PM Kisan Scheme: ପିଏମ କିସାନର ୧୩ତମ କିସ୍ତି ଆସିବା ପୂର୍ବରୁ ସରକାର କଲେ ଏପରି ଘୋଷଣା, ଜାଣି ଖୁସିରେ ନାଚି ଉଠିବେ ୧୪ କୋଟି ଚାଷୀ!
Advertisement

PM Kisan Scheme: ପିଏମ କିସାନର ୧୩ତମ କିସ୍ତି ଆସିବା ପୂର୍ବରୁ ସରକାର କଲେ ଏପରି ଘୋଷଣା, ଜାଣି ଖୁସିରେ ନାଚି ଉଠିବେ ୧୪ କୋଟି ଚାଷୀ!

PM Kisan Scheme 13th Installment​: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଓ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ ଉଦ୍ୟମ କରୁଛନ୍ତି । ନିକଟ ଅତୀତରେ ସରକାର ଦେଶର ବଜେଟ୍ ଉପସ୍ଥାପନ କରିଛନ୍ତି । 

PM Kisan Scheme: ପିଏମ କିସାନର ୧୩ତମ କିସ୍ତି ଆସିବା ପୂର୍ବରୁ ସରକାର କଲେ ଏପରି ଘୋଷଣା, ଜାଣି ଖୁସିରେ ନାଚି ଉଠିବେ ୧୪ କୋଟି ଚାଷୀ!

PM Kisan Samman Nidhi Scheme: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ବଡ଼ ଖବର ଅଛି । ଯଦି ଆପଣ ମଧ୍ୟ ପିଏମ କିସାନ ସମ୍ମାନ ନିଧିର ୧୩ ତମ କିସ୍ତି (PM Kisan Scheme 13th Installment Date 2023) ପାଇଁ ଅପେକ୍ଷା କରୁଛନ୍ତି, ତେବେ କେନ୍ଦ୍ରର ମୋଦି ସରକାର (Modi Government) ଏକ ବଡ଼ ଘୋଷଣା କରିଛନ୍ତି । ଯାହା ପରେ ଦେଶର ୧୪ କୋଟି ଚାଷୀ (Farmers) ଙ୍କୁ ଲାଭ ମିଳିବ । କୃଷକଙ୍କ ଆୟ ବୃଦ୍ଧି ପାଇଁ କେନ୍ଦ୍ର ସରକାର  (Central Government) ବିଭିନ୍ନ ଯୋଜନା ଚଳାଉଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଓ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ ଉଦ୍ୟମ କରୁଛନ୍ତି । ନିକଟ ଅତୀତରେ ସରକାର ଦେଶର ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥର ବଜେଟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ୨.୨ ଲକ୍ଷ କୋଟି ଟଙ୍କା ନିବେଶ ଘୋଷଣା କରାଯାଇଛି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପିଏମ କିସାନ ଯୋଜନା (PM Kisan Scheme) ଅଧୀନରେ କୃଷକମାନେ ଏକ ବଡ଼ ରିହାତି ପାଇବେ । ଅଧିକ ପାଣ୍ଠି ଥିଲେ ଅଧିକ ଯୋଗ୍ୟ କୃଷକ ଲାଭ ପାଇବେ । ପ୍ରଧାନମନ୍ତ୍ରୀ କିସାନ ଯୋଜନାର ଲାଭ ଉଠାଉଥିବା କୃଷକଙ୍କ ସଂଖ୍ୟା ସାରା ଦେଶରେ ବୃଦ୍ଧି ପାଇବ ।

ଏହା ସହିତ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Scheme) ର ୧୩ ତମ କିସ୍ତି ଏହି ମାସରେ ରିଲିଜ୍ ହୋଇପାରେ । ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ, କିନ୍ତୁ ହୋଲି ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ଟଙ୍କା କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ଆସିବ ବୋଲି ମନେ କରାଯାଉଛି ।

ସରକାର ଦେଇଥିବା ସୂଚନା ଅନୁଯାୟୀ, ଯେଉଁ କୃଷକମାନେ ଇ-କେୱାଇସି କରିନାହାଁନ୍ତି । ସେମାନେ ୧୩ ତମ କିସ୍ତି ପାଇଁ ଟଙ୍କା ପାଇବେ ନାହିଁ । ଯଦି ଆପଣଙ୍କର KYC ଏପର୍ଯ୍ୟନ୍ତ ହୋଇନାହିଁ, ତେବେ ଆଜି ହିଁ ଏହାକୁ ଶେଷ କରିନିଅନ୍ତୁ, ଯେଉଁଥିପାଇଁ ଆପଣ ମଧ୍ୟ ଟଙ୍କା ପାଇବେ ।

