Shocking News: ମହିଳା ମାଗିଲେ ପେନସନ୍, ଅଧିକାରୀ କହିଲେ ଆପଣଙ୍କର ମୃତ୍ୟୁ ହୋଇସାରିଛି!
Advertisement
Article Detail0/zeeodisha/odisha1676028

Shocking News: ମହିଳା ମାଗିଲେ ପେନସନ୍, ଅଧିକାରୀ କହିଲେ ଆପଣଙ୍କର ମୃତ୍ୟୁ ହୋଇସାରିଛି!

Rajasthan​ Pension News: ବିନା କୌଣସି ଯାଞ୍ଚରେ ଜଣେ ଜୀବିତ ମହିଳାଙ୍କୁ ମୃତ ଘୋଷଣା କରିଦେଇଛନ୍ତି ସରକାରୀ କର୍ତ୍ତୃପକ୍ଷ। ଏହି ଘଟଣା ସମ୍ପର୍କରେ ଖବର ମିଳିବା ପରେ ଆରମ୍ଭ ହୋଇଯାଇଛି ବିଭାଗୀୟ ତଦନ୍ତ। 

Shocking News: ମହିଳା ମାଗିଲେ ପେନସନ୍, ଅଧିକାରୀ କହିଲେ ଆପଣଙ୍କର ମୃତ୍ୟୁ ହୋଇସାରିଛି!

Ajmer Pension News: ପେନସନ୍ ଟଙ୍କା ମାଗିବା ବେଳେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସରକାରୀ କର୍ତ୍ତୃପକ୍ଷ ଜଣେ ଜୀବିତ ରହିଥିବା ଜଣେ ମହିଳାଙ୍କୁ କାଗଜ ପତ୍ରରେ ମୃତ ଘୋଷଣା କରି ଦେଇଛନ୍ତି। ଏପରିକି  ତାଙ୍କର ପେନସନ୍ ଟଙ୍କା ମଧ୍ୟ ବନ୍ଦ କରି ଦେଇଛନ୍ତି। ଅଧିକାରୀଙ୍କ ଅବହେଳାର ଏଭଳି ମାମଲା ରାଜସ୍ଥାନର ଆଜମେର ଜିଲ୍ଲାରେ ଦେଖିବାକୁ ମିଳିଛି। ଆଜମେର ଜିଲ୍ଲାର ଏକ ଗ୍ରାମରେ ନିଜର ପରିବାର ସହିତ ରହୁଥିବା ୮୫ ବର୍ଷୀୟ ମହିଳା ଗଟ୍ଟୁ ଦେବୀଙ୍କୁ ମୃତ ଘୋଷଣା କରିବା ପରେ ତାଙ୍କୁ ମିଳୁଥିବା ପେନସନ୍ ମଧ୍ୟ ଅଟକାଇ ଦିଆଯାଇଛି। ବିଧବା ମହିଳାଙ୍କୁ ମିଳୁଥିବା ପେନ୍‌ସନ୍‌ ହିତାଧିକାରୀ ହେଉଛନ୍ତି ଗଟ୍ଟୁ ଦେବୀ। ହେଲେ ସରକାରୀ କର୍ତ୍ତୃପକ୍ଷ ତାଙ୍କର ପେନସ ଅଟକାଇ ଦେଇଥିବାର ଜାଣିବା ପରେ ଏହି ୮୫ ବର୍ଷୀୟ ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ତିନି ପିଲାଙ୍କ ଜେଜେମା ଗଟ୍ଟୁ ଦେବୀ ଆଜମେର ଜିଲ୍ଲାର ଟୋଡଗଡ଼ ତହସିଲ ଅଧିନସ୍ଥ ବଞ୍ଜାରୀ ଗ୍ରାମର ବାସିନ୍ଦା ଗତ ୨୦୨୨ ଫେବୃଆରୀରେ ତାଙ୍କୁ ୧୫୦୦ ଟଙ୍କାର ପେନ୍‌ସନ୍‌ ମିଳିଥିଲା। ଏହା ପରେ ପେନ୍‌ସନ୍‌ ଟଙ୍କା ତାଙ୍କ ଖାତାରେ ଆସିବା ବନ୍ଦ ହୋଇଯାଇଥିଲା।

