G20 Summit 2023: ଶାନ୍ତି ବାର୍ତ୍ତା ସହ ଶେଷ ହେଲା ଜି-୨୦ ଶିଖର ସମ୍ମିଳନୀ, ବ୍ରାଜିଲ ହେଲା ଅଧ୍ୟକ୍ଷ
Advertisement

G20 Summit 2023: ଶାନ୍ତି ବାର୍ତ୍ତା ସହ ଶେଷ ହେଲା ଜି-୨୦ ଶିଖର ସମ୍ମିଳନୀ, ବ୍ରାଜିଲ ହେଲା ଅଧ୍ୟକ୍ଷ

G20 Summit 2023  Delhi: ଭାରତ ଜି-୨୦ ଅଧ୍ୟକ୍ଷ ପଦ ବ୍ରାଜିଲ ପାଖକୁ ହସ୍ତାନ୍ତର କରିବା ସହ ଶେଷ ହୋଇଛି ଜି-୨୦ ଶିଖର ସମ୍ମିଳନୀ। ଆସନ୍ତା ନଭେମ୍ବର ମାସରେ ଜି-୨୦ ଗୋଷ୍ଠୀର ଅନ୍ୟ ଏକ ଭର୍ଚୁଆଲ୍ ଅଧିବେଶନ ଆୟୋଜିତ ହେବ।

G20 Summit 2023: ଶାନ୍ତି ବାର୍ତ୍ତା ସହ ଶେଷ ହେଲା ଜି-୨୦ ଶିଖର ସମ୍ମିଳନୀ, ବ୍ରାଜିଲ ହେଲା ଅଧ୍ୟକ୍ଷ

G20 Summit 2023 India: ସେପ୍ଟମ୍ବର ୧୦ ତାରିଖ ରବିବାର ଶେଷ ହୋଇଛି ଚଳିତ ବର୍ଷର ଜି-୨୦ ଶିଖର ସମ୍ମିଳନୀ। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀକୁ "ସ୍ୱସ୍ତି ଅସ୍ତୁ ବିଶ୍ୱ" ଅର୍ଥାତ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜି-୨୦ ପରବର୍ତ୍ତୀ ଅଧ୍ୟକ୍ଷ ପଦ ଦାୟିତ୍ୱ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭାଙ୍କୁ ହସ୍ତାନ୍ତର କରିଥିଲେ।

ଜି-୨୦ ଶିଖର ସମ୍ମିଳନୀ ୨୦୨୩ ସମାପନ ସମାରୋହରେ (G-20 Summit 2023 Closing Ceremony) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) କହିଛନ୍ତି ଯେ, "ମୁଁ ଜି-୨୦ ଶିଖର ସମ୍ମିଳନୀ ଶେଷ ହେଉଥିବାର ଘୋଷଣା କରୁଛି। ଆଶା କରୁଛି ଯେ ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ ରୋଡମ୍ୟାପ ଆନନ୍ଦଦାୟକ ହେବ। ୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା ସହିତ ଆପଣ ସମସ୍ତଙ୍କୁ ଅଶେଷ ଧନ୍ୟବାଦ। ମୁଁ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓଙ୍କୁ (Brazil President Luiz Inacio Lula da Silva) ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ଏବଂ ତାଙ୍କୁ ଜି-୨୦ ଅଧ୍ୟକ୍ଷ ପଦ (G-20 Chairman Post) ପ୍ରଦାନ କରୁଛି। 

