UP Criminals List: ଦୁଇ ଗ୍ୟାଙ୍ଗଷ୍ଟାରଙ୍କ ହତ୍ୟା ପରେ ଜାରି ହେଲା ୟୁପିର କ୍ରିମିନାଲ ଲିଷ୍ଟ, ତାଲିକାରେ ରହିଛି ଏହି ବିଧାୟକ ଓ ସାଂସଦଙ୍କ ନାଁ
Advertisement
Article Detail0/zeeodisha/odisha1657504

UP Criminals List: ଦୁଇ ଗ୍ୟାଙ୍ଗଷ୍ଟାରଙ୍କ ହତ୍ୟା ପରେ ଜାରି ହେଲା ୟୁପିର କ୍ରିମିନାଲ ଲିଷ୍ଟ, ତାଲିକାରେ ରହିଛି ଏହି ବିଧାୟକ ଓ ସାଂସଦଙ୍କ ନାଁ

UP Criminals List News In Odia: ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ (atique ahmed encounter) ଓ ଅସରଫ ହତ୍ୟାକାଣ୍ଡ (ashraf ahmed encounter) ଘଟଣାକୁ ନେଇ ଉଠୁଛି ପଡୁଛି ୟୁପି (up)। ସର୍ବ ସମ୍ମୁଖରେ ଦୁଇ ଭାଙ୍କୁ ହତ୍ୟା ହେବା ପରେ ବର୍ତ୍ତମାନ ଆକ୍ସନ ମୁଡରେ ୟୁପି ପୋଲିସ୍ (up police)। ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ (atique ahmed encounter)ଓ ଅସରଫର ହତ୍ୟା (ashraf ahmed encounter) ଘଟଣାକୁ ନେଇ ୟୋଗୀ ସରକାରଙ୍କୁ (Yogi Adityanath) ଘେରିଛନ୍ତି ବିରୋଧି । 

UP Criminals List: ଦୁଇ ଗ୍ୟାଙ୍ଗଷ୍ଟାରଙ୍କ ହତ୍ୟା ପରେ ଜାରି ହେଲା ୟୁପିର କ୍ରିମିନାଲ ଲିଷ୍ଟ, ତାଲିକାରେ ରହିଛି ଏହି ବିଧାୟକ ଓ ସାଂସଦଙ୍କ ନାଁ

UP Criminals List News In Odia: ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ (atique ahmed encounter) ଓ ଅସରଫ ହତ୍ୟାକାଣ୍ଡ (ashraf ahmed encounter) ଘଟଣାକୁ ନେଇ ଉଠୁଛି ପଡୁଛି ୟୁପି (up)। ସର୍ବ ସମ୍ମୁଖରେ ଦୁଇ ଭାଙ୍କୁ ହତ୍ୟା ହେବା ପରେ ବର୍ତ୍ତମାନ ଆକ୍ସନ ମୁଡରେ ୟୁପି ପୋଲିସ୍ (up police)।  ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ (atique ahmed encounter)ଓ ଅସରଫର ହତ୍ୟା (ashraf ahmed encounter) ଘଟଣାକୁ ନେଇ ୟୋଗୀ ସରକାରଙ୍କୁ (Yogi Adityanath) ଘେରିଛନ୍ତି ବିରୋଧି । ଦୁଇ ଗ୍ୟାଙ୍ଗଷ୍ଟାରଙ୍କ ହତ୍ୟା ପରେ, ସମାଜବାଦୀ ପାର୍ଟି (ଏସପି) ଏବଂ ବିରୋଧୀଦଳର ନେତାମାନେ ମାଫିଆଙ୍କ ତାଲିକା ପ୍ରକାଶ କରିବାକୁ ଦାବି କରିଥିଲେ।  

ସରକାରଙ୍କ ନିର୍ଦ୍ଦେଶ କ୍ରମେ ୟୁପି ପୋଲିସ୍ (up police) ବଡ ବଡ ମାଫିଆଙ୍କ ତାଲିକା ପ୍ରସ୍ତୁତ କରିଛି । ଏହି ତାଲିକାରେ ୨୧ ଜଣ ମାଫିଆଙ୍କ ନାଁ ରହିଛି। ହତ୍ୟା, ସୁପାରୀ କିଲର, ଅପହରଣ, ବେଆଇନ ମଦ ବ୍ୟବସାୟ , ଜବରଦଖଲ ଭଳି ସଙ୍ଗୀନ ଅଭିଯୋଗ ସେମାନଙ୍କ ନାଁରେ ରହିଛି। ବର୍ତ୍ତମାନ ୟୁପି ପୋଲିସ (up police) ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେମାନଙ୍କ ଗ୍ୟାଙ୍ଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ । ସେମାନଙ୍କ ବେଆଇନ ସମ୍ପତ୍ତି ଜବତ କରିବ।  ଏବଂ ଅପରାଧିକ ନେଟୱାର୍କ ମଧ୍ୟ ଭାଙ୍ଗିବ ବୋଲି ପୋଲିସ୍ କହିଛି। 