ଏନେଇ ଗଟ୍ଟୁ ଦେବୀଙ୍କ ପୁଅ ଚୁନ୍ନୀଲାଲ କହିଛନ୍ତି ଯେ, ଆମେ ଆମର ଆକାଉଣ୍ଟ ଯାଞ୍ଚ କରିନାହୁଁ। କାରଣ ଆମେ ଭାବୁଥିଲୁ ପେନସନ୍ ଟଙ୍କା (Pension Money) ନିଶ୍ଚୟ ଆସୁଛି। କାରଣ ବିଗତ କିଛି ବର୍ଷ ଧରି ନିୟମିତ ଭାବରେ ପେନସନ୍ ଟଙ୍କା ଆସୁଥିଲା। ହେଲେ ମୁଁ ଯେତେବେଳେ ପଞ୍ଚାୟତ ସମିତିକୁ ଗଲି, ଦେଖିଲି ମୋର ମାଆଙ୍କୁ ମୃତ ଘୋଷଣା କରାଯାଇଛି ଏବଂ ଗତ ବର୍ଷ ଫେବୃଆରୀରୁ ତାଙ୍କର ପେନ୍‌ସନ୍‌ ବନ୍ଦ ହୋଇଯାଇଥିଲା।

ଏଭଳି ଭୁଲ ସମ୍ପର୍କରେ ଜାଣିବା ପରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ (Rajasthan Social Justice and Empowerment Department) ଅଧିକାରୀ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଭୁଲ କେଉଁଠାରେ ହୋଇଛି ଜାଣିବାକୁ ବିଭାଗ ଚେଷ୍ଟା କରୁଛି। ଏହି ସମୟରେ ବିଭାଗ ଗଟ୍ଟୁ ଦେବୀଙ୍କ ପରିଚୟ ଯାଞ୍ଚ କରି ଅବଶିଷ୍ଟ ପେନ୍‌ସନ୍‌ ଟଙ୍କା ଆସନ୍ତା ମାସରେ ପଠାଇବା ନେଇ ଜଣାଇ ଦେଇଛି। ଅଧିକାରୀଙ୍କ କହିବା ଅନୁଯାୟୀ ପଞ୍ଚାୟତ ସମିତି ବିନା କୌଣସି ଯାଞ୍ଚରେ ଗଟ୍ଟୁ ଦେବୀଙ୍କୁ ମୃତ ଘୋଷଣା କରିଦେଇଛି।

ଗଟ୍ଟୁ ଦେବୀଙ୍କ ପୁଅ ଚୁନ୍ନୀଲାଲ ଆହୁରି କହିଛନ୍ତି ଯେ, କାହାକୁ ମୃତ ଘୋଷଣା କରିବା ପାଇଁ ପଞ୍ଚାୟତ ସମିତିକୁ ମୃତ୍ୟୁ ପ୍ରମାଣପତ୍ର ଆବଶ୍ୟକ। ବିନା ମୃତ୍ୟୁ ପ୍ରମାଣପତ୍ରରେ କାହାକୁ କାହାକୁ ମୃତ ଘୋଷଣା କରାଯାଇ ପାରିବ ନାହିଁ। ହେଲ ମୃତ ତାଲିକାରେ ମୋ ମାଆଙ୍କ ନାମ ମଧ୍ୟ ନଥିଲା। ଗଟ୍ଟୁ ଦେବୀ ମଧ୍ୟ ବାୟୋମେଟ୍ରିକ୍ ପରିଚୟ ପାଇଁ ପୁଅ ଚୁନ୍ନୀଲାଲଙ୍କ ସହିତ ଇ-ମିତ୍ର କେନ୍ଦ୍ରକୁ ଯାଇଥିଲେ। ହେଲେ କୌଣସି ସୁଫଳ ମିଳିନଥିଲା। ଗଟ୍ଟୁ ଦେବୀ କହିଛନ୍ତି ଯେ, ଆମେ ତିନି ଚାରି ଥର କେନ୍ଦ୍ରକୁ ଯାଇଥିଲୁ। ହେଲେ ବୃଦ୍ଧାବସ୍ଥା କାରଣରୁ ତାଙ୍କ ଆଙ୍ଗୁଠି ଛାପ ନିଆଯାଇପାରିଲା ନାହିଁ। ହେଲେ ଯେତେବେଳେ ଏହି ଘଟଣା କର୍ତ୍ତୃପକ୍ଷଙ୍କ ନଜରକୁ ଆସିଥିଲା, ସେତେବେଳେ ଯାଇ ମାମଲା ଶାନ୍ତ ହୋଇଯାଇଥିଲା।