PM Kisan: ପିଏମ କିସାନ ହିତାଧିକାରୀଙ୍କ ପାଇଁ ଖରାପ ଖବର; କୃଷି ମନ୍ତ୍ରୀ କଲେ ଏପରି ଘୋଷଣା, ମୁଣ୍ଡରେ ହାତ ଦେଇ ବସିବେ ଚାଷୀ!
Advertisement

PM Kisan: ପିଏମ କିସାନ ହିତାଧିକାରୀଙ୍କ ପାଇଁ ଖରାପ ଖବର; କୃଷି ମନ୍ତ୍ରୀ କଲେ ଏପରି ଘୋଷଣା, ମୁଣ୍ଡରେ ହାତ ଦେଇ ବସିବେ ଚାଷୀ!

PM Kisan:  ଯଦି ଆପଣ ମଧ୍ୟ ପିଏମ କିସାନର ୧୩ ତମ କିସ୍ତି ପାଇଁ ଅପେକ୍ଷା କରୁଛନ୍ତି, ତେବେ ଆପଣଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା କିସ୍ତି ଆସିବାକୁ ଯାଉଛି । ଦେଶର କୋଟି କୋଟି ଚାଷୀଙ୍କୁ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ୨୦୧୯ରେ ଏହି ଯୋଜନା ଆରମ୍ଭ କରାଯାଇଥିଲା ।

PM Kisan: ପିଏମ କିସାନ ହିତାଧିକାରୀଙ୍କ ପାଇଁ ଖରାପ ଖବର; କୃଷି ମନ୍ତ୍ରୀ କଲେ ଏପରି ଘୋଷଣା, ମୁଣ୍ଡରେ ହାତ ଦେଇ ବସିବେ ଚାଷୀ!

PM Kisan Samman Nidhi Scheme: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (Pradhanmantri Kisan Samman Nidhi Yojana) ବିଷୟରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସୁଛି । କେନ୍ଦ୍ର କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) ଙ୍କ ଦ୍ୱାରା ବିଶେଷ ସୂଚନା ଦିଆଯାଇଛି । ଯଦି ଆପଣ ମଧ୍ୟ ପିଏମ କିସାନର ୧୩ ତମ କିସ୍ତି (PM Kisan 13th Installment) ପାଇଁ ଅପେକ୍ଷା କରୁଛନ୍ତି, ତେବେ ଆପଣଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା କିସ୍ତି ଆସିବାକୁ ଯାଉଛି । ଦେଶର କୋଟି କୋଟି ଚାଷୀଙ୍କୁ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ୨୦୧୯ରେ ଏହି ଯୋଜନା ଆରମ୍ଭ କରାଯାଇଥିଲା ।

ସଂସଦରେ ସୂଚନା ଦେଇ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର (Narendra Singh Tomar) କହିଛନ୍ତି ଯେ, ବର୍ତ୍ତମାନ ସରକାରଙ୍କ ତରଫରୁ ପିଏମ କିସାନ (PM Kisan) ର ରାଶି ବୃଦ୍ଧି କରିବାର କୌଣସି ଯୋଜନା ନାହିଁ । ଏହି ପରିପ୍ରେକ୍ଷୀରେ କୃଷି ମନ୍ତ୍ରୀ ଲୋକସଭାରେ ଏକ ଲିଖିତ ଉତ୍ତର ଦେଇଛନ୍ତି ଓ ସହାୟତା ପରିମାଣ ବୃଦ୍ଧି କରିବାକୁ କୌଣସି ପ୍ରସ୍ତାବ ନାହିଁ ବୋଲି କହିଛନ୍ତି । ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ,  ଜାନୁଆରୀ ୩୦ ପର୍ଯ୍ୟନ୍ତ ଚାଷୀଙ୍କୁ ୨.୨୪ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏକ ସ୍ୱତନ୍ତ୍ର ଯୋଜନା । ଏଥିରେ ୧୦୦ ପ୍ରତିଶତ ଅର୍ଥ ପୋଷଣ ହୋଇଥାଏ । ଏହା ସହିତ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସରକାର ଅନେକ ଉଦ୍ୟମ କରୁଛନ୍ତି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପିଏମ ମୋଦି (PM Modi) ହୋଲି (Holi) ପୂର୍ବରୁ ଦେଶର କୋଟି କୋଟି ଚାଷୀ (Farmers) ଙ୍କୁ ୨୦୦୦ କୋଟିର ୧୩ତମ କିସ୍ତି (PM Kisan 13th Installment) ଟ୍ରାନ୍ସଫର କରିବେ । ଅର୍ଥାତ୍ ହୋଲି ପୂର୍ବରୁ ମଧ୍ୟ କୃଷକଙ୍କ ଆକାଉଣ୍ଟରେ ଟଙ୍କା ଆସିବ, ଯାହାଫଳରେ ସେମାନେ ସେମାନଙ୍କର ପର୍ବକୁ ଭଲ ଭାବରେ ପାଳନ କରିପାରିବେ । ଏହା ସହିତ ସରକାର କହିଛନ୍ତି ଯେ ଇ-କେଇସି କରିନାହାଁନ୍ତି ସେହି ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେବ ନାହିଁ ।

