ALSO READ: Guru Gochar 2024: ବୃହସ୍ପତି ୫ରାଶିଙ୍କୁ ଦେବେ ଶୁଭଫଳ ,କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର, ବଢିବ ଆୟ !
ତୈଳ ଦର ବୃଦ୍ଧି କାଟ୍ କରିବାକୁ ବହୁବାର ଦାବି ହୋଇଥିଲେ ମଧ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉ ନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୯୪.୭୨ ରହିଥିବା ବେଳେ ଡିଜେଲ (୧ ଲିଟର) ୮୭.୬୨ ରହିଛି। ସେହିପରି ଗ୍ରେଟର ମୁମ୍ବାଇରେ ପେଟ୍ରୋଲ୍ ଦର ଲିଟର ପିଛା ୧୦୩ ଟଙ୍କା ୬୨ ପଇସା ରହିଥିବା ବେଳେ ଡିଜେଲ୍ ରେଟ୍ ୯୦ ଟଙ୍କା ୧୭ ପଇସା ରହିଛି । ପେଟ୍ରୋଲ୍ ରେ ୧୮ ଓ ଡିଜେଲ୍ ରେ ୧୭ ପଇସା ହ୍ରାସ ପାଇଛି। ସେହିପରି, କୋଲକାତାରେ ପେଟ୍ରୋଲ ଲିଟର ୧୦୪ ଟଙ୍କା ୯୫ ପଇସା ଥିବା ବେଳେ ଡିଜେଲ୍ ଦର ୯୧ ଟଙ୍କା ୭୬ ପଇସା ରହିଛି। ସେପଟେ, ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୦ ଟଙ୍କା ୭୫ ପଇସା ରହିଥିବା ବେଳେ ଡିଜେଲ (୧ ଲିଟର) ୯୨ ଟଙ୍କା ୩୪ ପଇସା ରହିଛି।
ट्रेन्डिंग फोटोज़