Petrol Price: ଖସିଲା ତୈଳ ଦର, ଜାଣନ୍ତୁ କେତେ ଶସ୍ତା ହେଲା ପେଟ୍ରୋଲ ଏବଂ ଡିଜେଲ ?
Advertisement
Article Detail0/zeeodisha/odisha1739859

Petrol Price: ଖସିଲା ତୈଳ ଦର, ଜାଣନ୍ତୁ କେତେ ଶସ୍ତା ହେଲା ପେଟ୍ରୋଲ ଏବଂ ଡିଜେଲ ?

ପେଟ୍ରୋଲ ଓ ଡିଜେଲ ଗ୍ରାହକଙ୍କ ପାଇଁ ଖୁସି ଖବର ଆସିଛି । ଭାରତୀୟ ତୈଳ କମ୍ପାନୀ ଗୁଡିକ ଆଜି ପେଟ୍ରୋଲ ଓ ଡିଜେଲର ଅପଡେଟେଡ୍ ମୂଲ୍ୟ (Updated price) ଜାରି କରିଛନ୍ତି । ଯେଉଁଥିରେ କୌଣସି ପରିବର୍ତ୍ତନ ହୋଇନଥିବା ଦେଖିବାକୁ ମିଳିଛି । କେବଳ ଆଜି ନୁହେଁ ପାଖାପାଖି ବର୍ଷେ ହେବ ପେଟ୍ରୋଲ କିମ୍ୱା ଡିଜେଲ ଦରରେ ସେପରି ଆଖିଦୃଷିଆ ପରିବର୍ତ୍ତନ ହୋଇନାହ

Petrol Price: ଖସିଲା ତୈଳ ଦର, ଜାଣନ୍ତୁ କେତେ ଶସ୍ତା ହେଲା ପେଟ୍ରୋଲ ଏବଂ ଡିଜେଲ ?

Petrol Price: ପେଟ୍ରୋଲ ଓ ଡିଜେଲ ଗ୍ରାହକଙ୍କ ପାଇଁ ଖୁସି ଖବର ଆସିଛି । ଭାରତୀୟ ତୈଳ କମ୍ପାନୀ ଗୁଡିକ ଆଜି ପେଟ୍ରୋଲ ଓ ଡିଜେଲର ଅପଡେଟେଡ୍ ମୂଲ୍ୟ (Updated price) ଜାରି କରିଛନ୍ତି । ଯେଉଁଥିରେ କୌଣସି ପରିବର୍ତ୍ତନ ହୋଇନଥିବା ଦେଖିବାକୁ ମିଳିଛି । କେବଳ ଆଜି ନୁହେଁ ପାଖାପାଖି ବର୍ଷେ ହେବ ପେଟ୍ରୋଲ କିମ୍ୱା ଡିଜେଲ ଦରରେ ସେପରି ଆଖିଦୃଷିଆ ପରିବର୍ତ୍ତନ ହୋଇନାହିଁ । ତେବେ ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ତୈଳ ଦର । 

ଆସନ୍ତୁ ଜାଣିବା ଦେଶର ମେଟ୍ରୋ ସହରରେ କେତେ ଅଛି ପେଟ୍ରୋଲ ଡିଜେଲ ମୂଲ୍ୟ
ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛି ୯୬.୭୨ ଟଙ୍କା, ଡିଜେଲ ଲିଟର ୮୯.୬୨ ଟଙ୍କାରେ ବିକ୍ରି (sale) ହେଉଛି । ମୁମ୍ବାଇରେ ପେଟ୍ରୋଲ ୧୦୬.୩୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୭ ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ୧୦୬ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୭୬ ଟଙ୍କା ରହିଛି। ଅନ୍ୟପକ୍ଷରେ ଚେନ୍ନାଇରେ ପେଟ୍ରୋଲ ୧୦୨.୬୩ ଏବଂ ଡିଜେଲ ଲିଟର ପିଛା ୯୪.୨୪ ଟଙ୍କାରେ ବିକ୍ରି ହେଉଛି।

