Army Plane crashed in Bharatpur: ମୋଦିଙ୍କ ଗସ୍ତ ପୂର୍ବରୁ କ୍ରାସ ହେଲା ଚାଟାର୍ଡ ପ୍ଲେନ୍
Advertisement

Army Plane crashed in Bharatpur: ମୋଦିଙ୍କ ଗସ୍ତ ପୂର୍ବରୁ କ୍ରାସ ହେଲା ଚାଟାର୍ଡ ପ୍ଲେନ୍

Army Plane crashed in Bharatpur: ରାଜସ୍ଥାନର ଭରତପୁରରେ ଏକ ଚାଟାର୍ଡ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଭାରତୀୟ ବାୟୁ ସେନାର ମିଗ୍ ବିମାନ ଆଜି ସକାଳ ସମୟରେ ଉଚେନ ଅଞ୍ଚଳରେ ଦୁର୍ଘଟଣାର ଶୀକାର ହୋଇଥିଲା। ଏନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ବାୟୁସେନା ଅଧିକାରୀମାନେ ପହଞ୍ଚିଛନ୍ତି । ଏହି ବିମାନଟି ଉତ୍ତରପ୍ରଦେଶର ଆଗ୍ରା ବାୟୁସେନା ଷ୍ଟେସନରୁ ଉଡାଣ ଆରମ୍ଭ କରିଥିବା ଅନୁମାନ କରାଯାଉଛି ।

Army Plane crashed in Bharatpur: ମୋଦିଙ୍କ ଗସ୍ତ ପୂର୍ବରୁ କ୍ରାସ ହେଲା ଚାଟାର୍ଡ ପ୍ଲେନ୍

Army Plane crashed in Bharatpur: ରାଜସ୍ଥାନର ଭରତପୁରରେ ଏକ ଚାଟାର୍ଡ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ସୂଚନା ଅନୁସାରେ, ଭାରତୀୟ ବାୟୁ ସେନାର ମିଗ୍ ବିମାନ ଆଜି ସକାଳ ସମୟରେ ଉଚେନ ଅଞ୍ଚଳରେ ଦୁର୍ଘଟଣାର ଶୀକାର ହୋଇଥିଲା। ଏନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ବାୟୁସେନା ଅଧିକାରୀମାନେ ପହଞ୍ଚିଛନ୍ତି ।  ଏହି ବିମାନଟି ଉତ୍ତରପ୍ରଦେଶର ଆଗ୍ରା ବାୟୁସେନା ଷ୍ଟେସନରୁ ଉଡାଣ ଆରମ୍ଭ  କରିଥିବା ଅନୁମାନ କରାଯାଉଛି । ତେବେ, ବିମାନଟି କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ବର୍ତ୍ତମାନ ସୁଧା ସ୍ପଷ୍ଟ ହୋଇ ନାହିଁ । ପ୍ରତିରକ୍ଷା ପିଆରଓ କର୍ଣ୍ଣେଲ ଅମିତାଭ ଶର୍ମା କହିଛନ୍ତି ଯେ,  ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିଛି ।  କେଉଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ଅନୁସନ୍ଧାନ କରାଯାଇଛି । 

ଚାଟାର୍ଡ ଦୁର୍ଘଟଣାଗ୍ରସ୍ତ  ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ରିଲିଫ କାର୍ଯ୍ୟରେ ଅନେକ ଅସୁବିଧାର ସମ୍ମୁଥିନ ହେବାକୁ ପଡୁଛି । କାରଣ ରାସ୍ତାର ଅବସ୍ଥା ଠିକ ନ ଥିବାରୁ ଦୁର୍ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳଙ୍କ ଗାଡି ପହଞ୍ଚିପାରୁ ନାହିଁ । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ବିମାନଟି ଯାତ୍ରା କରୁଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ବିମାନଟି ତଳକୁ ଖସିପଡିଥିଲା । ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ ବିମାନର ବିଭିନ୍ନ ଖଣ୍ତ ମାଟି ଉପରେ ପଡିଛି ।  ଏବଂ ଫ୍ଲେନର ବିଭିନ୍ନ ଖଣ୍ତ ନିଆଁରେ ଜଳୁଛି ଏବଂ ଧୂଆଁ ମଧ୍ୟ ବାହାରୁଛି । ଚାରିଆଡେ ଶହ ଶହ ଲୋକଙ୍କ ଭିଡ ମଧ୍ୟ ଅଛି |ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆଜି ରାଜସ୍ଥାନ ଗସ୍ତ କରିବାକୁ ଯାଉଛନ୍ତି। ଭରତପୁର କଲେକ୍ଟର ଆଲୋକ ରଂଜନ କହିଛନ୍ତି ଯେ ପ୍ରଶାସନ ଦଳ ପଠାଯାଇଛି ଏବଂ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

ଏହାବି ପଢନ୍ତୁ : Sonu Sood: ପୁଣି ମହାନତା ଦେଖାଇଲେ ସୋନୁସୁଦ, ମହିଳାଙ୍କୁ ଫିଲ୍ମରେ ଗୀତ ଗାଇବା ପାଇଁ ଦେଲେ ଅଫର

 

ସେହିପରି ଗତବର୍ଷ ଜୁଲାଇ ୨୯ ରେ ରାଜସ୍ଥାନର ବାରମେରରେ ବାୟୁ ସେନାର ମିଗ୍‍ -୨୧ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟ ଶହୀଦ ହୋଇଥିଲେ।  ମିଗ୍ ଖସିଯିବା ମାତ୍ରେ ନିଆଁ ଲାଗିଗଲା ଏବଂ ଏହା ଜଳିବା ଆରମ୍ଭ ହୋଇଥିଲା। ନିକଟ ଅତୀତରେ , ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗୋଆ ଉପକୂଳରୁ ନିୟମିତ ବିମାନ ଉଡ଼ାଣ ସମୟରେ ଏକ ଆର୍ମି ମିଗ-୨୯କେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାନ୍ତ୍ରିକ ତ୍ରୁଟି ହେତୁ ମିଗ-୨୯କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଭାରତୀୟ ନୌସେନା ସୂଚନା ଦେଇଥିଲା। ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ପାଇଲଟ୍। ସେ ଏହି ଦୁର୍ଘଟଣାରେ ଆହତ ହୋଇଥିଲେ ।

ଭାରତୀୟ ନୌସେନା ଏହାର ବିବୃତ୍ତିରେ କହିଥିଲା ଯେ, ଗୋଆ ଉପକୂଳରୁ ନିୟମିତ ବିମାନ ଉଡ଼ାଣ ସମୟରେ ଏକ ମିଗ-୨୯କେ ଯୁଦ୍ଧ ବିମାନ ସମୁଦ୍ର କୂଳରେ ଖସିପଡିଥିଲା। ବେସ କୁ ଫେରୁଥିବାବେଳେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏପରି ହୋଇଥିଲା। ତେବେ ପାଇଲଟ ନିରାପଦରେ ବାହାରକୁ ବାହାରି ଆସିଥିଲେ । ଭାରତୀୟ ନୌସେନା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଥିଲା ।