Droupadi Murmu Odisha Visit: ଓଡିଶାରେ 'ମ୍ୟାଡାମ୍‌ ପ୍ରେସିଡେଣ୍ଟ', ଜାଣନ୍ତୁ ଆଜି କ'ଣ ରହିଛି କାର୍ଯ୍ୟସୂଚୀ?
Advertisement
Article Detail0/zeeodisha/odisha1798072

Droupadi Murmu Odisha Visit: ଓଡିଶାରେ 'ମ୍ୟାଡାମ୍‌ ପ୍ରେସିଡେଣ୍ଟ', ଜାଣନ୍ତୁ ଆଜି କ'ଣ ରହିଛି କାର୍ଯ୍ୟସୂଚୀ?

Droupadi Murmu Odisha Visit: ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ  ଭୁବନେଶ୍ବରରେ ରହିଛି। ଜାଣନ୍ତୁ କଣ ରହିଛି ମ୍ୟାଡାମ୍ ପ୍ରେସିଡେଣ୍ଟଙ୍କ କାର୍ଯ୍ୟକ୍ରମ । ଏବଂ ସଂନ୍ଧ୍ୟା ସୁଧା  ଅପରାହ୍ଣରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। 

ସୌଜନ୍ୟ- ସୋସିଆଲ ମିଡ଼ିଆ

Droupadi Murmu Odisha Visit: ଓଡିଶା ଗସ୍ତରେ ଅଛନ୍ତି 'ମ୍ୟାଡାମ୍‌ ପ୍ରେସିଡେଣ୍ଟ'(Madam President)।  ଆଜି ତାଙ୍କ ଗସ୍ତର ତୃତୀୟ ଦିନ ବା ଅନ୍ତିମ ଦିନ ।  ଆଜି ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ (Droupadi Murmu) ଭୁବନେଶ୍ବରରେ ଅନେକ କାର୍ଯ୍ୟକ୍ରମ ରହିଛି (Droupadi Murmu today Schedule) ।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (president draupadi murmu) ସକାଳ ୯ଟା ୧୫ ମିନିଟ ସମୟରେ ଆଦିମ ଜନଜାତି ସମ୍ପ୍ରଦାୟକଙ୍କ ସହ ମତ ବିନିମୟ କରିଥିବା ବେଳେ  ୧୦ଟା ୩୫ ମିନିଟ ସମୟରେ ସେ ରାଜଭବନରୁ ତମାଣ୍ତୋକୁ ଅଭିମୁଖେ ବାହାରିଛନ୍ତି। ସେଠାରେ, ଦଶବାଟିଆ ସ୍ଥିତ ବ୍ରହ୍ମାକୁମାରୀ ସେଣ୍ଟରର ଲାଇଟ ହାଉସ କଂପ୍ଲେକ୍ସରେ ଶିଳାନ୍ୟାସ ଓ ଆମ୍ବ ଚାରା ରୋପଣ କାର୍ଯ୍ୟକ୍ରମ ରହିଛି ।

Also Read: PM Kisan Samman Nidhi Yojana 2023: ଆଜି ଏହି ସମୟରେ ଚାଷୀଙ୍କୁ ମିଳିବ ଖୁସି ଖବର, ଆକାଉଣ୍ଟକୁ ଯିବ ଏତିକି ହଜାର ଟଙ୍କା

Also Read: Horoscope Today 27 July 2023: ମାଲେମାଲ୍ ହେବା ସହ ଶୁଭଫଳ ପାଇବେ ଏହି ୫ଟି ରାଶି ,ଏହି ୨ଟି ରାଶି ରୁହନ୍ତୁ ସାବଧାନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର

ଏହାପରେ ତମାଣ୍ଡୋ ବାଲିଆପଡ଼ାରେ ଦି ଇୟର ଅଫ୍ ପଜିଟିଭ୍ ଚେଞ୍ଜ ଥିମ୍ ଲଞ୍ଚ କରିବା ସହିତ ବ୍ରହ୍ମାକୁମାରୀ କେନ୍ଦ୍ରର ବରିଷ୍ଠ ସଦସ୍ୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବେ। ଏହାପରେ,ସେଠାରେ ମଧ୍ୟାହ୍ନ ଭୋଜନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।  ପରେ ସେ ରାଜଭବନ ଫେରି ଆସିବେ। ଏବଂ ସଂନ୍ଧ୍ୟା ସୁଧା  ଅପରାହ୍ଣରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ତିନି ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ(president draupadi murmu)। ମଙ୍ଗଳବାର ଦିନ ନିର୍ଦ୍ଧାରିତ ସମୟ ୬ଟା ୧୦ ମିନିଟ୍ ରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନ ଯୋଗୁଁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଞ୍ଚିଥିଲେ ମହାମହିମ୍।  ୨୬ ତାରିଖ ଅର୍ଥାତ୍ ବୁଧବାର ଦିନ ରାଷ୍ଟ୍ରପତି ଦିନ ତମାମ କଟକରେ ବିତାଇଥିଲେ ।  ମହାମହିମ୍ ସକାଳୁ ରାଜଭବନରୁ ବାହରି କଟକ ଯାଇଥିଲେ। ସେଠାରୁ ରାଷ୍ଟ୍ରପତି ପ୍ରଥମେ କଟକ ଚଣ୍ତୀ ମନ୍ଦିରରେ ମାଆଙ୍କୁ ଦର୍ଶନ କରିବା ପରେ ମଧୁବାବୁଙ୍କ ଘର ପରିଦର୍ଶନ କରିଥିଲେ । ସେଠାରୁ ନେତାଜୀ ବାସଭବନ ଓ ନେତାଜୀ ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ପରେ, କଟକ ହାଇକୋର୍ଟର ୭୫ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପରେ ଜଷ୍ଟିସ ସଂଗ୍ରହାଳୟ ବୁଲି ଓଡ଼ିଶା ହାଇକୋର୍ଟ ଜଜ ଲାଉଞ୍ଜରେ ମଧ୍ୟାହ୍ନ ଭୋଜନ କରିଥିଲେ । 

Also Read: Weather Update: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି, ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!

Also Read: Today Panchang 27 July 2023: ତୁଳା ରାଶିରେ ଚନ୍ଦ୍ରମାଙ୍କ ଗୋଚର, ପଞ୍ଚାଙ୍ଗ ଅନୁଯାୟୀ ଜାଣନ୍ତୁ ଆଜିର ଶୁଭ ସମୟ ଓ ରାହୁକାଳ

ଏହାପରେ ଦିନ ୨ଟା ୫୦ ମିନିଟରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର (SCB Medical college) ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହାପରେ ଅପରାହ୍ନ ପ୍ରାୟ ୪ଟା ୧୫ ମିନିଟ୍ ରେ କଟକସ୍ଥିତ ଜାତୀୟ ଆଇନ ବିଶ୍ବ ବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେଠାରୁ ସନ୍ଧ୍ୟା ୬ଟା ୩୦ ମିନିଟରେ ସମସ୍ତ କାର୍ଯ୍ୟକ୍ରମ ସାରି ପୁଣି ରାଜଭବନ ଫେରିଥିଲେ ।