ବେକାରୀ ଭତ୍ତା ଦେବାକୁ ସରକାର ନେଲେ ନିଷ୍ପତ୍ତି! ପ୍ରତି ମାସକୁ ମିଳିବ ୬୦୦୦ ଟଙ୍କା, ଜାଣନ୍ତୁ କ'ଣ ରହିଛି ପୂରା ଖବର?
Advertisement

ବେକାରୀ ଭତ୍ତା ଦେବାକୁ ସରକାର ନେଲେ ନିଷ୍ପତ୍ତି! ପ୍ରତି ମାସକୁ ମିଳିବ ୬୦୦୦ ଟଙ୍କା, ଜାଣନ୍ତୁ କ'ଣ ରହିଛି ପୂରା ଖବର?

PIB Fact Check On Unemployment Allowance: ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନା ମହିଳାଙ୍କ ଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସମସ୍ତଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦେଉଛନ୍ତି । ଏହି ସମସ୍ତ ଯୋଜନା ମଧ୍ୟରେ କେନ୍ଦ୍ର ସରକାର ବେକାର ଯୁବକମାନଙ୍କୁ ପ୍ରତି ମାସରେ ୬୦୦୦ ଟଙ୍କା ଆର୍ଥିକ ସହାୟତା ଦେଉଛନ୍ତି ବୋଲି ଏକ ମେସେଜରେ ଦାବି କରାଯାଉଛି । ଆପଣ ମଧ୍ୟ ଏହି ଭତ୍ତାର ଲାଭ ଉଠାଇବାକୁ ଚାହୁଁଛନ୍ତି କି ... ତେବେ ଜାଣନ୍ତୁ ସରକାର ପ୍ରକୃତରେ ଏହି ଟଙ୍କା ଦେଉଛନ୍ତି କି?

ବେକାରୀ ଭତ୍ତା ଦେବାକୁ ସରକାର ନେଲେ ନିଷ୍ପତ୍ତି! ପ୍ରତି ମାସକୁ ମିଳିବ ୬୦୦୦ ଟଙ୍କା, ଜାଣନ୍ତୁ କ'ଣ ରହିଛି ପୂରା ଖବର?

PIB Fact Check On Unemployment Allowance: କେନ୍ଦ୍ର Central Government) ଓ ରାଜ୍ୟ ସରକାର (State Government) ଙ୍କ ଦ୍ୱାରା ଅନେକ ପ୍ରକାରର ଯୋଜନା (Government Scheme) ଚାଲିଛି । ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନା ମହିଳାଙ୍କ ଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସମସ୍ତଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦେଉଛନ୍ତି । ଏହି ସମସ୍ତ ଯୋଜନା ମଧ୍ୟରେ କେନ୍ଦ୍ର ସରକାର ବେକାର ଯୁବକମାନଙ୍କୁ ପ୍ରତି ମାସରେ ୬୦୦୦ ଟଙ୍କା ଆର୍ଥିକ ସହାୟତା ଦେଉଛନ୍ତି ବୋଲି ଏକ ମେସେଜରେ ଦାବି କରାଯାଉଛି । ଆପଣ ମଧ୍ୟ ଏହି ଭତ୍ତା (PM Berojgari Bhatta Yojana) ର ଲାଭ ଉଠାଇବାକୁ ଚାହୁଁଛନ୍ତି କି ... ତେବେ ଜାଣନ୍ତୁ ସରକାର ପ୍ରକୃତରେ ଏହି ଟଙ୍କା ଦେଉଛନ୍ତି କି?