ଅନ୍ୟପଟରେ ସବୁଠାରୁ ତୈଳ ଦର ମହଙ୍ଗା ଥିବା ସ୍ଥାନ ମଧ୍ୟରେ ରହିଛି ରାଜସ୍ଥାନର ଗଙ୍ଗନଗର ଏବଂ ହନୁମାନଗର । ଏହି ଜିଲ୍ଲାରେ ସବୁଠାରୁ ଅଧିକ ଦାମରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ହେଉଛି । ଗଙ୍ଗନଗରରେ ପେଟ୍ରୋଲର ଲିଟର ପିଛା ୧୧୩.୪୮ ଟଙ୍କା ଏବଂ ଡିଜେଲର ଲିଟର ପିଛା ୯୮.୨୪ ଟଙ୍କା ରହିଛି। ହନୁମାନଗଡ ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୧୧୨.୫୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୭.୩୯ ଟଙ୍କାରେ ବିକ୍ରି ହେଉଛି ।

ତେବେ ପେଟ୍ରୋଲ, ଡିଜେଲ୍ ସବୁଠାରୁ ଶସ୍ତା ଥିବା ସହର ମଧ୍ୟରେ ରହିଛି ପୋର୍ଟ ବ୍ଲେୟାରରେ  । ଏଠାରେ ଆଜି ତୈଳ ଦର ସବୁଠୁ ଶସ୍ତାରେ ବିକ୍ରି ହେଉଛି । ଆପଣ ଜାଣି ରଖନ୍ତୁ ଏଠାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୮୪.୧୦ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୯.୭୪ ଟଙ୍କା ରହିଛି ।

ଏବେ ଜାଣନ୍ତୁ ସମସ୍ତ ମୁଖ୍ୟ ସହରରେ କେତେ ରହିଛି ତୈଳ ଦର ।

ମୁମ୍ବାଇରେ ପେଟ୍ରୋଲ ୧୦୬.୩୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୭ ଟଙ୍କା । କୋଲକାତାରେ ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୭୬ ଟଙ୍କା। ଚେନ୍ନାଇରେ ପେଟ୍ରୋଲ ୧୦୨,୬୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୪ ଟଙ୍କା । ହାଇଦ୍ରାବାଦରେ ପେଟ୍ରୋଲ ୧୦୯.୬୬ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୭.୮୨ ଟଙ୍କା । ବାଙ୍ଗାଲୋରରେ ପେଟ୍ରୋଲ ୧୦୧.୯୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୭.୮୯ ଟଙ୍କା। ଥିରୁବନନ୍ତପୁରମରେ ପେଟ୍ରୋଲ୍ ୧୦୭.୭୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୬.୫୨ ଟଙ୍କା । ପୋର୍ଟ ବ୍ଲେୟାରରେ ପେଟ୍ରୋଲ ୮୪.୧୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୯.୭୪ । ଭୁବନେଶ୍ୱରରେ ପେଟ୍ରୋଲ ୧୦୩.୧୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୭୬ । ଚଣ୍ଡିଗଡ଼ରେ ପେଟ୍ରୋଲ ୯୬.୨୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୪.୨୬ ଟଙ୍କା। ଲକ୍ଷ୍ନୌରେ ପେଟ୍ରୋଲ ୯୬.୫୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୭୬ ଟଙ୍କା । ନୋଏଡାରେ ପେଟ୍ରୋଲ ୯୬.୫୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୯୬ ଟଙ୍କା । ଜୟପୁରରେ ପେଟ୍ରୋଲ ୧୦୮.୪୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୩.୭୨ ଟଙ୍କା। ପାଟନାରେ ପେଟ୍ରୋଲ ୧୦୭.୨୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୦୪ ଟଙ୍କା । ଗୁରୁଗ୍ରାମରେ ଲିଟର ପିଛା ୯୭.୧୮ ଟଙ୍କା ଏବଂ ଡିଜେଲ ୯୦.୦୫ ଟଙ୍କା ।

