Raja Festival: ରାଷ୍ଟ୍ରପତି ଭବନରେ ରଜ ଉତ୍ସବ ପାଳନ, ସମସ୍ତେ ଦେଖିଲେ ଓଡ଼ିଆ ସଂସ୍କୃତି ଓ ଜୀବନଶୈଳୀର ନିଆରା ଝଲକ
Advertisement
Article Detail0/zeeodisha/odisha2293400

Raja Festival: ରାଷ୍ଟ୍ରପତି ଭବନରେ ରଜ ଉତ୍ସବ ପାଳନ, ସମସ୍ତେ ଦେଖିଲେ ଓଡ଼ିଆ ସଂସ୍କୃତି ଓ ଜୀବନଶୈଳୀର ନିଆରା ଝଲକ

Raja Festival: ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ର (RBCC)ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୀପ ପ୍ରଜ୍ବଳନ କରି ରଜ ପର୍ବର ଶୁଭାରମ୍ଭ ହୋଇଥିଲା ।ସମ୍ବଲପୁରୀ ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା କରମା ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ(Sambalpuri Dance), ଭୁବନେଶ୍ବରର ମୟୂରଭଞ୍ଜ କଳା କେନ୍ଦ୍ର ଦ୍ବାରା ମୟୂରଭଞ୍ଜ ଛଉ ନୃତ୍ୟ ପରିବେଷଣ କରାଯାଇଥିଲା। 

Raja Festival: ରାଷ୍ଟ୍ରପତି ଭବନରେ ରଜ ଉତ୍ସବ ପାଳନ, ସମସ୍ତେ ଦେଖିଲେ ଓଡ଼ିଆ ସଂସ୍କୃତି ଓ ଜୀବନଶୈଳୀର ନିଆରା ଝଲକ

Raja Festival: ଆଜି ରଜ ସଂକ୍ରାନ୍ତି। ଉତ୍ସବ ମୁଖର ରାଜ୍ୟର ପୁରପଲ୍ଲୀ। ଗାଁ ଠୁ ସହର ଯାଏଁ ସବୁଠି ରଜର କ୍ରେଜ୍। ତେବେ ଏହାରି ମଧ୍ୟରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ରଜ ପାଳିତ ହୋଇଛି। ଖୁବ୍ ଧୁମ୍ ଧାମରେ ମୟୂରଭଞ୍ଜ ଛଉ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ କରମା ନୃତ୍ୟ ସହିତ ପାଳନ କରାଯାଇଛି ରଜ ମହୋତ୍ସବ। ରାଷ୍ଟ୍ରପତି ଭବନ(Rashtrapati Bhavan)ରେ ରଜ ପର୍ବ ଅବସରରେ ପୋଡ଼ ପିଠା, ପାନ, ପଣା ସମେତ ଅନେକ ପ୍ରକାରର ଓଡ଼ିଆ ପାରମ୍ପରିକ ସୁସ୍ବାଦୁ ଖାଦ୍ୟ ଦେଖିବାକୁ ମିଳିଥିଲା।

ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ର (RBCC)ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୀପ ପ୍ରଜ୍ବଳନ କରି ରଜ ପର୍ବର ଶୁଭାରମ୍ଭ ହୋଇଥିଲା ।ସମ୍ବଲପୁରୀ ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା କରମା ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ(Sambalpuri Dance), ଭୁବନେଶ୍ବରର ମୟୂରଭଞ୍ଜ କଳା କେନ୍ଦ୍ର ଦ୍ବାରା ମୟୂରଭଞ୍ଜ ଛଉ ନୃତ୍ୟ ପରିବେଷଣ କରାଯାଇଥିଲା। ଜଣାଶୁଣା କଣ୍ଠଶିଳ୍ପୀ ଛନ୍ଦା ମିଶ୍ର ‘ଛୋଟ ମୋର ଗାଁ ଟି’ ଗୀତ ପରିବେଷଣ କରିଥିଲେ। ପାଖାପାଖି ଘଣ୍ଟାଏ ଧରି ଆର୍‌ବିସିସିରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉପଭୋଗ କରିବା ସହିତ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଉତ୍ସବରେ ଅଂଶଗ୍ରହଣକାରୀଙ୍କୁ ଓଡ଼ିଆ ସଂସ୍କୃତି ଓ ଜୀବନଶୈଳୀର ଏକ ନିଆରା ଝଲକ ଦେଖିବାକୁ ମିଳିଥିଲା। ରଜ ପର୍ବ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ପର୍ବ। ମୌସୁମୀ ଆରମ୍ଭ ସମୟରେ ତିନି ଦିନ ଧରି ଏହି କୃଷିଭିତ୍ତିକ ପର୍ବ ପାଳନ କରାଯାଏ। ମହିଳା ଓ ଶିଶୁମାନେ ଏହି ପର୍ବକୁ ଖୁବ ଧୁମଧାମରେ ପାଳନ କରିଥାନ୍ତି ।