President New Address: ସୋନିଆ ଗାନ୍ଧୀଙ୍କ ନିକଟତର ହେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଜାଣନ୍ତୁ କାହିଁକି
Advertisement
Article Detail0/zeeodisha/odisha1267927

President New Address: ସୋନିଆ ଗାନ୍ଧୀଙ୍କ ନିକଟତର ହେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଜାଣନ୍ତୁ କାହିଁକି

୧୨ ଜନପଥରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ୱାନ ରହି ଆସୁଥିଲେ। ଏଠାରେ ସୋନିଆ ଗାନ୍ଧୀ (Sonia Gandhi)ଙ୍କ ସହିତ ପାସଓ୍ୱାନଙ୍କ ସହିତ ଭେଟ ହୋଇଥିଲା। ଆଉ ଏହା ପରେ ଦେଶରେ ୟୁପିଏ ଜନ୍ମ ନେଇଥିଲା। ତେବେ ବର୍ତ୍ତମାନ ସୁଦ୍ଧ ପାସଓ୍ୱାନଙ୍କର ଆସବାବ ପତ୍ର ବର୍ତ୍ତମାନ ମଧ୍ୟ ଉକ୍ତ ବାସଭବନରେ ରହିଅଛି। ତେବେ ରାଷ୍ଟ୍ରପତିଙ୍କ ରହିବା ପାଇଁ ଉକ୍ତ ଘରକୁ ନୂତନ ଭାବେ ସାଜସଜା ଆରମ୍ଭ ହୋଇଛି। ରଙ୍ଗ ପରିବର୍ତ୍ତନ କରାଯାଉଥିବା ବେଳେ ଅନେକ ନୂତନ ଆସବାବ ମଧ୍ୟ ରଖାଯାଉଥିବା ସୂଚନା ରହିଛି।

President New Address: ସୋନିଆ ଗାନ୍ଧୀଙ୍କ ନିକଟତର ହେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଜାଣନ୍ତୁ କାହିଁକି

President Shifted to Janpath: ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ଅବସର ଗ୍ରହଣ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ (Ramnath Kobind)। ଅବସର ପରେ ରାଷ୍ଟ୍ରପତି ଭବନରୁ ବିଦାୟ ନେବେ ରାଷ୍ଟ୍ରପତି (President) ରାମନାଥ କୋବିନ୍ଦ (Ramnath Kobind)। ରାଷ୍ଟ୍ରପତି ଭବନ ଛାଡ଼ିବେ ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଭବନ ଛାଡ଼ିବା ପରେ ସେ ୧୨ ଜନପଥକୁ ସ୍ଥାନାନ୍ତର ହୋଇଯିବେ। ଆସନ୍ତା ୨୫ ତାରିଖରେ ନବନିଯୁକ୍ତ ରାଷ୍ଟ୍ରପତିଙ୍କର ଶପଥ ଗ୍ରହଣ (Oath Ceremony) ଉତ୍ସବ ଅନୁଷ୍ଠିତ ହେବ। ତେବେ ରାମନାଥ କୋବିନ୍ଧ ଯେଉଁଠାକୁ ସ୍ଥାନାନ୍ତର ହେବେ ସେହି ସ୍ଥାନରେ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି (Sonia Gandhi) ବାସ କରି ଆସୁଛନ୍ତି। ସୋନିଆ ଗାନ୍ଧୀ ୧୦ ଜନପଥରେ ପୂର୍ବରୁ ରହି ଆସୁଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୨ ଜନପଥରେ ରହିବେ। ତେବେ ସରକାର ଲୁଟିୟନ୍ସ ଦିଲ୍ଲୀରେ ରାଷ୍ଟ୍ରପତିଙ୍କୁ ରହିବା ପାଇଁ ଏକ ବଡ଼ ବଙ୍ଗଳା ପ୍ରଦାନ କରିବେ। ସୂଚନାଯୋଗ୍ୟ ଏହି ବଙ୍ଗଳାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶଓ୍ୱାନ ରହି ଆସୁଥିଲେ। ଦୀର୍ଘ ୩୦ ବର୍ଷ ଧରି ଏଠାରେ ରହି ଆସୁଥିଲେ। ତେବେ ନିକଟରେ ତାଙ୍କପୁଅ ଚିରାଗ ପାସଓ୍ୱାନ ଏହି ବଙ୍ଗଳାକୁ ଖାଲି କରିଛନ୍ତି।