ଏହିପରି ଚେକ୍ କରନ୍ତୁ ହିତାଧିକାରୀ ତାଲିକାରେ ନିଜର ନାମ

୧. ଆପଣଙ୍କର କିସ୍ତିର ସ୍ଥିତି ଦେଖିବାକୁ ଆପଣ ପ୍ରଥମେ ୱେବସାଇଟ  (https://pmkisan.gov.in/) କୁ ଯାଆନ୍ତୁ ।

୨. ଏହା ପରେ ଡାହାଣ ପାର୍ଶ୍ୱରେ ଥିବା କୃଷକ କର୍ନର (Farmers Corner) ରେ କ୍ଲିକ୍ କରନ୍ତୁ ।
୩. ବର୍ତ୍ତମାନ ହିତାଧିକାରୀ ସ୍ଥିତି ବିକଳ୍ପ (Beneficiary Status) ଉପରେ କ୍ଲିକ୍ କରନ୍ତୁ ।

୪. ବର୍ତ୍ତମାନ ଆପଣଙ୍କ ପାଖରେ ଏକ ନୂତନ ପେଜ୍ ଖୋଲିବ ।

୫. ଏଠାରେ ଆପଣ ଆପଣଙ୍କର ଆଧାର ନମ୍ବର, ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ ।

୬. ଏହା ପରେ ଆପଣ ଆପଣଙ୍କର ସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବେ ।

ଆବେଦନ ପରେ ମଧ୍ୟ ଯଦି ଆପଣ ଟଙ୍କା ପାଉନାହାଁନ୍ତି । ତେବେ ଆପଣଙ୍କ ନିକଟସ୍ଥ ଆକାଉଣ୍ଟାଣ୍ଟଏବଂ ଜିଲ୍ଲା କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଯଦି ସେଠାରୁ କିଛି ସମାଧାନ ମିଳୁନାହିଁ । ତେବେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ତରଫରୁ ଜାରି ହେଲ୍ଫଲାଇନ୍ ନମ୍ୱର (PM-Kisan Helpline 155261) କିମ୍ବା 1800115526 (ଟୋଲ୍ ଫ୍ରି)ରେ ଯୋଗାଯୋଗ କରନ୍ତୁ । ଯଦି ସେଠାରେ ମଧ୍ୟ ଆପଣଙ୍କ ସମସ୍ୟାର କୌଣସି ସମାଧାନ ହେଉନାହିଁ । ତେବେ ମନ୍ତ୍ରଣାଳୟର ଦ୍ୱିତୀୟ ନମ୍ବର (011-24300606, 011-23381092) ରେ କଥା ହୁଅନ୍ତୁ ।

ଅଧିକ ପଢ଼ନ୍ତୁ:-ଭୀଷଣ ସଡ଼କ ଦୁର୍ଘଟଣା: ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୧୭ ମୃତ

ଅଧିକ ପଢ଼ନ୍ତୁ:-ଜିଓର ଦମଦାର୍ ପ୍ଲାନ୍: ମାତ୍ର ୧୪୧ ଟଙ୍କାରେ ୩ ମାସ ପାଇଁ ହୁଅନ୍ତୁ କଥା, ମିଳିବ ଇଣ୍ଟରନେଟ୍ ଡାଟା, SMS ଏବଂ ଅସୀମିତ କଲ୍

ଅଧିକ ପଢ଼ନ୍ତୁ:-ଏହି ୫ଟି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଭୁଲ୍ ବି ଖାଆନ୍ତୁନି ବାଇଗଣ, ନଚେତ୍ ଭୋଗିବେ ଏସବୁ ସମସ୍ୟା!

 

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି କ’ଣ?

ମୋଦି ସରକାର  (Modi Govt) ଏହି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ୨୪ ଫେବୃଆରୀ ୨୦୧୯ରେ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅନ୍ତର୍ଗତ କେନ୍ଦ୍ର ସରକାର କୃଷକଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଦିଅନ୍ତି । କୃଷକମାନଙ୍କୁ ଋଣମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ସରକାର ୩ଟି କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରନ୍ତି । ଯାହା ଅଧୀନରେ ୪ ମାସରେ କୃଷକଙ୍କ ଆକାଉଣ୍ଟକୁ ଗୋଟିଏ କିସ୍ତି ପଠାଯାଏ । ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ଦିଆଯାଏ ।