ଭର୍ଚୁଆଲ୍ ଅଧିବେଶନ କରିବାକୁ ଦେଲେ ପ୍ରସ୍ତାବ
ଆସନ୍ତା ନଭେମ୍ବର ମାସରେ ଏକ ଭର୍ଚୁଆଲ୍ ଅଧିବେଶନ (G20 Virtual Session 2023 November) ପ୍ରସ୍ତାବ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ନଭେମ୍ବର ପର୍ଯ୍ୟନ୍ତ ଭାରତ ପାଖରେ ଜି-୨୦ ଅଧ୍ୟକ୍ଷ ପଦ ରହିଛି। ଏହି ଦୁଇ ଦିନ ମଧ୍ୟରେ ଆପଣ ଅନେକ ପ୍ରସ୍ତାବ ଦେଇଛନ୍ତି। ଯାହା ଆସିବ ତାହାକୁ ଦେଖିବା ଆମର ଦାୟିତ୍ୱ। ଯାହା ଦ୍ୱାରା ଆପଣଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରସ୍ତାବ ତ୍ୱରାନ୍ୱିତ ହୋଇପାରିବ। ମୁଁ ପ୍ରସ୍ତାବ ଦେଉଛି ଯେ ନଭେମ୍ବର ଶେଷରେ ଆମେ ଜି-୨୦ ଗୋଷ୍ଠୀର ଅନ୍ୟ ଏକ ଭର୍ଚୁଆଲ୍ ଅଧିବେଶନ ଆୟୋଜନ କରିବା। ଯେଉଁଥିରେ ଆମେ ନୂଆଦିଲ୍ଲୀ ଶିଖର ସମ୍ମିଳନୀରେ (G20 Summit 2023 Delhi) ସ୍ଥିର ହୋଇଥିବା ପ୍ରସଙ୍ଗର ସମୀକ୍ଷା କରିପାରିବା। ଏହାର ସବିଶେଷ ତଥ୍ୟ ଆମ ଦଳ ଦ୍ୱାରା ଅଂଶୀଦାର କରାଯିବ। ଆଶା କରୁଛି ଯେ ଆପଣ ସମସ୍ତେ ଏହା ସହିତ ଯୋଡ଼ି ହେବେ।

ବ୍ରାଜିଲ ପାଇଁ ସମସ୍ତ ସମ୍ଭାବ୍ୟ ସହଯୋଗ କଲେ ନିଶ୍ଚିତ
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ ଜି-୨୦ ଅଧ୍ୟକ୍ଷ ପଦ ବ୍ରାଜିଲ ପାଖକୁ ହସ୍ତାନ୍ତର (India Transfer G20 Chairman Post to Brazil) କରିଛି। ଆମର ନିରନ୍ତର ବିଶ୍ୱାସ ରହିଛି ଯେ ସେମାନେ ଉତ୍ସର୍ଗୀକୃତ, ଦୂରଦୃଷ୍ଟି ସହ ନେତୃତ୍ୱ ନେବେ ଏବଂ ବିଶ୍ୱ ଏକତା ତଥା ସମୃଦ୍ଧତାକୁ ମଧ୍ୟ ଆଗକୁ ବଢାଇବେ। ଭାରତ ଆଗାମୀ ଜି-୨୦ ଅଧ୍ୟକ୍ଷତା ହସ୍ତାନ୍ତର କରିସାରିଛି। ଭାରତ ଆଗାମୀ ଜି-୨୦ ଅଧ୍ୟକ୍ଷତା କରିବା ସମୟରେ ବ୍ରାଜିଲକୁ ଯଥା ସମ୍ଭବ ସହଯୋଗ ଯୋଗାଇ ଦେବାକୁ ନିଶ୍ଚିତ କରିଥିଲେ। 

ବୈଠକ ବେଳେ ଭାବପ୍ରବଣ ହୋଇପଡ଼ିଲେ ବ୍ରାଜିଲ ରାଷ୍ଟ୍ରପତି
ଜି-୨୦ ବୈଠକ ସମୟରେ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ କହିଛନ୍ତି ଯେ, "ଯେତେବେଳେ ଆମେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିଲୁ ସେତେବେଳେ ମୁଁ ଅତ୍ୟଧିକ ଭାବପ୍ରବଣ ହୋଇପଡିଥିଲି। ମୋର ରାଜନୈତିକ ଜୀବନରେ ମହାତ୍ମା ଗାନ୍ଧୀଙ୍କ ଅନେକ ମହତ୍ତ୍ୱ ରହିଛି। କାରଣ ମୁଁ ବହୁ ଦଶନ୍ଧି ଧରି ଅହିଂସା ଅନୁସରଣ କରିଥିଲି। ଯେତେବେଳେ ମୁଁ ଶ୍ରମିକ ଆନ୍ଦୋଳନ ପାଇଁ ସଂଘର୍ଷ କରୁଥିଲି। ସେଥିପାଇଁ ମୁଁ ମହାତ୍ମା ଗାନ୍ଧୀଙ୍କୁ ରାଜଘାଟ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲି।