Odisha BJP: ଶକ୍ତ ହେଉଛି ବିଜେପି! ଆଜି ପଦ୍ମ ଧରିବେ ପୂର୍ବତନ ବିଧାୟକ ରାଜୁ ଦାସ ଓ ପ୍ରେମାନନ୍ଦ
Advertisement
Article Detail0/zeeodisha/odisha2139954

Odisha BJP: ଶକ୍ତ ହେଉଛି ବିଜେପି! ଆଜି ପଦ୍ମ ଧରିବେ ପୂର୍ବତନ ବିଧାୟକ ରାଜୁ ଦାସ ଓ ପ୍ରେମାନନ୍ଦ

Odisha BJP: ବିଜେପିରେ ସାମିଲ ହେବା ପରେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ପୁଣିଥରେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ,‘ବିଜେଡି ଖୁବଶୀଘ୍ର ବିଜେପିକୁ ଟ୍ରାନ୍ସଫମର୍ମେସନ୍ ହେବ । ମୋଦିଙ୍କ ନେତୃତ୍ୱରେ ସାରା ଦେଶରେ ଟ୍ରାନ୍ସଫର୍ମେସନ୍ ହେଉଛି । ଓଡ଼ିଶାରେ ବି ଟ୍ରାନ୍ସଫର୍ମେସନ୍ ହେବ ।

 

Odisha BJP: ଶକ୍ତ ହେଉଛି ବିଜେପି! ଆଜି ପଦ୍ମ ଧରିବେ ପୂର୍ବତନ ବିଧାୟକ ରାଜୁ ଦାସ ଓ ପ୍ରେମାନନ୍ଦ

Odisha BJP: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ସେହିପରି ଯେତେ ଜଲଦି ନିର୍ବାଚନ ଆସୁଛି ଠିକ ସେମିତି ଦଳବଦଳ ପ୍ରକ୍ରିୟା ବି ଜାରି ରହିଛି। ରାଜନୈତିକ ନେତାଙ୍କ ଦଳବଦଳ ପ୍ରକ୍ରିୟା ଧିରେ ଧିରେ ବଢ଼ିବାରେ ଲାଗିଛି । ଏହି କ୍ରମରେ ଆଜି ପଦ୍ମ ଧରିବେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଓ ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ । ଗତ ଅକ୍ଟୋବର ମାସରୁ ଦଳର ସଭାପତି ଓ ସଂଗଠନ ସମ୍ପାଦକଙ୍କୁ ଇ-ମେଲରେ ଇସ୍ତଫାପତ୍ର ପଠାଇଥିଲେ ପ୍ରେମାନନ୍ଦ ନାୟକ । ହେଲେ କେହି ତାଙ୍କ ସହ ଆଲୋଚନା ନକରିବାରୁ ବିଧାନସଭା ବଜେଟ ଅଧିବେଶନ ସମୟରେ ଦେଇଥିଲେ ଇସ୍ତଫା । ତେବେ ରବିବାର ଅରବିନ୍ଦ ଢାଲି ବିଜେଡି ଛାଡି ବିଜେପିରେ ଯୋଜ ଦେଇଥିବାବେଳେ ଆଜି ପଦ୍ମ ଧରିବେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଓ ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ ।

ଧାନନଗର ଉପନିର୍ବାଚନ ସମୟରେ ବିଜେଡି ଟିକେଟ(BJD Ticket) ଦାବିଦାର ଥିଲେ ରାଜୁ ଦାସ । ହେଲେ ତାଙ୍କୁ ଅଣଦେଖା କରି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ରାଜୁ ଦାସ । ତେଣୁ ସେ ଦଳ ଛାଡିଥିବା ଗୁହାଯାଉଛି । ସେହିପରି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିରେ ସାମିଲ ହେବା ପରେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ପୁଣିଥରେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ,‘ବିଜେଡି ଖୁବଶୀଘ୍ର ବିଜେପିକୁ ଟ୍ରାନ୍ସଫମର୍ମେସନ୍ ହେବ । ମୋଦିଙ୍କ ନେତୃତ୍ୱରେ ସାରା ଦେଶରେ ଟ୍ରାନ୍ସଫର୍ମେସନ୍ ହେଉଛି । ଓଡ଼ିଶାରେ ବି ଟ୍ରାନ୍ସଫର୍ମେସନ୍ ହେବ । ଆମ ଲିଙ୍କରେ ବହୁ ବିଜେଡି ନେତା ଅଛନ୍ତି, ଖୁବଶୀଘ୍ର ବିଜେପିରେ ମିଶିବେ'। 

ଅନ୍ୟପଟେ ଫେବୃଆରୀ ୨୧ ରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି ପ୍ରଦୀପ ପାଣିଗ୍ରାହୀ (Pradeep Panigarhi)। ବିଜେପିରେ ସାମିଲ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ପଦ୍ମ ଦଳରେ ଯୋଗ ଦେଇଥିଲେ ପ୍ରଦୀପ । ଦୀର୍ଘ ଦିନ ହେବ ପ୍ରଦୀପ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । ଏପରିକି ଗତ କିଛି ଦିନ ତଳେ ପ୍ରଦୀପଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ମନମୋହନ ସାମଲ । ସେବେଠାରୁ ପ୍ରଦୀପ ବିଜେପିକୁ ଆସିବା ନେଇ ସଂକେତ ମିଳୁଥିଲା ।

Also Read: Kalpana Soren: ଜେଲରେ ପତି, ବିପଦରେ ପାର୍ଟି...କେମିତି ସମ୍ଭାଳିବେ କଳ୍ପନା ସୋରେନ୍?

Also Read: IPL 2024: ଆଇପିଏଲ ପୂର୍ବରୁ ଦୁର୍ଘଟଣାର ଶିକାର ହେଲେ ରବିନ ମିଞ୍ଜ, ଜାଣନ୍ତୁ କେମିତି ଅଛି ତାଙ୍କ ସ୍ବାସ୍ଥ୍ୟବସ୍ଥା