ଏଠାରେ କହି ରଖୁ କି ୧୨ ଜନପଥ ହେଉଛି ସେହି ବଙ୍ଗଳା ଯେଉଁଠାରେ ସୋନିଆ ଗାନ୍ଧୀଙ୍କ ସହିତ ପାସଓ୍ୱାଙ୍କ ସହିତ ଭେଟ ହୋଇଥିଲା। ଆଉ ଏହା ପରେ ଦେଶରେ ୟୁପିଏ ଜନ୍ମ ନେଇଥିଲା। ତେବେ ବର୍ତ୍ତମାନ ସୁଦ୍ଧ ପାସଓ୍ୱାନଙ୍କର ଆସବାବ ପତ୍ର ବର୍ତ୍ତମାନ ମଧ୍ୟ ଉକ୍ତ ବାସଭବନରେ ରହିଅଛି। ତେବେ ରାଷ୍ଟ୍ରପତିଙ୍କ ରହିବା ପାଇଁ ଉକ୍ତ ଘରକୁ ନୂତନ ଭାବେ ସାଜସଜା ଆରମ୍ଭ ହୋଇଛି। ରଙ୍ଗ ପରିବର୍ତ୍ତନ କରାଯାଉଥିବା ବେଳେ ଅନେକ ନୂତନ ଆସବାବ ମଧ୍ୟ ରଖାଯାଉଥିବା ସୂଚନା ରହିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଜୀବନଯାକ ଏକାଧିକ ଭତ୍ତା ପ୍ରଦାନ କରାଯିବ। ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ (Sabita Kobind) ଙ୍କୁ ମଧ୍ୟ ମାସିକ ୩୦ ହଜାର ସହୟତା ରାଶି ପ୍ରଦାନ କରାଯିବ।

ଏଠାରେ କହି ରଖୁଛୁ କି ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ଗଣତି ଜାରି ରହିଛି। ଏଥିରେ ଦ୍ରୌପଦୀ ମୁର୍ମୁ ଆଗୁଆ ରହିଛନ୍ତି। ଦେଶକୁ ଖୁବ ଶୀଖ୍ର ପଞ୍ଚଦଶ ରାଷ୍ଟ୍ରପତି ମିଳିବାକୁ ଯାଉଛନ୍ତି। ବିଜୟ ପୂର୍ବରୁ ଦ୍ରୌପଦୀଙ୍କ ଗ୍ରାମରେ ବିଜୟୋଲ୍ଲାସର ପର୍ବ ପାଳନ ଆରମ୍ଭ ହୋଇଛି। ଦିନକ ପୁର୍ବରୁ କୁଇଣ୍ଟାଲ କୁଇଣ୍ଟାଲ ମିଠା ପ୍ରସ୍ତୁତ କରାଯାଇଛି। ସୂଚନାଯୋଗ୍ୟ ପଞ୍ଚଦଶ ରାଷ୍ଟ୍ରପତି ପାଇଁ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରଯାଇଥିଲା। ତେବେ ତାଙ୍କୁ ବିଜେଡ଼ି, ଆନ୍ଧ୍ରପ୍ରଦେଶ ଓ୍ୱାଇଏସଆର କଂଗ୍ରେସ ସମର୍ଥନ ଜଣାଇଥିଲେ। ସେହିପରି ୟୁପିଏ ପକ୍ଷରୁ ଯଶଓ୍ୱନ୍ତ ସିହ୍ନାଙ୍କୁ ପ୍ରାର୍ଥି କରାଯାଇଥିଲା। ତେବେ ଗଣତି ସମୟରେ ୧୫ ଜଣ ଅଣଏନଡିଏ ପ୍ରାର୍ଥୀ ଭୋଟ ଦେଇଥିବା ସୂଚନା ସାମ୍ନାକୁ ଆସିଥିଲା। ଏମାନଙ୍କ ମଧ୍ୟରେ ଓଡିଶାର କଂଗ୍ରେସ ନେତା ମହମ୍ମଦ ମୋକିମ ଦ୍ରୌପଦୀଙ୍କୁ ଭୋଟ ଦେଇ ଚର୍ଚ୍ଚାକୁ ଆସିଥିଲେ। ସେପଟେ ବିପୁଳ ପରିମାଣ ଭୋଟ ପାଇଁ ଯଶଓ୍ୱନ୍ତଙ୍କ ଠାରୁ ଢେର ଆଗୁଆ ରହିଛନ୍ତି ଦ୍ରୌପଦୀ। ଦ୍ରୌପଦୀ ବିଜୟ ହାସଲ କରିବା ଏକ ପ୍ରକାର ନିଶ୍ଚିତ ହୋଇଛି।