PM Kisan Yojana: ଆକାଉଣ୍ଟରେ ପହଞ୍ଚି ନାହିଁ କି ପିଏମ୍ କିସାନର ୧୫ ତମ କିସ୍ତି? ଏଠାରେ କରନ୍ତୁ ଯୋଗାଯୋଗ, ପାଇଯିବେ ଟଙ୍କା
Advertisement
Article Detail0/zeeodisha/odisha1991873

PM Kisan Yojana: ଆକାଉଣ୍ଟରେ ପହଞ୍ଚି ନାହିଁ କି ପିଏମ୍ କିସାନର ୧୫ ତମ କିସ୍ତି? ଏଠାରେ କରନ୍ତୁ ଯୋଗାଯୋଗ, ପାଇଯିବେ ଟଙ୍କା

PM Kisan Yojana:  ନଭେମ୍ବର ୧୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ କିସାନ ସାମନ ନିଧି ଯୋଜନା ଅଧୀନରେ ୧୫ ତମ କିସ୍ତି ଟଙ୍କା (pm kisan samman nidhi 15th installment) ଚାଷୀଙ୍କ ଆକାଇଣ୍ଟକୁ ପଠେଇଛନ୍ତି। କିନ୍ତୁ କିଛି ଯୋଗ୍ୟ ଚାଷୀଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ପହଞ୍ଚି ନଥିବା ଜଣାପଡିଛି। 

PM Kisan Yojana: ଆକାଉଣ୍ଟରେ ପହଞ୍ଚି ନାହିଁ କି ପିଏମ୍ କିସାନର ୧୫ ତମ କିସ୍ତି? ଏଠାରେ କରନ୍ତୁ ଯୋଗାଯୋଗ, ପାଇଯିବେ ଟଙ୍କା

PM Kisan Yojana: ପିଏମ କିସାନ୍ ଯୋଜନା (PM Kisan Yojana)ରେ ପ୍ରତି ବର୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇ ଥାଆନ୍ତି କେନ୍ଦ୍ର ସରକାର (Government of India)।  ଏହି ଯୋଜନାରେ ବର୍ଷକୁ ଚାଷୀଙ୍କ ଆକାଉଣ୍ଟକୁ ୬ ହଜାର ଟଙ୍କା ପଠାଇ ଥାଆନ୍ତି ସରକାର। ବର୍ତ୍ତମାନ ୧୫ ତମ କିସ୍ତି ମଧ୍ୟ ଚାଷୀଙ୍କୁ ମିଳିସାରିଛି। ନଭେମ୍ବର ୧୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ କିସାନ ସାମନ ନିଧି ଯୋଜନା ଅଧୀନରେ ୧୫ ତମ କିସ୍ତି ଟଙ୍କା (pm kisan samman nidhi 15th installment) ଚାଷୀଙ୍କ ଆକାଇଣ୍ଟକୁ ପଠେଇଛନ୍ତି। କିନ୍ତୁ କିଛି ଯୋଗ୍ୟ ଚାଷୀଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ପହଞ୍ଚି ନଥିବା ଜଣାପଡିଛି। 

Also Read: Pushpa 2: ସୁଟିଂ ସେଟରେ ଆହତ ହେଲେ ଅଲ୍ଲୁ ଅର୍ଜୁନ୍ , ଘୁଞ୍ଚିବ କି ରିଲିଜ୍ ଡେଟ୍ ?

ତେବେ, ଚାଷୀଙ୍କ ଆକାଉଣ୍ଟରେ କିସ୍ତି ଟଙ୍କା ନ ପହଞ୍ଚିବାର ଅନେକ ଗୁଡିଏ କାରଣ ରହିଛି । ଯେପରିକି ଆଧାର କାର୍ଡ -ଆକାଉଣ୍ଟ ସହିତ ଲିଙ୍କ୍ ହୋଇ ନ ଥିବ , ଇ-କେଓ୍ବାସି(e-KYC) ଠିକ୍ ଭାବରେ ଭରା ହୋଇ ନଥିବ। ଯଦି ହିତାଧିକାରୀମାନେ ଏହି ସବୁ ତ୍ରୃଟି ଥିବେ ତେବେ, ଆକାଉଣ୍ଟକୁ ୧୫ ତମ କିସ୍ତି ଟଙ୍କା ଆସି ପାରିବ ନାହିଁ।  କିନ୍ତୁ, ଯଦି ଆପଣ ଏହି ସମସ୍ତ କାର୍ଯ୍ୟ ସମାପ୍ତ କରିସାରିଛନ୍ତି ଏବଂ ଏହା ପରେ ମଧ୍ୟ କିସ୍ତି ଆପଣଙ୍କ ଆକାଉଣ୍ଟରେ ପହଞ୍ଚି ନାହିଁ। ତେବେ ଆପଣ ଆପଣଙ୍କର ଅଭିଯୋଗ ଦାଖଲ କରିପାରିବେ। ଅଭିଯୋଗ ପରେ ପରବର୍ତ୍ତୀ କିସ୍ତିରେ ଆପଣଙ୍କ ୧୫ ତମ କିସ୍ତି ଟଙ୍କା ଆକାଉଣ୍ଟରେ ପହଞ୍ଚି ଯିବ। 

ଏଠାରେ ଯୋଗାଯୋଗ କରନ୍ତୁ 
ଯଦି ଆପଣ  ପିଏମ କିସାନ୍ ଯୋଜନାରେ ଆବେଦନ ପ୍ରକ୍ରିୟା ସବୁକିଛି ସଠିକ୍ ଅଛି । ଏହା ପରେ ମଧ୍ୟ ଆପଣଙ୍କର କିସ୍ତି ଆସୁନାହିଁ, ତେବେ ଆପଣ ଅଫିସିଆଲ୍ ଇମେଲ୍ ID pmkisan-ict@gov.inରେ ଯୋଗାଯୋଗ କରିପାରିବେ ।  ଏହା ବ୍ୟତୀତ କୃଷକମାନେ (PM Kisan Yojana) ପିଏମ କିସାନ୍ ଯୋଜନା ହେଲ୍ପଲାଇନ ନମ୍ବର ୧୫୫୨୬୧ କିମ୍ବା ୧୮୦୦୧୧୫୫୨୬ କିମ୍ବା ୦୧୧-୨୩୩୮୧୦୯୨ ସହିତ ଯୋଗାଯୋଗ କରିପାରିବେ। ଯାହା ଦ୍ବାରା ଆପଣଙ୍କର ଅଟକି ଥିବା ଟଙ୍କା ଆପଣଙ୍କୁ ସହଜରେ ମିଳିପାରିବ।