ୍ତୁ ଆଜିର ଦିନରେ ରତନ ଟାଟାଙ୍କ ସମ୍ପତ୍ତିର ମୂଲ୍ୟ କେତେ ?
Advertisement
Article Detail0/zeeodisha/odisha1504755

HBD Ratan Tata: ଜାଣନ୍ତୁ ଆଜିର ଦିନରେ ରତନ ଟାଟାଙ୍କ ସମ୍ପତ୍ତିର ମୂଲ୍ୟ କେତେ ?

HBD Ratan Tata: ଆଜି ଶିଳ୍ପପତି ତଥା ପଦ୍ମଭୂଷଣ ରତନ ଟାଟାଙ୍କ ଜନ୍ମଦିନ। ଆଜି ସେ ତାଙ୍କର ୮୫ତମ ଜନ୍ମଦିନ ପାଳନ କରୁଛନ୍ତି। ଟାଟା ଗ୍ରୁପ୍‌କୁ ମଜବୁତ କରିବା ପାଇଁ ତାଙ୍କ ଅବଦାନ ଅତୁଳନୀୟ । ଜଣେ ବ୍ୟବସାୟୀ ହେବା ସହିତ ସେ ଦେଶର ବିକାଶ ପାଇଁ ଅନେକ ବଡ଼ କାମ କରିଛନ୍ତି।

ସୌଜନ୍ୟ-ସୋସିଆଲ ମିଡିଆ

HBD Ratan Tata: ଆଜି ଶିଳ୍ପପତି ତଥା ପଦ୍ମଭୂଷଣ ରତନ ଟାଟାଙ୍କ ଜନ୍ମଦିନ। ଆଜି  ସେ ତାଙ୍କର ୮୫ତମ ଜନ୍ମଦିନ ପାଳନ କରୁଛନ୍ତି। ଟାଟା ଗ୍ରୁପ୍‌କୁ ମଜବୁତ କରିବା ପାଇଁ ତାଙ୍କ ଅବଦାନ ଅତୁଳନୀୟ । ଜଣେ ବ୍ୟବସାୟୀ ହେବା ସହିତ ସେ ଦେଶର ବିକାଶ ପାଇଁ ଅନେକ ବଡ଼ କାମ କରିଛନ୍ତି। ଏହି କାରଣରୁ ଦେଶର ପ୍ରତ୍ୟେକ ଛୋଟ ଏବଂ ବଡ ବ୍ୟବସାୟୀ ଏବଂ ଯୁବକ ତାଙ୍କୁ ଆଦର୍ଶ ବୋଲି ଭାବନ୍ତି।

ରତନ ଟାଟା ୨୮ ଡିସେମ୍ବର ୧୯୩୭ ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନା’ନଭଲ ଟାଟା ଏବଂ ମା’ଙ୍କ ନା’ସୋନୁ ଟାଟା। ସେ ୧୯୫୯ ମସିହାରେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରେ ଆର୍କିଟେକଚର ଏବଂ ଷ୍ଟକଚରଲା ଇଞ୍ଜିନିୟରିଂ (architecture and structural engineering)ରେ ଅଧ୍ୟୟନ କରିଥିଲେ ଏବଂ ୧୯୬୨ ମସିହାରେ ଭାରତ ଫେରିବା ପୂର୍ବରୁ ଲସ ଏଞ୍ଜେଲସରେ ଜୋନ୍ସ ଏବଂ ଏମନ୍ସ (Jones and Emmons)ଙ୍କ ସହ କିଛି ସମୟ କାର୍ଯ୍ୟ କରିଥିଲେ।

ଟାଟା ଷ୍ଟିଲରେ କ୍ୟାରିୟର ଆରମ୍ଭ କରିଥିଲେ : 
ରତନ ଟାଟା ୧୯୯୬ ମସିହାରେ ଟାଟା ଷ୍ଟିଲର ଜାମସେଦପୁର ଶାଖା ସହିତ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ, ଏବଂ ପରେ ସେ ୧୯୭୫ ରେ ହାର୍ଭାର୍ଡ ବିଜନେସ୍ ସ୍କୁଲ(Harvard Business School)କୁ ପରିଚାଳନା ଅଧ୍ୟୟନ(study management)କରିବାକୁ ଯାଇଥିଲେ |

