ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନ ଘୋଷଣା, ୬୩,୦୦୦ ଗ୍ରାମକୁ ସାମିଲ କରିବା ଲକ୍ଷ୍ୟ
Advertisement
Article Detail0/zeeodisha/odisha2351361

ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନ ଘୋଷଣା, ୬୩,୦୦୦ ଗ୍ରାମକୁ ସାମିଲ କରିବା ଲକ୍ଷ୍ୟ

୨୦୧୩-୧୪ ରୁ ଡିଏପିଏସଟି ପାଣ୍ଠି ଆବଣ୍ଟନ ୫.୮ ଗୁଣ ବୃଦ୍ଧି ପାଇ ୨୧,୫୨୫.୩୬ କୋଟି ଟଙ୍କା (ବାସ୍ତବ ବ୍ୟୟ) ରୁ ୨୦୨୪-୨୫ ରେ ୧,୨୪,୯୦୮.୦୦ କୋଟି ଟଙ୍କାରେ ପହଞ୍ଚିଛି । ଜନଜାତି ବ୍ୟାପାର ମନ୍ତ୍ରଣାଳୟର ବଜେଟ୍ ବ୍ୟୟବରାଦ ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୭୩.୬୦% ବୃଦ୍ଧି ପାଇ ପ୍ରାୟ ୧୩, ୦୦୦ କୋଟି ଟଙ୍କାରେ ପହଞ୍ଚିଛି ।

ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନ ଘୋଷଣା, ୬୩,୦୦୦ ଗ୍ରାମକୁ ସାମିଲ କରିବା ଲକ୍ଷ୍ୟ

ଭୁବନେଶ୍ୱର : କେନ୍ଦ୍ର ବଜେଟ ୨୦୨୪-୨୫ରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପାଇଁ ମୋଟ ବ୍ୟୟ ଅଟକଳ ପ୍ରାୟ ୧୩,୦୦୦ କୋଟି ଟଙ୍କା ରହିଛି, ଯାହା ପୂର୍ବ ବର୍ଷର ସଂଶୋଧିତ ଆକଳନ (ଆରଇ) ତୁଳନାରେ ୭୩.୬୦% ଅଧିକ।

ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନ
ବଜେଟରେ ଏକ ଐତିହାସିକ ଘୋଷଣା କରି କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଦିବାସୀ ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନ ଆରମ୍ଭ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଗ୍ରାମ ଓ ଆକାଂକ୍ଷୀ ଜିଲ୍ଲାମାନଙ୍କରେ ଆଦିବାସୀ ବହୁଳ ୬୩,୦୦୦ ଗ୍ରାମକୁ ଅନ୍ତର୍ଭୁକ୍ତ କରିବା ଏବଂ ୫ କୋଟି ଆଦିବାସୀ ଲୋକଙ୍କୁ ଉପକୃତ କରିବା ଏହି ପଦକ୍ଷେପର ଲକ୍ଷ୍ୟ ।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନର ଘୋଷଣା ପାଇଁ ଆମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜଣାଉଛୁ । ସମଗ୍ର ଭାରତରେ ଆଦିବାସୀ ସମ୍ପ୍ରଦାୟର ଉନ୍ନତି ପାଇଁ ସମନ୍ବିତ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ ଏବଂ ଅର୍ଥନୈତିକ ସୁଯୋଗ ସୃଷ୍ଟି ଦିଗରେ ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ ଏହି ପଦକ୍ଷେପ।

