Advertisement
Photo Details/zeeodisha/odisha2064768
photoDetails0hindi

Srimandir Parikrama Project: ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପ ଉଦଘାଟିତ; ଦେଖନ୍ତୁ କିଛି ଝଲକ

Srimandir Parikrama Project Inaugurated Today: ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡି ହେଲା ନୂଆ ଏକ ଫର୍ଦ୍ଦ। ଜାନୁଆରୀ ୧୭ ତାରିଖ ବୁଧବାର ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

1/7

 

ଏହି ପ୍ରକଳ୍ପ ଲୋକାର୍ପିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହୋଇ ଉଠିଥିଲେ। ଗଜପତି ମହାରାଜାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି।

2/7

ଫଳକରେ ନଡ଼ିଆ ପିଟି ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ।   

3/7

ବୁଧବାର ଆୟୋଜିତ ହୋଇଥିବୈା ଏକ ଭବ୍ୟ ସମାରୋହରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। 

4/7

ପରେ ପରେ ସାଢ଼େ ଗୋଟାଏ ସମୟରୁ ଦୁଇଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନିଦିନିଆ ଯଜ୍ଞରେ ପୂର୍ଣ୍ଣାହୂତି ଦେଇଥିଲେ। 

5/7

ହୋମ ଯଜ୍ଞ ସରିବା ପରେ ଅନ୍ତଃ ପ୍ରଦକ୍ଷିଣ ପଥରେ ଅଧଘଣ୍ଟା ଧରି ଚାଲିଥିଲା ନାମ ସଂକୀର୍ତ୍ତନ ଶୋଭାଯାତ୍ରା। 

 

6/7

ସେଥିପାଇଁ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ। ଋଗ୍, ସାମ୍, ଯଜୁ ଏବଂ ଅଥର୍ବ ବେଦ ଧ୍ବନିରେ ପ୍ରକମ୍ପିତ ହେଉଥିଲା ଶ୍ରୀମନ୍ଦିର ଚତୁପାର୍ଶ୍ବ।

7/7

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ମହାଯଜ୍ଞ ଚାଲିଥିବା ବେଳେ ଶ୍ରୀମନ୍ଦିର ଐଶାନ୍ୟ କୋଣ ଯଜ୍ଞ ମଣ୍ଡପରେ ଆଚାର୍ଯ୍ୟ ବ୍ରାହ୍ମଣ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରୁଥିଲେ।