PM Kisan: ନୂଆ ବର୍ଷରେ ୧୨ କୋଟି ଚାଷୀଙ୍କୁ ମିଳିବ ଉପହାର, ପିଏମ ମୋଦି କଲେ ବଡ଼ ଘୋଷଣା!
Advertisement

PM Kisan: ନୂଆ ବର୍ଷରେ ୧୨ କୋଟି ଚାଷୀଙ୍କୁ ମିଳିବ ଉପହାର, ପିଏମ ମୋଦି କଲେ ବଡ଼ ଘୋଷଣା!

PM Kisan Samman Nidhi Scheme: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ୨୪ ଫେବୃଆରୀ ୨୦୧୯ରେ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅନ୍ତର୍ଗତ କେନ୍ଦ୍ର ସରକାର କୃଷକଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଦିଅନ୍ତି । କୃଷକମାନଙ୍କୁ ଋଣମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ସରକାର ୩ଟି କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରନ୍ତି । ଯାହା ଅଧୀନରେ ୪ ମାସରେ କୃଷକଙ୍କ ଆକାଉଣ୍ଟକୁ ଗୋଟିଏ କିସ୍ତି ପଠାଯାଏ । 

PM Kisan: ନୂଆ ବର୍ଷରେ ୧୨ କୋଟି ଚାଷୀଙ୍କୁ ମିଳିବ ଉପହାର, ପିଏମ ମୋଦି କଲେ ବଡ଼ ଘୋଷଣା!

PM Kisan Samman Nidhi Scheme Latest Updates: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ବଡ଼ ଖବର ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ନୂଆ ବର୍ଷରେ ୧୨ କୋଟି ଚାଷୀ (Farmers) ଙ୍କୁ ଏକ ବଡ଼ ଉପହାର ପ୍ରଦାନ କରିବେ । ପିଏମ କିସାନ ସମ୍ମାନ ନିଧି ଯୋଜନାର ୧୩ ତମ କିସ୍ତି (PM Kisan Samman Nidhi Scheme 13th Installment) କୁ ଚାଷୀ ମାନେ ଉତ୍ସାହର ସହିତ ଅପେକ୍ଷା କରିବସିଛନ୍ତି । ଏହି ସମୟରେ ତାରିଖ ଘୋଷଣା କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି (PM Modi) କହିଛନ୍ତି ଯେ, ଜାନୁଆରୀ ମାସରେ ହିଁ କୋଟି କୋଟି ଲୋକଙ୍କ ଖାତାରେ ୨୦୦୦ ଟଙ୍କାର ୧୩ତମ କିସ୍ତି ଟ୍ରାନ୍ସଫର ହେବ ।

ସୂଚନା ପ୍ରଦାନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଏହି ଟଙ୍କା ଜାନୁୟାରୀ ୨୬ ପର୍ଯ୍ୟନ୍ତ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇପାରେ । ବର୍ତ୍ତମାନ ତାରିଖ ସ୍ଥିର ହୋଇନାହିଁ, କିନ୍ତୁ ଜାନୁଆରୀ ମାସରେ କୃଷକମାନେ ଏହି ଅର୍ଥର ଲାଭ ପାଇବେ ବୋଲି ଆଶା କରାଯାଉଛି । ଅନ୍ୟପଟେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ପିଏମ କିସାନ (PM Kisan) ର ୧୨ତମ କିସ୍ତି ଟଙ୍କା ଟ୍ରାନ୍ସଫର କରିସାରିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ୮.୪୨ କୋଟିରୁ ଅଧିକ ଚାଷୀ ୧୨ତମ କିସ୍ତିର ଲାଭ ପାଇଛନ୍ତି । ବର୍ତ୍ତମାନ ଦେଶରେ ୧୨ କୋଟିରୁ ଅଧିକ ଚାଷୀ ଏହି ସରକାରୀ ଯୋଜନାର ଲାଭ ନେଉଛନ୍ତି ।

ଏହିପରି ଚେକ୍ କରନ୍ତୁ ହିତାଧିକାରୀ ତାଲିକାରେ ନିଜର ନାମ

୧. ଆପଣଙ୍କର କିସ୍ତିର ସ୍ଥିତି ଦେଖିବାକୁ ଆପଣ ପ୍ରଥମେ ୱେବସାଇଟ  (https://pmkisan.gov.in/) କୁ ଯାଆନ୍ତୁ ।

୨. ଏହା ପରେ ଡାହାଣ ପାର୍ଶ୍ୱରେ ଥିବା କୃଷକ କର୍ନର (Farmers Corner) ରେ କ୍ଲିକ୍ କରନ୍ତୁ ।

୩. ବର୍ତ୍ତମାନ ହିତାଧିକାରୀ ସ୍ଥିତି ବିକଳ୍ପ (Beneficiary Status) ଉପରେ କ୍ଲିକ୍ କରନ୍ତୁ ।

୪. ବର୍ତ୍ତମାନ ଆପଣଙ୍କ ପାଖରେ ଏକ ନୂତନ ପେଜ୍ ଖୋଲିବ ।

୫. ଏଠାରେ ଆପଣ ଆପଣଙ୍କର ଆଧାର ନମ୍ବର, ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ ।

୬. ଏହା ପରେ ଆପଣ ଆପଣଙ୍କର ସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବେ ।

ଆବେଦନ ପରେ ମଧ୍ୟ ଯଦି ଆପଣ ଟଙ୍କା ପାଉନାହାଁନ୍ତି । ତେବେ ଆପଣଙ୍କ ନିକଟସ୍ଥ ଆକାଉଣ୍ଟାଣ୍ଟଏବଂ ଜିଲ୍ଲା କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଯଦି ସେଠାରୁ କିଛି ସମାଧାନ ମିଳୁନାହିଁ । ତେବେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ତରଫରୁ ଜାରି ହେଲ୍ଫଲାଇନ୍ ନମ୍ୱର (PM-Kisan Helpline 155261) କିମ୍ବା 1800115526 (ଟୋଲ୍ ଫ୍ରି)ରେ ଯୋଗାଯୋଗ କରନ୍ତୁ । ଯଦି ସେଠାରେ ମଧ୍ୟ ଆପଣଙ୍କ ସମସ୍ୟାର କୌଣସି ସମାଧାନ ହେଉନାହିଁ । ତେବେ ମନ୍ତ୍ରଣାଳୟର ଦ୍ୱିତୀୟ ନମ୍ବର (011-24300606, 011-23381092) ରେ କଥା ହୁଅନ୍ତୁ ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରେ ରାଜନୀତିର ଶିକାର ହେଲେ ଏହି ୩ ଖେଳାଳି! 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ମିଳିବା ସତ୍ତ୍ୱେ ପରବର୍ତ୍ତୀ ମ୍ୟାଚରୁ କଟିଲା ପତା

ଅଧିକ ପଢ଼ନ୍ତୁ:-ଚୟନକର୍ତ୍ତାଙ୍କ ଗୋଟିଏ ନିଷ୍ପତ୍ତି ଶେଷ କରିଦେଲା ଏହି ଖେଳାଳିଙ୍କ T20 କ୍ୟାରିୟର! ଏଣିକି ଦଳରେ ସ୍ଥାନ ମିଳିବା କଷ୍ଟକର

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି କ’ଣ?

ମୋଦି ସରକାର  (Modi Govt) ଏହି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ୨୪ ଫେବୃଆରୀ ୨୦୧୯ରେ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅନ୍ତର୍ଗତ କେନ୍ଦ୍ର ସରକାର କୃଷକଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଦିଅନ୍ତି । କୃଷକମାନଙ୍କୁ ଋଣମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ସରକାର ୩ଟି କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରନ୍ତି । ଯାହା ଅଧୀନରେ ୪ ମାସରେ କୃଷକଙ୍କ ଆକାଉଣ୍ଟକୁ ଗୋଟିଏ କିସ୍ତି ପଠାଯାଏ । ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ଦିଆଯାଏ ।