ଆଦିବାସୀ ବିକାଶ ପାଇଁ ବର୍ଦ୍ଧିତ ଆବଣ୍ଟନ
ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଅନୁସୂଚିତ ଜନଜାତିଙ୍କ ବିକାଶ ପାଇଁ କାର୍ଯ୍ୟକ୍ରମର ସାମଗ୍ରିକ ନୀତି, ଯୋଜନା ଏବଂ ସମନ୍ୱୟ ନିମନ୍ତେ ନୋଡାଲ ମନ୍ତ୍ରଣାଳୟ ଭାବରେ କାର୍ଯ୍ୟ କରେ । ଏହାର କାର୍ଯ୍ୟକ୍ରମ ଏବଂ ଯୋଜନାଗୁଡିକ ଆର୍ଥିକ ସହାୟତା ପ୍ରଦାନ କରି ଏବଂ ଅନୁସୂଚିତ ଜନଜାତିଙ୍କ ଆବଶ୍ୟକତା ଆଧାରରେ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ଦୂର କରି ଅନ୍ୟ କେନ୍ଦ୍ର ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର ପ୍ରୟାସକୁ ସମର୍ଥନ ଏବଂ ପରିପୂରକ କରିଥାଏ । ଏହି ଲକ୍ଷ୍ୟ ପୂରଣ ପାଇଁ ମନ୍ତ୍ରଣାଳୟ ପାଇଁ ବଜେଟ୍ ଆବଣ୍ଟନ ୨୦୧୪-୧୫ରେ ୪,୪୯୭.୯୬ କୋଟି ଟଙ୍କା ଥିବାବେଳେ ୨୦୨୪-୨୫ରେ ଏହା ୧୩,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା କି ପ୍ରାୟ ୧୮୯.୦୨% ବୃଦ୍ଧି ।

ଅନୁସୂଚିତ ଜନଜାତିଙ୍କ ପାଇଁ ଉନ୍ନୟନ କାର୍ଯ୍ୟ ଯୋଜନା (ଡିଏପିଏସଟି) ନାମରେ ପରିଚିତ ଆଦିବାସୀ ଉପଯୋଜନା (ଟିଏସପି) ଅଧୀନରେ ୪୨ଟି ମନ୍ତ୍ରଣାଳୟ/ବିଭାଗ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ, ସଡ଼କ, ଗୃହ ନିର୍ମାଣ, ବିଦ୍ୟୁତୀକରଣ, ନିଯୁକ୍ତି ସୃଷ୍ଟି ଏବଂ ଦକ୍ଷତା ବିକାଶ ଭଳି କ୍ଷେତ୍ରରେ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପାଇଁ ପ୍ରତିବର୍ଷ ସେମାନଙ୍କ ମୋଟ ଯୋଜନା ଆବଣ୍ଟନର ୪.୩ ରୁ ୧୭.୫ ପ୍ରତିଶତ ପର୍ଯ୍ୟନ୍ତ ପାଣ୍ଠି ଆବଣ୍ଟନ କରନ୍ତି । ଡିଏପିଏସଟି ପାଣ୍ଠି ଆବଣ୍ଟନ ୨୦୧୩-୧୪ ରେ ୨୧,୫୨୫.୩୬ କୋଟି ଟଙ୍କା (ବାସ୍ତବ ବ୍ୟୟ) ଥିବା ବେଳେ ୨୦୨୪-୨୫ରେ ଏହା ୧,୨୪,୯୦୮.୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ଅନୁସୂଚିତ ଜନଜାତିମାନଙ୍କୁ ଦେଶର ଅନ୍ୟ ସମ୍ପ୍ରଦାୟ ସହ ସମକକ୍ଷ କରିବା ଲକ୍ଷ୍ୟ ରଖି ସେମାନଙ୍କ ସାମଗ୍ରିକ ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ୨୦୨୪-୨୫ ପାଇଁ ଯୋଜନା ଅନୁଯାୟୀ ଆବଣ୍ଟନ ନିମ୍ନ ପ୍ରକାରେ ରହିଛି:
କେନ୍ଦ୍ରୀୟ କ୍ଷେତ୍ରର ଯୋଜନା ।

Also Read- IIT ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବି ଛେଳି ଚରାଉଛନ୍ତି ଛାତ୍ରୀ, ଜାଣନ୍ତୁ କାରଣ