ଆପଣଙ୍କ ସହରରେ ପେଟ୍ରୋଲ ଏବଂ ଡିଜେଲର ଦର କେତେ ରହିଛି ଜାଣିବାକୁ ଚାହୁଁଥିଲେ ଏହି ଉପାୟ ଆପଣାନ୍ତୁ

ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯୋ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ବଦଳିଥାଏ ଏବଂ ସକାଳ ୬ ଟାରେ ନୂଆ ଦର ଅପଡେଟ୍ ହୁଏ । ଆପଣ ଏସଏମଏସ (SMS) ମାଧ୍ୟମରେ ପେଟ୍ରୋଲ ଏବଂ ଡିଜେଲର ଦୈନିକ ହାର ମଧ୍ୟ ଜାଣିପାରିବେ । ଇଣ୍ଡିଆନ୍ ଅଏଲ୍ ଗ୍ରାହକମାନେ ସିଟି କୋଡ୍ ସହିତ ୯୨୨୪୯୯୨୨୪୯ କୁ RSP ପଠାଇ ପାରିବେ ଏବଂ BPCL ଗ୍ରାହକମାନେ ୯୨୨୩୧୧୨୨୨୨ ନମ୍ୱରକୁ RSP ପଠାଇ ପାରିବେ । ଏଥିସହ  HPCL ଗ୍ରାହକମାନେ ୯୨୨୨୨୦୧୧୨୨ ନମ୍ୱରକୁ HP ମୂଲ୍ୟ ପଠାଇ ତଥ୍ୟ ଜାଣିପାରିବେ ।

ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ପୁଣି ଥରେ ହ୍ରାସ ପାଉଛି । WTI ଅଶୋଧିତ ବ୍ୟାରେଲ ପିଛା ୬୭ ଡଲାରକୁ ଖସି ଆସିଛି ଏବଂ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ୭୨.୦୯ ଡଲାରରେ ପହଞ୍ଚିଛି। ଜୁଲାଇ ୨୦୦୮ ପରେ ଚଳିତ ବର୍ଷ ମାର୍ଚ୍ଚରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୪୦ ଡଲାରରେ ପହଞ୍ଚିଛି । ଏହା ପରେ ମଧ୍ୟ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଘଟିନାହିଁ । ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ପରେ ମଧ୍ୟ ଗତ ବର୍ଷେ ପାଖାପାଖି ହେବ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ ବର୍ଷ ଅର୍ଥାତ ୨୦୦୨ ମସିହା ମେ ୨୧ ତାରିଖରେ ସରକାର ପେଟ୍ରୋଲ ଓ ଡିଜେଲ ଦର ଉପରେ ଏକ୍ସାଇଜ୍ ମୂଲ୍ୟ ହ୍ରାସ କରିଥିଲେ । ପେଟ୍ରୋଲ ଉପରେ ଏକ୍ସଇଜ ଡ୍ୟୁଟି ଲିଟର ପିଛା ୮ଟଙ୍କା ଓ ଡିଜେଲରେ ଲିଟର ପିଛା ଟଙ୍କା ହ୍ରାସ କରାଯାଇଛି । ସେବେଠୁ ତୈଳ ଦର ସାମାନ୍ୟ ହ୍ରାସ ପାଇଥିଲା । ଏହାପରେ ଡିଜେଲ ୯ଟଙ୍କା ୫୦ ପଇସା  ଶସ୍ତା ହୋଇଛି । କେନ୍ଦ୍ର ସରକାରଙ୍କ ଘୋଷଣା ପରେ କିଛି ରାଜ୍ୟ ସରକାର ମଧ୍ୟ ଭାଟ ହ୍ରାସ କରିଛନ୍ତି ।

Also read- ବାସ୍ତୁର ଏହି ୧୦ ଟି ଟିପ୍ସ ପ୍ରତ୍ୟେକ ଘର ପାଇଁ ଶୁଭ ଓ ଲାଭଦାୟକ