PM Modi on Fake News: ମୋଦିଙ୍କ ରକ୍ତଚାପ ବଢାଇ ଦେଲା ଏହି ନ୍ୟୁଜ !
Advertisement

PM Modi on Fake News: ମୋଦିଙ୍କ ରକ୍ତଚାପ ବଢାଇ ଦେଲା ଏହି ନ୍ୟୁଜ !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହମନ୍ତ୍ରୀଙ୍କ ଚିନ୍ତନ ଶିବିରକୁ ଦେଇଥିବା ଅଭିଭାଷଣରେ କହିଛନ୍ତି ଯେ ସୋସିଆଲ ମିଡିଆର ଶକ୍ତିକୁ ଆମକୁ ଅବମାନନା କରିବାର ଆବଶ୍ୟକତା ନାହିଁ। 

PM Modi on Fake News: ମୋଦିଙ୍କ ରକ୍ତଚାପ ବଢାଇ ଦେଲା ଏହି ନ୍ୟୁଜ !

PM Modi on Fake News: ନୂଆଦିଲ୍ଲୀ: ହରିୟାଣାର ସୁରଜକୁଣ୍ଡରେ ଅନୁଷ୍ଠିତ ସମସ୍ତ ରାଜ୍ୟର ଗୃହମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖବରକୁ ନେଇ ଅତ୍ୟନ୍ତ ଚିନ୍ତାଶୀଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ବୈଠକରେ ବର୍ତ୍ତମାନ ସମୟରେ ଭାଇରାଲ ହେଉଥିବା ଫେକ ନ୍ୟୁଜ ଉପରେ ସତର୍କତା ରହିବାକୁ ଗୃହମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚିନ୍ତନ ଶିବିରର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ସମ୍ବୋଧନରେ କହିଥିଲେ କି କୌଣସି ଛୋଟ ଭୁଲ କିମ୍ବା ମିଛ ଖବର ଦେଶରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିପାରେ। ଏଥିପାଇଁ କୌଣସି ବାର୍ତ୍ତା ବା ଖବରକୁ ଫରଓ୍ୱାର୍ଡ କରିବାକୁ ପୂର୍ବରୁ ଏହାର ଫ୍ୟାକ୍ଟ ଚେକ କରିନେବା ଜରୁରୀ। ଏହା ସହିତ ଲୋକମାନଙ୍କୁ ଏହି ମିଥ୍ୟା ଖବରକୁ ପ୍ରସୟ ନ ଦେବାକୁ ପ୍ରଧାନମନ୍ତ୍ରୀ କହିଥିଲେ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହମନ୍ତ୍ରୀଙ୍କ ଚିନ୍ତନ ଶିବିରକୁ ଦେଇଥିବା ଅଭିଭାଷଣରେ କହିଛନ୍ତି ଯେ ସୋସିଆଲ ମିଡିଆର ଶକ୍ତିକୁ ଆମକୁ ଅବମାନନା କରିବାର ଆବଶ୍ୟକତା ନାହିଁ। ଏକ ଛୋଟ ନକଲି ଖବର ସମଗ୍ର ଦେଶରେ ଏକ ବଡ଼ ଧରଣର ଦଙ୍ଗା ସୃଷ୍ଟି କରିପାରେ। ଆମେ ଜାଣୁ ଯେ ସଂରକ୍ଷଣର ଏକ ଗୁଜବ ହଠାତ ବ୍ୟାପି ଯାଇଥିଲା। ଯେଉଁଥିପାଇଁ ଦେଶକୁ ବହୁ କ୍ଷତି ସହିବାକୁ ପଡ଼ିଛି। ସେଥିପାଇଁ ଲୋକଙ୍କୁ ଏନେଇ ଶିକ୍ଷା ଦେବାକୁ ହେବ। ଯଦି କୌଣସି ଏଭଳି ଗୁଜବ ବା ମିଥ୍ୟା ଖବର ଆସେ, ତେବେ ଏହାକୁ ପଠାଇବା ପୂର୍ବରୁ ଦଶ ଥର ଚିନ୍ତା କରିବାର ଆବଶ୍ୟକ ରହିଛି। ଯଦି କିଛି ଆସେ ତେବେ ଏହାକୁ ଗ୍ରହଣ କରିବା ପୂର୍ବରୁ ଏହାର ସତ୍ୟତାକୁ ଯାଞ୍ଚ କରିବାର ଆବଶ୍ୟକ ରହିଛି ବୋଲି ପ୍ରଦାନମନ୍ତ୍ରୀ କହିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତ ପ୍ଲାଟଫର୍ମରେ ଭେରିଫାଇ କରିବାର ଏକ ବ୍ୟବସ୍ଥା ଅଛି। ଏକ ଫ୍ୟାକ୍ଟ ଯାଞ୍ଚ କରିବାକୁ ଆପଣଙ୍କୁ ସୋସିଆଲ ମିଡିଆର କିଛି ରାଉଣ୍ଡ କରିବାକୁ ପଡିବ। ସେ କହିଛନ୍ତି ଯେ ମିଥ୍ୟା ଖବରର ଫ୍ୟାକ୍ଟ ଯାଞ୍ଚ ଆବଶ୍ୟକ। ଏଥିରେ ଟେକ୍ନୋଲୋଜି ଏକ ବଡ଼ ଭୂମିକା ଗ୍ରହଣ କରିଥାଏ। ବାର୍ତ୍ତା ପଠାଇବା ପୂର୍ବରୁ ଲୋକଙ୍କୁ ଯାଞ୍ଚ କରିବାର ଯାନ୍ତ୍ରିକତା ବିଷୟରେ ଲୋକଙ୍କୁ ଅବଗତ କରାଯିବା ଉଚିତ୍। ଏଠାରେ କହି ରଖୁ ଯେ ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସମସ୍ତ ରାଜ୍ୟକୁ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକ ରହିଛି। ଏହା ସହିତ ଆଇନ ଏବଂ ବ୍ୟବସ୍ଥାର ସିଧା ସମ୍ପର୍କ ବିକାଶ ସହିତ ଜଡ଼ିତ ରହିଛି। ଅତିକମରେ ଆମେ ଶାନ୍ତି ବଜାୟ ରଖିବା ସମସ୍ତଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି। 

କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଆୟୋଜିତ ଦୁଇ ଦିନିଆ ଚିନ୍ତନ ଶିବିର ଭିଡ଼ିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଥିଲେ। ମୋଦି ଆହୁରି ମଧ୍ୟ କହିଥିଲେ କି ପ୍ରତ୍ୟେକ ରାଜ୍ୟ ପରସ୍ପର ଠାରୁ ବିଭିନ୍ନ ପ୍ରସଂଗରେ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ରହିଛି। ପ୍ରେରଣା ନେବାର ଆବଶ୍ୟକତା ରହିଛି ଓ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ପରସ୍ପର ସହିତ ମିଶି କାର୍ଯ୍ୟ କରିବାର ଆବଶ୍ୟକ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଥିଲେ କି ପରସ୍ପର ପ୍ରତି ମିଳିମିଶି କାର୍ଯ୍ୟ କରିବା ପାଇଁ ଏକ ସାମ୍ବିଧାନିକ ଆଦେଶ ସହିତ ଦେଶ ପ୍ରତି ଏକ ଦାୟିତ୍ୱ ରହିଛି। ସମସ୍ତ ଏଜେନ୍ସି ଗୁଡିକର କାର୍ଯ୍ୟ କ୍ଷମତା, ଉନ୍ନତ ଫଳ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ସେ କହିଥିଲେ।