Advertisement
Photo Details/zeeodisha/odisha2367895
photoDetails0hindi

Gold Price Update: 3800 ଟଙ୍କା ଶସ୍ତା ହେଲା ସୁନା, ସୋମବାର କମିବ ନା ବଢିବ ?

Gold and silver Price Update: ଶନିବାର ଏବଂ ରବିବାର ଦିନ ବଜାର ବନ୍ଦ ରହିଥିବାରୁ ସୋମବାର ନୂଆ ଦର ପ୍ରକାଶ ପାଇବ। ବର୍ତ୍ତମାନ ସୁନା ଓ ରୂପା ଶୁକ୍ରବାର ଦିନ ପ୍ରକାଶିତ ଦରରେ କାରବାର ହେଉଛି ।

1/5

ଶୁକ୍ରବାର ଦିନ ସୁନା କେତେ ମହଙ୍ଗା ଥିଲା? ଶୁକ୍ରବାର ଦିନ 24 କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା 671 ଟଙ୍କା ବୃଦ୍ଧି ପାଇ 70,392 ଟଙ୍କା ହୋଇଥିଲା । 23 କ୍ୟାରେଟ୍ ସୁନା 668 ଟଙ୍କା ବୃଦ୍ଧି ପାଇ 70,110 ଟଙ୍କା, 22 କ୍ୟାରେଟ୍ ସୁନା 615ଟଙ୍କା ବଢି 64,479 ଟଙ୍କା ହୋଇଥିଲା । ସେହିପରି 18 କ୍ୟାରେଟ୍ ସୁନା ଦରରେ 503 ଟଙ୍କା ବଢି 52,794 ଟଙ୍କା ହୋଇଛି ଏବଂ 14 କ୍ୟାରେଟ୍ ସୁନା ଦର 392 ଟଙ୍କା ବଢି 41,179 ଟଙ୍କା ହୋଇଛି।

2/5

ଗୁରୁବାର ଦିନର ସୁନା ଓ ରୂପା ହାର- ଏହାପୂର୍ବରୁ, ଗୁରୁବାର ଦିନ ସୁନା ଓ ରୂପା ମୂଲ୍ୟରେ ଏକକାଳୀନ ବୃଦ୍ଧି ରେକର୍ଡ କରାଯାଇଥିଲା । ଗୁରୁବାର ଦିନ ସୁନା 10 ଗ୍ରାମ ପିଛା 412 ଟଙ୍କା ଏବଂ କିଲୋଗ୍ରାମରେ ରୂପା 490 ଟଙ୍କା ବୃଦ୍ଧି ପାଇଥିଲା । ଏହା ପରେ ସୁନା 10 ଗ୍ରାମ ପିଛା 69,721 ଟଙ୍କାକୁ ବୃଦ୍ଧି ପାଇଥିଲା ଏବଂ ରୂପା କିଲୋଗ୍ରାମ ପ୍ରତି 83,464 ଟଙ୍କା ଥିବା ସମୟରେ ବଜାର ବନ୍ଦ ହୋଇଥିଲା ।

3/5

ସର୍ବୋଚ୍ଚ ସ୍ତରରୁ ସୁନା 3,800 ଟଙ୍କା ଏବଂ ରୂପା 10,600 ଟଙ୍କା ଶସ୍ତା-  ଶୁକ୍ରବାର ଦିନ ସୁନା ଏହାର ସର୍ବୋଚ୍ଚ ହାର ତୁଳନାରେ 10 ଗ୍ରାମ ପିଛା ପ୍ରାୟ 3,822 ଟଙ୍କା ଶସ୍ତା ହୋଇଛି। ଆପଣଙ୍କୁ କହିରଖୁଛୁ ଯେ, ସୁନାର ସର୍ବୋଚ୍ଚ ମୂଲ୍ୟ 10 ଗ୍ରାମ ପିଛା 74,214 ଟଙ୍କା ରହିଥିଲା । ଯାହା ଚଳିତ ବର୍ଷ ମେ 21, 2024 ରେ ରେକର୍ଡ କରାଯାଇଥିଲା।

4/5

ଯେତେବେଳେ କି ରୂପା ଏହାର ସର୍ବୋଚ୍ଚ ହାର ତୁଳନାରେ କିଲୋଗ୍ରାମ ପିଛା 10,617 ଟଙ୍କା ଶସ୍ତା ହୋଇଛି। ଆଜି ପର୍ଯ୍ୟନ୍ତ ସର୍ବାଧିକ ରୂପା ଦର କିଲୋଗ୍ରାମ ପ୍ରତି 94,118 ଟଙ୍କା ଥିଲା । ଏହି ଦର ମେ 29, 2024 ରେ ରେକର୍ଡ ହୋଇଥିଲା ।

5/5

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)