Also Read: Paralakhemundi ACF Death Case: ପୁଣି ଚାଲିବ ବିଚାର ଖୋଲିବ ରହସ୍ୟ, ଜେଲ୍ ଯାଇପାରନ୍ତି ଏହି ୩ ଅଭିଯୁକ୍ତ

Also Read: Jharsuguda By Elections 2023: ନାମାଙ୍କନ ଦାଖଲ କରିବା ପୂର୍ବରୁ କାହିଁକି ଭାବବିହ୍ବଳ ହେଲେ ଦିପାଳୀ, ବିଜୟ ନେଇ କହିଲେ କିଛି ଏମିତି

ରିପୋର୍ଟ ଅନୁଯାୟୀ, ବିଭିନ୍ନ ଜିଲ୍ଲାରୁ ୧୧ ଜଣ ମାଫିଆଙ୍କ ନାଁ ସାମ୍ନାକୁ ଆସିଥିବା ବେଳେ  ଉତ୍ତରପ୍ରଦେଶ ପ୍ରଶାସନ ୫୦ ଜଣଙ୍କ ନାଁ ଏଥିରେ ସାମିଲ କରିଛି । ଏହି ଅପରାଧୀଙ୍କ ମଧ୍ୟରୁ ଅଧିକାଂଶ ବେଆଇନ ଖଣି, ମଦ ବ୍ୟବସାୟ,ଗୋ- ଚୋରା ଚାଲାଣ, ଜଙ୍ଗଲ କବଜା ଏବଂ ରାଜନେତାଙ୍କୁ ଆକ୍ରମଣ ଭଳି ମାମଲାରେ ଜଡିତ ଅଛନ୍ତି। ଏଡିଜି ଆଇନ ଏବଂ ଅର୍ଡର ପ୍ରଶାନ୍ତ କୁମାର (ADG Law and Order Prashant Kumar)କହିଛନ୍ତି ଯେ, ଏହି ମାଫିଆମାନଙ୍କ ଠାରୁ ୫୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରାଯିବାକୁ ଲକ୍ଷ ରଖାଯାଇଛି । ଏହା ସହିତ ସେମାନଙ୍କର ଅପରାଧିକ ନେଟୱାର୍କ ମଧ୍ୟ ନଷ୍ଟ କରାଯିବ ବୋଲି ବ୍ଲୁ ପ୍ଲାନ୍ ପ୍ରସ୍ତୁତ ହୋଇଛି। 

ଏହି ତାଲିକାରେ କେଉଁ ଅପରାଧୀଙ୍କ ନାମ ରହିଛି ଜାଣନ୍ତୁ ?
ଏହି ତାଲିକାର ଶିର୍ଷର ପଶ୍ଚିମ ୟୁପିର ଗ୍ୟାଙ୍ଗଷ୍ଟର ଉଦାମ ସିଂ(western UP gangster Udham Singh)। ଉନ୍ନାଓ ଜେଲରେ (Unnao jail)ଥିବା ଉଦାମ ସିଂଙ୍କ ବିରୋଧରେ ହତ୍ୟା, ଡକାୟତି ଏବଂ ଚୋରା ଚାଲାଣ ମାମଲାରେ ପଞ୍ଜିକୃତ ହୋଇଛି। ଏହା ବ୍ୟତୀତ ମୁଖାର୍ ଅନସାରୀ( Mukhtar Ansari), ବ୍ରିଜେଶ ସିଂ(Brijesh Singh), ସୁନୀଲ ରାଠୀ(Sunil Rathi), ସୁନ୍ଦର ଭାଟି(Sundar Bhati), ସୁଭାଷ ଠାକୁର(Subhash Thakur),ରାଜନ ତିୱାରୀ(Rajan Tiwari ), ଗୁ଼ଡୁ ସିଂ (Guddu Singh)ଏବଂ ମଦ ମାଫିଆ (liquor mafia Sudhakar Singh)ସୁଧାକର ସିଂଙ୍କ ପରି ବିଧାୟକଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ (Bahraich) ବାହାରଚିର ଗବର ସିଂ, ବାରାଣାସୀର ଅଭିଷେକ ସିଂ ହନି, ନିହାଲ ଛଦ୍ମନାମ ବଚା ପାସି ଏବଂ ପ୍ରୟାଗର ଦିଲୀପ ମିଶ୍ର, ରାଜନ ତିୱାରୀ, ବିନୋଦ ଉପାଧ୍ୟାୟ ଏବଂ ଗୋରଖପୁରର ସୁଧୀର କୁମାର ସିଂଙ୍କ ନାଁ ରହିଛି । ସେହିପରି, ବଳରାମପୁରର ପୂର୍ବତନ  ଏମପି ରିଜଓ୍ବାନ୍ ଜେହେର ( Balrampur former MP Rizwan Zaheer), ଫରୁକାବାଦର ହାଜି ଇକବାଲ, ଅନିଲ ଦୁଜାନା, ଖାନ ମୁବାରକ୍, ସଲିମ ଏବଂ ଜଗ୍ନୁ ୱାଲିଆଙ୍କ ଭଳି କେତେକ ହାର୍ଡକୋର କ୍ରିମିନାଲଙ୍କ ନାଁ  ପୋଲିସ୍ ତାଲିକାରେ ରହିଛି ।