PM Modi Announcement: ବରିଷ୍ଠ ନାଗରିକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବ ଦୁଇଗୁଣା ଫାଇଦା
Advertisement

PM Modi Announcement: ବରିଷ୍ଠ ନାଗରିକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବ ଦୁଇଗୁଣା ଫାଇଦା

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର ରହିଛି । ମୋଦି ସରକାର ଆଗାମୀ ମହଙ୍ଗା ଭତ୍ତା ସହିତ ଫିଟମେଣ୍ଟ ଫ୍ୟାକ୍ଟରରେ ବୃଦ୍ଧି କରିବାକୁ ଯାଉଛନ୍ତି । ଅର୍ଥାତ ନୂଆ ବର୍ଷ ଆରମ୍ଭରେ କେନ୍ଦ୍ର କର୍ମଚାରୀଙ୍କୁ ଡବଲ ଖୁସି ଖବର ମିଳିବାକୁ ଯାଉଛି । ଫିଟମେଣ୍ଟ ଫ୍ୟାକ୍ଟର ବଢ଼ିବା ଦ୍ୱାରା କର୍ମଚାରୀଙ୍କ ସର୍ବନିମ୍ନ ବେସିକ ବେତନରେ ବୃଦ୍ଧି ଘଟିବ। 

PM Modi Announcement: ବରିଷ୍ଠ ନାଗରିକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବ ଦୁଇଗୁଣା ଫାଇଦା

PM Modi Announcement:  ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କ (Senior Citizen) ଏକ ଦମଦାର ତଥା ସୁଖଦଃ ଖବରରୁ ନୂଆବର୍ଷ (Happy New Year 2023) ଆରମ୍ଭ ହୋଇଛି। ଯଦି ଆପଣ କୌଣସି ସରକାରୀ ସ୍କିମର (Government Pension Scheme) ଫାଇଦା ନେଉଛନ୍ତି ତେବେ ଆପଣଙ୍କୁ ସେହି ଯୋଜନାରେ ଦୁଇଗୁଣା ଲାଭ ମିଳିବାକୁ ଯାଉଛି। ସରକାର କ୍ଷୁଦ୍ର ସଞ୍ଚୟ ଯୋଜନାର ଋଣକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ପରେ କର୍ମଚାରୀମାନେ ୮ ପ୍ରତିଶତ ହାରରେ ସୁଧ ପାଇବେ। ଏଠାରେ କହି ରଖୁଛୁ ଯେ ନୂତନ ସୁଧ ହାର ଆଜିଠାରୁ ଲାଗୁ ହୋଇଛି। ଅର୍ଥ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ଏହି ବିଷୟରେ ସୂଚନା ଦେଇଛି।

ଅର୍ଥ ମନ୍ତ୍ରଣାଳୟ ଅଧିସୂଚନା ଅନୁଯାୟୀ ବରିଷ୍ଠ ନାଗରିକଙ୍କ ସଞ୍ଚୟ ଉପରେ ପୂର୍ବରୁ ୭.୬ ପ୍ରତିଶତ ଋଣ ଲାଗୁ ହୋଇଥିଲା। ତେବେ ଏହି ଋଣ ବରିଷ୍ଠ ନାଗରିକଙ୍କୁ ବେଶ ଫାଇଦା ଦେଉଥିଲା। ଆଜିଠାରୁ ଅର୍ଥାତ ଜାନୁଆରୀ ୧, ୨୦୨୩ ଠାରୁ ଏହି ଋଣ ଦର ୮ ପ୍ରତିଶତକୁ ବୃଦ୍ଧି କରିଦିଆଯାଇଛି। ଲୋକମାନଙ୍କୁ ଏହି ହାରରେ ଫାଇଦା ଏଣିକି ମିଳିବ।  ଏହି ସ୍କିମର ବେସିକ ପଏଣ୍ଟ ଅନୁଯାୟୀ ଅଧିକ ଋଣ ମିଳିବ। 

ଏଠାରେ କହି ରଖୁ କି ପ୍ରତି ତିନି ମାସରେ ଏହି ଋଣ ଉପରେ ସମୀକ୍ଷା କରାଯାଇଥାଏ। ଏହା ପୂର୍ବରୁ ଗତ ଅକ୍ଟୋବରମାସରେ ଏହି ଋଣ ଉପରେ ସମୀକ୍ଷା କରାଯାଇଥିଲା। ସେହି ସମୟରେ ମଧ୍ୟ ଏହି ଋଣ ହାରରେ ପରିବର୍ତ୍ତନ କରାଯାଇଥିଲା। ୬୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ ଏହି ସ୍କିମରେ ଖାତା ଖୋଲିପାରିବେ। ଯେଉଁମାନେ ଭିଆରଏସ ନେଇଛନ୍ତି ସେମାନେ ମଧ୍ୟ ଏହି ସ୍କିମରେ ଖାତା ଖୋଲିପାରିବେ। ଏହି ସ୍କିମରେ ଅତି କମରେ ୧୦୦୦ ଟଙ୍କା ନିବେଶ କରିପାରିବେ। ତେବେ ସର୍ବାଧିକ ୧୫ ଲକ୍ଷ ପର୍ଯ୍ୟନ୍ତ ଉପଭୋକ୍ତାମାନେ ଏଥିରେ ନିବେଶ କରିପାରିବେ। ତେବେ ଏହି ସ୍କିମରେ ଅନେକ ସୁବିଧା ମଧ୍ୟ ଯୋଗାଇ ଦେଉଛନ୍ତି ସରକାର। ଆପଣ ଯଦି ଏକ ଲକ୍ଷ ଟଙ୍କାରୁ କମ ରାଶିର ଖାତା ଖୋଲୁଛନ୍ତି ତେବେ ଆପଣ ନଗଦ ରାଶି ଦେଇ ଖାତା ଖୋଲିପାରିବେ। ଯଦି ଆପଣ ଏକ ଲକ୍ଷରୁ ଅଧିକ ଟଙ୍କା ଦେଇ ଖାତା ଖୋଲିବେ ଆପଣଙ୍କୁ ଚେକ ଆକାରରେ ରାଶିକୁ ପଇଠ କରିବାକୁ ହେବ। 