ଟାଟାକୁ ନୂଆ ଦିଗ ଦେଖାଇଛନ୍ତି ରତନ ଟାଟା : 
୧୯୯୧ ମସିହା ଭାରତ ସହିତ ଟାଟା ଗ୍ରୁପ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ଥିଲା । ଏହି ସମୟ ମଧ୍ୟରେ ଦେଶର ଘରୋଇକରଣ ଏବଂ ଉଦାରୀକରଣ ଭଳି ପ୍ରମୁଖ ସଂସ୍କାର କାର୍ଯ୍ୟକାରୀ କରାଯାଇଥିଲା। ଏଥି ସହିତ, ସେହି ବର୍ଷ ସେ ଟାଟା ଗ୍ରୁପର ଚେୟାରମ୍ୟାନ୍ ଭାବରେ ଦାୟିତ୍ବ ନେଇଥିଲେ। ଏହି ସମୟ ମଧ୍ୟରେ ରତନ ଟାଟାଙ୍କ ନେତୃତ୍ୱରେ ଟାଟା ଭାରତ ସମେତ ସାରା ବିଶ୍ୱରେ ନାଁ କମେଇଲା । ଆଜି ଟାଟା ଗ୍ରୁପ୍ ନାଁରେ ଅନେକ ସାମଗ୍ରୀ ବା ଜନିଷ ବଜାରରେ ମିଳୁଛି ।  

ଟାଟା ଦୁନିଆର ସବୁଠୁ ବଡ କମ୍ପାନୀ କିଣିଛି  :
୨୦୦୦ ରେ ରତନ ଟାଟାଙ୍କ ନେତୃତ୍ୱରେ ଟିଟଲି ଅଧିଗ୍ରହଣ ଠାରୁ ଆରମ୍ଭ କରି ଟାଟା ନଅ ବର୍ଷ ମଧ୍ୟରେ ୩୬ ଟି କମ୍ପାନୀ କିଣିଛି । ଏହି ସମୟ ମଧ୍ୟରେ, ତାଙ୍କ ନେତୃତ୍ୱରେ ଟାଟା ଷ୍ଟିଲ୍ ଦ୍ୱାରା କୋରସ୍ ଷ୍ଟିଲ୍ ଅଧିଗ୍ରହଣ ଏବଂ ଟାଟା ମୋଟର୍ସ ଦ୍ୱାରା ବିଳାସପୂର୍ଣ୍ଣ କାର୍ କମ୍ପାନୀ ଜାଗୁଆର୍ ଏବଂ ଲ୍ୟାଣ୍ଡ୍ ରୋଭର ଅଧିଗ୍ରହଣ ସବୁଠାରୁ ପ୍ରମୁଖ ବିବେଚନା କରାଯାଏ ।

ରତନ ଟାଟାଙ୍କ ସମ୍ପତ୍ତି ମୂଲ୍ୟ :
ଗତ ବର୍ଷ IIFLହୁରୁନ୍ ଇଣ୍ଡିଆ ରିଚ୍ ତାଲିକାରେ ରତନ ଟାଟାଙ୍କ ସମ୍ପତ୍ତି ପ୍ରାୟ  ୩୫୦୦ କୋଟି ଟଙ୍କା ବୋଲି କୁହାଯାଇଥିଲା। ଏହା ସହ ସେ ଦେଶର  ୪୩୩ ତମ ଧନୀ ବ୍ୟକ୍ତି ଅଟନ୍ତି। ରତନ ଟାଟାଙ୍କ ସମ୍ପତ୍ତି କମିବାର ପ୍ରମୁଖ କାରଣ ହେଉଛି ତାଙ୍କ ଦ୍ବାରା କରାଯାଉଥିବା ପରୋପକାର କାର୍ଯ୍ୟ ।