BSNL Cheapest Recharge Plan: ସରକାରୀ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ନିଜର ଲକ୍ଷ ଲକ୍ଷ ଉପୋଭକ୍ତାଙ୍କ ପାଇଁ ଖୁସି ଖବର ଆଣିଛି । BSNL ଏପରି ଏକ ନୂଆ ରିଚାର୍ଜ ପ୍ଲାନ ଆଣିଛି ଯାହା ସମସ୍ତଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ୯୦ ଦିନ ପର୍ଯ୍ୟନ୍ତ ଆପଣ ପୂରା ଚିନ୍ତା ମୁକ୍ତ ରହିବେ ।
ବିଏସଏନଏଲ ନିଜ ପୋର୍ଟଫୋଲିଓରେ ଅନେକ ପ୍ଲାନ ରଖିଥିଲା କିନ୍ତୁ ବର୍ତ୍ତମାନ କମ୍ପାନୀ ଲିଷ୍ଟରେ ଆଉ ଏକ ପ୍ଲାନ ଯୋଡିଛି । ଯଦି ଆପଣଙ୍କୁ ସ୍ୱଳ୍ପ ମିଆଦି ପ୍ଲାନ କିମ୍ୱା ବାର୍ଷିକ ପ୍ଲାନ ପସନ୍ଦ ନୁହେଁ ତେବେ ନୂଆ ପ୍ଲାନ ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇପାରେ ।
ଗ୍ରାହକଙ୍କୁ ଆରାମ ପ୍ରଦାନ କରିବାକୁ BSNL ନିଜ ପୋର୍ଟଫୋଲିଓରେ 439 ଟଙ୍କାର ଏକ ପ୍ରିପେଡ୍ ରିଚାର୍ଜ ପ୍ଲାନ ଯୋଡିଛି ।
BSNL 439 ରିଚାର୍ଜ ପ୍ଲାନ ଘରୋଇ ଟେଲିକମ କମ୍ପାନୀର ଚିନ୍ତାକୁ ମଧ୍ୟ ବୃଦ୍ଧି କରିଛି । ବାସ୍ତବରେ, କମ୍ପାନୀ ଏହାର ଉପଭୋକ୍ତାମାନଙ୍କୁ 90 ଦିନର ଦୀର୍ଘ ବୈଧତା ପ୍ରଦାନ କରୁଛି ।
439 ଟଙ୍କା ମୂଲ୍ୟରେ ଏତେ ଲମ୍ବା ବୈଧତା ସହିତ ଜିଓ କିମ୍ବା ଏୟାରଟେଲର କୌଣସି ପ୍ଲାନ ନାହିଁ । ଏହି ରିଚାର୍ଜ ପ୍ଲାନରେ ଆପଣ 90 ଦିନ ପାଇଁ ସ୍ଥାନୀୟ ଏବଂ STD ରେ ଅସୀମିତ କଲିଂ କରିପାରିବେ ।
ଯଦି ଆପଣ ଇଣ୍ଟରନେଟ୍ ଡାଟା ଚାହୁଁଛନ୍ତି ତେବେ ଏହି ପ୍ଲାନରେ ଟିକେ ନିରାଶାଜନକ ହୋଇପାରନ୍ତି । ଏହି ପ୍ଲାନ ବିଶେଷ କରି ସେହି ଉପଭୋକ୍ତାଙ୍କ ପାଇଁ ଆରମ୍ଭ କରାଯାଇଛି, ଯେଉଁମାନେ ଅଧିକ କଲ୍ କରିବା ଆବଶ୍ୟକ କରନ୍ତି ।
ଆପଣଙ୍କୁ କହିରଖୁଛୁ ଯେ, ଏହି ରିଚାର୍ଜ ପ୍ଲାନରେ କମ୍ପାନୀ ଆପଣଙ୍କୁ ଡାଟା ସୁବିଧା ପ୍ରଦାନ କରିବ ନାହିଁ । ଇଣ୍ଟରନେଟ୍ ଡାଟା ବ୍ୟବହାର କରିବାକୁ ହେଲେ ଆପଣଙ୍କୁ ପ୍ଲାନରେ ଏକ ପୃଥକ ଡାଟା ପ୍ଲାନ ଆଡ୍ କରିବାକୁ ପଡିବ ।
ଏଥି ସହିତ ଏହି ପ୍ଲାନରେ ଆପଣଙ୍କୁ ପ୍ରତିଦିନ 100 ମାଗଣା SMS ସୁବିଧା ମିଳିବ । ଯଦି ଆପଣ BSNL ସିମ୍ କୁ ସକ୍ରିୟ ରଖିବାକୁ ଚାହୁଁଛନ୍ତି ତେବେ ମଧ୍ୟ ଏହି ପ୍ଲାନ ଅତ୍ୟନ୍ତ ଲାଭଦାୟକ ହୋଇପାରେ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़