ସେପଟେ  କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର ରହିଛି । ମୋଦି ସରକାର ଆଗାମୀ ମହଙ୍ଗା ଭତ୍ତା ସହିତ ଫିଟମେଣ୍ଟ ଫ୍ୟାକ୍ଟରରେ ବୃଦ୍ଧି କରିବାକୁ ଯାଉଛନ୍ତି । ଅର୍ଥାତ ନୂଆ ବର୍ଷ ଆରମ୍ଭରେ କେନ୍ଦ୍ର କର୍ମଚାରୀଙ୍କୁ ଡବଲ ଖୁସି ଖବର ମିଳିବାକୁ ଯାଉଛି । ଫିଟମେଣ୍ଟ ଫ୍ୟାକ୍ଟର ବଢ଼ିବା ଦ୍ୱାରା କର୍ମଚାରୀଙ୍କ ସର୍ବନିମ୍ନ ବେସିକ ବେତନରେ ବୃଦ୍ଧି ଘଟିବ। 

ବର୍ତ୍ତମାନ କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର୍ ହେଉଛି ୨.୫୭ ପ୍ରତିଶତ ଓ କର୍ମଚାରୀମାନେ ଏହାକୁ ୩.୬୮ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି କରୁଛନ୍ତି । ଦୀର୍ଘ ଦିନ ଧରି କର୍ମଚାରୀମାନେ ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ପାଇଁ ଦାବି କରିଆସୁଥିଲେ । ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ଯୋଗୁଁ କର୍ମଚାରୀଙ୍କ ବେସିକ ବେତନରେ ବମ୍ପର ବୃଦ୍ଧି ଘଟିବ । ଯାହା ଦ୍ୱାରା ସର୍ବନିମ୍ନ ବେତନ (Minimum Basic Salary) ୧୮,୦୦୦ରୁ ୨୬,୦୦୦ ଟଙ୍କା ବୃଦ୍ଧି ହୋଇପାରେ । 

 ଫିଟମେଣ୍ଟ ଫ୍ୟାକ୍ଟର୍ ଅଧୀନରେ ୫୨ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀଙ୍କ ବେସିକ ଦରମା ବୃଦ୍ଧି କରାଯାଇପାରେ । ଯଦି ଏପରି ହୁଏ ତେବେ ବେସିକ ଦରମା ୧୮୦୦ରୁ ୨୬୦୦କୁ ବୃଦ୍ଧି ପାଇବ । ୫୨ ଲକ୍ଷ କର୍ମଚାରୀ ଏହାର ଲାଭ ପାଇବେ । ଯଦିଓ ପୂର୍ବରୁ ଖବର ଆସୁଥିଲା ଯେ, ସରକାରୀ କୋଷ ଉପରେ ଭାର ବଢ଼ିବା କାରଣରୁ ମୋଦି ସରକାର ୨୦୨୨ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ ବଢ଼ାଇବା ମୁଡରେ ନାହାଁନ୍ତି ।  ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୁନ ୨୦୧୭ରେ ୩୪ଟି ସଂଶୋଧନ ସହିତ ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଅନୁମୋଦନ ପରେ ଏଣ୍ଟ୍ରି ସ୍ତରର ବେସିକ ଦରମା ମାସକୁ ୭,୦୦୦ରୁ ବୃଦ୍ଧି କରି ୧୮,୦୦୦ ଟଙ୍କା କରାଯାଇଥିଲାବେଳେ ସର୍ବୋଚ୍ଚ ସ୍ତରର ଅର୍ଥାତ୍ ସଚିବଙ୍କୁ ୯୦,୦୦୦ରୁ ବୃଦ୍ଧି କରି ୨.୫ ଲକ୍ଷ ଟଙ୍କା କରାଯାଇଥିଲା । କୁହାଯାଉଛି ଯେ, ସରକାର କର୍ମଚାରୀଙ୍କ ଦରମାକୁ ୧୦ ବର୍ଷରେ ଥରେ ନୁହେଁ ବରଂ ସମୟ ସମୟରେ ସଂଶୋଧନ କରିବା ଉଚିତ । ସପ୍ତମ ବେତନ ଆୟୋଗରେ ଯେଉଁ ପେ ମ୍ୟାଟ୍ରିକ୍ସ (Pay matrix) ତିଆରି କରାଯାଇଛି, ତାହା ଫିଟମେଣ୍ଟ ଫ୍ୟାକ୍ଟର (Fitment Factor) ଉପରେ ଆଧାରିତ ।