PM Kisan 14th Installment: ଚାଷୀଙ୍କ ପାଇଁ ବଡ଼ ଖୁସି ଖବର: ପିଏମ କିସାନର ୧୪ ତମ କିସ୍ତିରେ ମିଳିବ ଡବଲ ଟଙ୍କା, ୨୦୦୦ ପରିବର୍ତ୍ତେ ଆକାଉଣ୍ଟକୁ ଆସିବ ପୂରା ୪୦୦୦ ଟଙ୍କା!
Advertisement

PM Kisan 14th Installment: ଚାଷୀଙ୍କ ପାଇଁ ବଡ଼ ଖୁସି ଖବର: ପିଏମ କିସାନର ୧୪ ତମ କିସ୍ତିରେ ମିଳିବ ଡବଲ ଟଙ୍କା, ୨୦୦୦ ପରିବର୍ତ୍ତେ ଆକାଉଣ୍ଟକୁ ଆସିବ ପୂରା ୪୦୦୦ ଟଙ୍କା!

PM Kisan 14th Installment: କେନ୍ଦ୍ର ସରକାର ଏହି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ୨୪ ଫେବୃଆରୀ ୨୦୧୯ରେ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅନ୍ତର୍ଗତ କେନ୍ଦ୍ର ସରକାର କୃଷକଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଦିଅନ୍ତି । କୃଷକମାନଙ୍କୁ ଋଣମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ସରକାର ୩ଟି କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରନ୍ତି । 

PM Kisan 14th Installment: ଚାଷୀଙ୍କ ପାଇଁ ବଡ଼ ଖୁସି ଖବର: ପିଏମ କିସାନର ୧୪ ତମ କିସ୍ତିରେ ମିଳିବ ଡବଲ ଟଙ୍କା, ୨୦୦୦ ପରିବର୍ତ୍ତେ ଆକାଉଣ୍ଟକୁ ଆସିବ ପୂରା ୪୦୦୦ ଟଙ୍କା!

PM Kisan 14th Installment: କୃଷକମାନ (Farmers) ଙ୍କୁ ଅନେକ ପ୍ରକାରର ସୁବିଧା କେନ୍ଦ୍ର (Central Government) ଠାରୁ ଆରମ୍ଭ କରି ରାଜ୍ୟ ସରକାର (State Government) ଯୋଗାଇ ଦେଉଛନ୍ତି । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Scheme) ର ଫାଇଦା ଉଠାଇଥିବା କୃଷକମାନେ (Farmers) ବର୍ତ୍ତମାନ ଡବଲ ଲାଭ ପାଇବାକୁ ଯାଉଛନ୍ତି । ପୂର୍ବରୁ ସରକାର ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଟ୍ରାନ୍ସଫର କରୁଥିଲେ । କିନ୍ତୁ ବର୍ତ୍ତମାନ ଆପଣଙ୍କୁ ୪୦୦୦ ଟଙ୍କା ମିଳିବ । ଆଜ୍ଞା ହଁ... ଯଦି ଆପଣ ମଧ୍ୟ ଜଣେ କୃଷକ ତେବେ ଆପଣ ଡବଲ ଟଙ୍କା ପାଇବେ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan) ଅଧୀନରେ ସରକାର କୃଷକମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଏହି ଅର୍ଥ ଦେଶର କୃଷକଙ୍କ ଆୟ (Farmer Income) କୁ ଦ୍ୱିଗୁଣିତ କରିବାକୁ ସରକାର ଟଙ୍କା ଟ୍ରାନ୍ସଫର କରୁଛନ୍ତି ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅନେକ କୃଷକ (Farmers) ସେମାନଙ୍କର ଯାଞ୍ଚ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ସକ୍ଷମ ହୋଇନଥିଲେ, ଯେଉଁଥିପାଇଁ ସେହି କୃଷକମାନେ ୧୩ ତମ କିସ୍ତି (PM Kisan 13th Installment) ପାଇଁ ଟଙ୍କା ପାଇନାହାଁନ୍ତି । କିନ୍ତୁ ବର୍ତ୍ତମାନ ବହୁ ସଂଖ୍ୟକ କୃଷକ ଭେରିଫିକିଶନ୍ କରାଇ ନେଇଛନ୍ତି । ବର୍ତ୍ତମାନ ପିଏମ କିସାନର ୧୪ ତମ କିସ୍ତି (PM Kisan 14th Installment) ରେ ସରକାର ୨୦୦୦ ଟଙ୍କା ବଦଳରେ ୪୦୦୦ ଟଙ୍କା ଚାଷୀଙ୍କୁ ହସ୍ତାନ୍ତର କରିବେ । ଏଥିରେ ଯେଉଁ କୃଷକମାନେ ୧୩ ତମ କିସ୍ତି ପାଇଁ ଟଙ୍କା ପାଇନାହାଁନ୍ତି । ସେହି କୃଷକମାନେ ମଧ୍ୟ ୧୩ ତମ କିସ୍ତି ପାଇଁ ଟଙ୍କା ପାଇବେ ।