ଆଜିକାଲି ସୋସିଆଲ ମିଡିଆରେ ଅନେକ ମେସେଜ ଭାଇରାଲ ହେବାରେ ଲାଗିଛି । ସରକାର ବେରୋଜଗାରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ବୋଲି ଏକ ମେସେଜରେ ଦାବି କରାଯାଇଛି । ଏହି ପୋଷ୍ଟ ଦେଖିବା ପରେ PIB ଏହାର ସତ୍ୟତା ଜାଣିବା ପାଇଁ ଏକ ଫ୍ୟାକ୍ଟ ଚେକ୍ (PIB Fact Check) କରିଛି । ଏକ ଭାଇରାଲ୍ ହ୍ୱାଟସ୍ ଆପ୍ ମେସେଜରେ ଦାବି କରାଯାଇଛି ଯେ ସରକାର ପ୍ରଧାନମନ୍ତ୍ରୀ ବେରୋଜଗରୀ ଭତ୍ତା ଯୋଜନା (PM Berojgari Bhatta Yojana) ଅଧୀନରେ ବେରୋଜଗାର ଯୁବକମାନ (Unemployment Youth) ଙ୍କୁ ପ୍ରତି ମାସରେ ୬,୦୦୦ ଭତ୍ତା ଦେଉଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ଏହି ଭାଇରାଲ ହେଉଥିବା ମେସେଜଟି ମିଛ ଅଟେ । କେନ୍ଦ୍ର
ସରକାର ସେପରି କୌଣସି ଯୋଜନା ଚଳାଉ ନାହାଁନ୍ତି । ଦୟାକରି ଏହିପରି ମେସେଜ ଆଗକୁ ଫରୱାଡ କରନ୍ତୁ ନାହିଁ । କେନ୍ଦ୍ର ସରକାର (Central Govt) ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି ମେସେଜ କାହା ସହ ସେୟାର କରିବା ଉଚିତ ନୁହେଁ । ଏହା ସହିତ ଯଦି ଆପଣ ସରକାରଙ୍କ ସହ ଜଡିତ କୌଣସି ଯୋଜନା ବିଷୟରେ ସୂଚନା ପାଇବାକୁ ଚାହୁଁଛନ୍ତି, ତେବେ ଆପଣ କେବଳ ଅଫିସିଆଲ୍ ୱେବସାଇଟରେ ଯୋଗାଯୋଗ କରିବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ:-ଜିଓ ଆଣିଲା ନୂଆ ପ୍ଲାନ୍! ୧୫୨ ରିଚାର୍ଜରେ ପୂରା ମାସ ପାଇଁ ମିଳିବ ଅସୀମିତ କଲିଂ, ଡାଟା

ଅଧିକ ପଢ଼ନ୍ତୁ:-୬୧୭ ବର୍ଷ ପରେ ଏକାସାଙ୍ଗରେ ସୃଷ୍ଟି ହେଉଛି ୪ ରାଜଯୋଗ, ଏହି ୪ଟି ରାଶିର ଲୋକଙ୍କ ଆକସ୍ମିକ ଧନ ଲାଭ ସହ ଭାଗ୍ୟୋଦୟର ପ୍ରବଳ ଯୋଗ

ଅଧିକ ପଢ଼ନ୍ତୁ:-ଶୋଏବ ଅଖତରଙ୍କ ବଡ଼ ଖୁଲାସା, କହିଲେ-ମୋତେ ବଲିଉଡ ଫିଲ୍ମର ଆସିଥିଲା ଅଫର୍, ମିଳିଥିଲା ହିରୋର ରୋଲ୍

 

କେନ୍ଦ୍ର ସରକାର ଏହା କହିଛନ୍ତି ଯେ, ଏଭଳି ମିଥ୍ୟା ଖବରଠାରୁ ଦୂରରେ ରୁହନ୍ତୁ ଓ ଏହି ଖବର କାହା ସହିତ ସେୟାର କରନ୍ତୁ ନାହିଁ । ବର୍ତ୍ତମାନ ଏହିପରି ଖବର ଫରୱାଡ କରନ୍ତୁ ନାହିଁ । ଯଦି ଆପଣ କୌଣସି ଭାଇରାଲ୍ ମେସେଜର ସତ୍ୟତା ଜାଣିବାକୁ ଚାହାଁନ୍ତି, ତେବେ ଆପଣ ଏହି ମୋବାଇଲ୍ ନମ୍ବର 918799711259 କିମ୍ବା socialmedia@pib.gov.in ରେ ମେଲ୍ କରିପାରିବେ ।