ଏହିପରି ଚେକ୍ କରନ୍ତୁ ହିତାଧିକାରୀ ତାଲିକାରେ ନିଜର ନାମ

୧. ଆପଣଙ୍କର କିସ୍ତିର ସ୍ଥିତି ଦେଖିବାକୁ ଆପଣ ପ୍ରଥମେ ୱେବସାଇଟ  (https://pmkisan.gov.in/) କୁ ଯାଆନ୍ତୁ ।

୨. ଏହା ପରେ ଡାହାଣ ପାର୍ଶ୍ୱରେ ଥିବା କୃଷକ କର୍ନର (Farmers Corner) ରେ କ୍ଲିକ୍ କରନ୍ତୁ ।
୩. ବର୍ତ୍ତମାନ ହିତାଧିକାରୀ ସ୍ଥିତି ବିକଳ୍ପ (Beneficiary Status) ଉପରେ କ୍ଲିକ୍ କରନ୍ତୁ ।

୪. ବର୍ତ୍ତମାନ ଆପଣଙ୍କ ପାଖରେ ଏକ ନୂତନ ପେଜ୍ ଖୋଲିବ ।

୫. ଏଠାରେ ଆପଣ ଆପଣଙ୍କର ଆଧାର ନମ୍ବର, ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ ।

୬. ଏହା ପରେ ଆପଣ ଆପଣଙ୍କର ସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବେ ।

ଆବେଦନ ପରେ ମଧ୍ୟ ଯଦି ଆପଣ ଟଙ୍କା ପାଉନାହାଁନ୍ତି । ତେବେ ଆପଣଙ୍କ ନିକଟସ୍ଥ ଆକାଉଣ୍ଟାଣ୍ଟଏବଂ ଜିଲ୍ଲା କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଯଦି ସେଠାରୁ କିଛି ସମାଧାନ ମିଳୁନାହିଁ । ତେବେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ତରଫରୁ ଜାରି ହେଲ୍ଫଲାଇନ୍ ନମ୍ୱର (PM-Kisan Helpline 155261) କିମ୍ବା 1800115526 (ଟୋଲ୍ ଫ୍ରି)ରେ ଯୋଗାଯୋଗ କରନ୍ତୁ । ଯଦି ସେଠାରେ ମଧ୍ୟ ଆପଣଙ୍କ ସମସ୍ୟାର କୌଣସି ସମାଧାନ ହେଉନାହିଁ । ତେବେ ମନ୍ତ୍ରଣାଳୟର ଦ୍ୱିତୀୟ ନମ୍ବର (011-24300606, 011-23381092) ରେ କଥା ହୁଅନ୍ତୁ ।

ଅଧିକ ପଢ଼ନ୍ତୁ:-କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଋଷଭ ପନ୍ତ ଦେଲେ ବହୁତ ବଡ଼ ସୂଚନା

ଅଧିକ ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ଆହତ ହେଲେ ଏହି ଘାତକ ଅଲରାଉଣ୍ଡର, ନାଗପୁର ଟେଷ୍ଟରୁ ହେଲେ ବାହାର!

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି କ’ଣ?

ମୋଦି ସରକାର  (Modi Govt) ଏହି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ୨୪ ଫେବୃଆରୀ ୨୦୧୯ରେ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅନ୍ତର୍ଗତ କେନ୍ଦ୍ର ସରକାର କୃଷକଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଦିଅନ୍ତି । କୃଷକମାନଙ୍କୁ ଋଣମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ସରକାର ୩ଟି କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରନ୍ତି । ଯାହା ଅଧୀନରେ ୪ ମାସରେ କୃଷକଙ୍କ ଆକାଉଣ୍ଟକୁ ଗୋଟିଏ କିସ୍ତି ପଠାଯାଏ । ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ଦିଆଯାଏ ।