କେନ୍ଦ୍ର ସରକାରଙ୍କ ଦ୍ୱାରା କୃଷକଙ୍କ ଆକାଉଣ୍ଟକୁ ଏପର୍ଯ୍ୟନ୍ତ ପିଏମ କିସାନର ୧୩ଟି କିସ୍ତିର ଟଙ୍କା ଟ୍ରାନ୍ସଫର କରାଯାଇଛି । ବର୍ତ୍ତମାନ କୃଷକମାନେ ସେମାନଙ୍କର ୧୪ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । ଅନ୍ୟପଟେ ଏପରି କୃଷକମାନେ ଅଛନ୍ତି, ଯେଉଁମାନେ ୧୩ ତମ କିସ୍ତି ପାଇଁ ଟଙ୍କା ପାଇ ନାହାଁନ୍ତି, ସେମାନେ ଉଭୟ ୧୩ ତମ ଓ ୧୪ ତମ କିସ୍ତି ପାଇଁ ଟଙ୍କା ପାଇବେ । ଏପ୍ରିଲରୁ ଜୁଲାଇ ମଧ୍ୟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ୧୪ ତମ କିସ୍ତି ରିଲିଜ୍ କରାଯିବ । ଗତ ବର୍ଷ ସମାନ ଅବଧିରେ ପ୍ରାପ୍ତ ଏକାଦଶ କିସ୍ତି ୩୧ ମେ ୨୦୨୨କୁ ଟ୍ରାନ୍ସଫର ହୋଇଥିଲା । କିନ୍ତୁ ଏଥର ଶୀଘ୍ର ଆକାଉଣ୍ଟରେ ୧୪ ତମ କିସ୍ତି ଆସିବାର ସମ୍ଭାବନା ଅଛି ।

fallback

ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଅନିୟମିତତା ବଢ଼ୁଥିବା ବେଳେ ୧.୮୬ ଅଯୋଗ୍ୟ କୃଷକଙ୍କୁ ବାଦ ଦିଆଯାଇଛି । ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଇ-କେଇସି ଓ ଜମି ରେକର୍ଡ ଯାଞ୍ଚକୁ ବାଧ୍ୟତାମୂଳକ କରିଥିବାରୁ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଆପଣଙ୍କୁ କହି ରଖୁଛୁ ଯେ, ଯଦି ୧୩ ତମ କିସ୍ତି ପାଇଁ ଟଙ୍କା ଆପଣଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ଆସି ନାହିଁ, ତେବେ ଆପଣ ଏହି ହେଲ୍ପଲାଇନ ନମ୍ବର 155261 କିମ୍ବା 1800115526 କିମ୍ବା 011-23381092 ରେ ଯୋଗାଯୋଗ କରିପାରିବେ । ଏହା ବ୍ୟତୀତ ଆପଣ pmkisan-ict@gov.in ଇମେଲରେ ମେଲ୍ କରି ଆପଣଙ୍କର ସମସ୍ୟା ମଧ୍ୟ କହିପାରିବେ ।

ଅଧିକ ପଢ଼ନ୍ତୁ-ରାତିର ନିଦ ଉଡ଼ାଇଦେବ ବାବା ଭେଙ୍ଗାର ଏହି ଭବିଷ୍ୟବାଣୀ, ଏହି ଖତରନାକ୍ ଅସ୍ତ୍ରର କଲେ ଉଲ୍ଲେଖ

ଅଧିକ ପଢ଼ନ୍ତୁ-ପାକିସ୍ତାନର ଖତରନାକ୍ ଚାଲ୍, ଭାରତରେ ବିଶ୍ୱକପ ଜିତିବା ପାଇଁ ଏହି ଖେଳାଳିଙ୍କୁ କରିବ ନିଜର ଅଧିନାୟକ

ଅଧିକ ପଢ଼ନ୍ତୁ-୧୨ ବର୍ଷ ପରେ ସୂର୍ଯ୍ୟ-ଗୁରୁଙ୍କ ଅଦ୍ଭୁତ ସଂଯୋଗ; ଖୋଲିଯିବ ଏସବୁ ରାଶିଙ୍କ ଭାଗ୍ୟ, ମିଳିବ ବଡ଼ ପଦ ଓ ବର୍ଷିବ ଟଙ୍କା!

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି କ’ଣ?

ମୋଦି ସରକାର  (Modi Govt) ଏହି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ୨୪ ଫେବୃଆରୀ ୨୦୧୯ରେ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅନ୍ତର୍ଗତ କେନ୍ଦ୍ର ସରକାର କୃଷକଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଦିଅନ୍ତି । କୃଷକମାନଙ୍କୁ ଋଣମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ସରକାର ୩ଟି କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରନ୍ତି । ଯାହା ଅଧୀନରେ ୪ ମାସରେ କୃଷକଙ୍କ ଆକାଉଣ୍ଟକୁ ଗୋଟିଏ କିସ୍ତି ପଠାଯାଏ । ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ଦିଆଯାଏ ।