ସେବା ନିବୃତ ହେଲେ ପୂଜା ଖେଡକର, ନକଲି ଡକ୍ୟୁମେଣ୍ଟ ଦେବା ନେଇ UPSC ନେଲା କଡା ନିଷ୍ପତ୍ତି
Advertisement
Article Detail0/zeeodisha/odisha2361923

ସେବା ନିବୃତ ହେଲେ ପୂଜା ଖେଡକର, ନକଲି ଡକ୍ୟୁମେଣ୍ଟ ଦେବା ନେଇ UPSC ନେଲା କଡା ନିଷ୍ପତ୍ତି

UPSC ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କୁ ସେବାରୁ ବରଖାସ୍ତ କରିଦେଇଛି। ବର୍ତ୍ତମାନ ଯାଏଁ ସେ ପ୍ରୋବେସନରେ ଥିଲେ, କିନ୍ତୁ ସ୍ଥାୟୀ ନିଯୁକ୍ତି ପୂର୍ବରୁ ତାଙ୍କୁ ଚାକିରିରୁ ହାତ ଧୋଇବାକୁ ପଡ଼ିଛି। ପୂଜା ଖେଡକର ନକଲି ଦଲିଲ ଦେଇ ଚାକିରି କରିଥିବା ଅଭିଯୋଗ କରାଯାଇଥିଲା।

 

UPSC Action on Pooja Khedkar

UPSC Action on Pooja Khedkar: ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କୁ ୟୁପିଏସସି ସେବାରୁ ହଟାଇ ଦିଆଯାଇଛି। ବର୍ତ୍ତମାନ ଯାଏଁ ସେ ପ୍ରୋବେସନରେ ଥିଲେ, କିନ୍ତୁ ସ୍ଥାୟୀ ନିଯୁକ୍ତି ପୂର୍ବରୁ ତାଙ୍କୁ ବରଖାସ୍ତ କରାଯାଇଛି। ବିବାଦ ଘେରି ରହିଥିବା ପୂଜା ଖେଡକରଙ୍କୁ ନକଲି ଡକ୍ୟୁମେଣ୍ଟ ମାଧ୍ୟମରେ ଚାକିରି କରିଥିବା ଅଭିଯୋଗ ହୋଇଥିଲା। ପୂଜା ଖେଡକର ୨୦୨୨ ର UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ବର୍ତ୍ତମାନ ମହାରାଷ୍ଟ୍ରରେ ଟ୍ରେନି IAS ଭାବରେ ପୋଷ୍ଟ କରାଯାଇଥିଲା। ତାଙ୍କର ପ୍ରଥମ ପୋଷ୍ଟିଂରେ ସେ ଅଜବ ଦାବି କରିବା ଆରମ୍ଭ କରିଥିଲେ। ଯେତେବେଳେ ଏହାକୁ ନେଇ ବିବାଦ ବଢ଼ିଗଲା, ସେତେବେଳେ ତାଙ୍କୁ ପୁଣେରୁ ୱାଶିମକୁ ଟ୍ରାନ୍ସଫ କରାଯାଇଥିଲା। କେବଳ ଏତିକି ନୁହେଁ ଏହା ପରେ ସାମ୍ନାକୁ ଆସିଲା ଯେ ସେ OBCର ନନ୍-କ୍ରିମି ଲେୟର ରିଜରଭେସନ ପାଇବା ପାଇଁ ଭୁଲ୍ ଦଲିଲ ଦେଇଛନ୍ତି।

କେବଳ ଏତିକି ନୁହେଁ ସେ ନିଜ ପିତାମାତାଙ୍କ ନାମ ମଧ୍ୟ ପରିବର୍ତ୍ତନ କରିଥିଲେ। ଏହା ଏଥି ପାଇଁ କରାଯାଇଥିଲା ଯାହା ଦ୍ୱାରା OBC ରିଜରଭେସନରେ ଲାଭ ପାଇପାରିବ ଏବଂ UPSC ପରୀକ୍ଷାରେ ହାଜର ହେବାକୁ ଅତିରିକ୍ତ ସୁଯୋଗ ପାଇବେ। ଯେତେବେଳେ ଏହି ମାମଲା ବଢ଼ିଥିଲା ସେତେବେଳେ UPSC ମଧ୍ୟ ତାଙ୍କ ବିରୋଧରେ FIR ଦାଖଲ କରିଥିଲା। ଏହା ବ୍ୟତୀତ ପୂଜା ମନୋରାମା ଦିଲୀପ ଖେଡକରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏହା ବ୍ୟତୀତ ସେ ନିଜର ପରିଚୟ ଲୁଚାଇ ପରୀକ୍ଷାରେ ହାଜର ହେବାର ସୁଯୋଗ ପାଇ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପୂଜା ଖେଡକରଙ୍କୁ ୨୫ ଜୁଲାଇ ପର୍ଯ୍ୟନ୍ତ ନୋଟିସର ଉତ୍ତର ଦେବାକୁ ସମୟ ଥିଲା, କିନ୍ତୁ ସେ ୪ ଅଗଷ୍ଟ ପର୍ଯ୍ୟନ୍ତ ସମୟ ମାଗିଥିଲେ। ସେ କହିଥିଲେ ଯେ ଏହି ସମୟ ମଧ୍ୟରେ ମୁଁ ଆବଶ୍ୟକ କାଗଜପତ୍ର ସଂଗ୍ରହ କରିନେବି।

ପୂଜାଙ୍କ ଆବେଦନ ଉପରେ UPSC ତାଙ୍କୁ ୩୦ ଜୁଲାଇ ଅପରାହ୍ନ ୩:୩୦ ପର୍ଯ୍ୟନ୍ତ ଉତ୍ତର ଦେବାକୁ ସମୟ ଦେଇଥିଲା। ଏହି ସମୟ ମଧ୍ୟରେ ଉତ୍ତର ନ ମିଳିବାରୁ UPSC ତାଙ୍କୁ ସେବାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲା। କେବଳ ଏତିକି ନୁହେଁ, ବର୍ତ୍ତମାନ ସେ କୌଣସି UPSC ପରୀକ୍ଷାରେ ଭାଗ ନେଇ ପାରିବେ ନାହିଁ।

ଏହି ପରିପ୍ରେକ୍ଷୀରେ UPSC ତାଙ୍କୁ ପୂର୍ବରୁ କହିଥିଲା ​​ଯେ ଯଦି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଉତ୍ତର ନ ଦେବେ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ତାକର କୌଣସି ଆବେଦନ ପରେ ବିଚାର କରାଯିବ ନାହିଁ। ଜନସେବା ଆୟୋଗ କହିଛି ଯେ ପୂଜା ଖେଡକରଙ୍କୁ CSE-2022 ପରୀକ୍ଷଣର ମାନ ଉଲ୍ଲଂଘନ କରିବା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି। ପୂଜା ନିୟମ ଅତିକ୍ରମ କରି ଭୁଲ ଡକ୍ୟୁମେଣ୍ଟ ମାଧ୍ୟମରେ ଏକ ଅତିରିକ୍ତ ସୁଯୋଗ ପାଇଥିଲେ। ବର୍ତ୍ତମାନ ୟୁପିଏସସି ପୂଜା ଖେଡକରଙ୍କୁ ଭବିଷ୍ୟତରେ କୌଣସି ପରୀକ୍ଷାରେ ହାଜର ହେବାକୁ ନେଇ ବାରଣ କରିଛି।

Also Read:  Rajya Sabha: କୋଚିଂ ଦୁନିଆରୁ ଛାତ୍ରଛାତ୍ରୀଙ୍କୁ ବାହାରକୁ ଆଣିବାକୁ ଚାହୁଁଛନ୍ତି ମୋଦୀ ସରକାର: ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Aslo Read: Odisha Police: ବର୍ଷାଦିନେ ଆପଣଙ୍କ ଜୋତା ଭିତରେ ବି ଥାଇପାରେ ସାପ, ସତର୍କ କରାଇଲା ରାଜ୍ୟ ପୋଲିସ୍