Today Petrol-Diesel Price: ପୁଣି ଖସିଲା ଅଶୋଧିତ ତୈଳ ଦର, କମିବ ପେଟ୍ରୋଲ-ଡିଜେଲ ମୂଲ୍ୟ!
Advertisement
Article Detail0/zeeodisha/odisha1444917

Today Petrol-Diesel Price: ପୁଣି ଖସିଲା ଅଶୋଧିତ ତୈଳ ଦର, କମିବ ପେଟ୍ରୋଲ-ଡିଜେଲ ମୂଲ୍ୟ!

Today Petrol-Diesel Price 17 November 2022: ଚଳିତ ବର୍ଷ ମେ ୨୧ରେ ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୮ ଟଙ୍କା ଓ ଡିଜେଲ ଲିଟର ପିଛା ୬ ଟଙ୍କା ହ୍ରାସ କରାଯାଇଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ ପାଇନାହିଁ । 

Today Petrol-Diesel Price: ପୁଣି ଖସିଲା ଅଶୋଧିତ ତୈଳ ଦର, କମିବ ପେଟ୍ରୋଲ-ଡିଜେଲ ମୂଲ୍ୟ!

Today Petrol-Diesel Price 17 November 2022: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର (Crude Oil Price) ରେ ଲଗାତର ହ୍ରାସ ବୃଦ୍ଧି ଲାଗି ରହିଛି । ବିଗତ ଦିନରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ନିକଟକୁ ପହଞ୍ଚି ଯାଇଥିଲା । କିନ୍ତୁ ପୁଣିଥରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳୁଛି । ଅଗଷ୍ଟ-ସେପ୍ଟେମ୍ବର ମାସରେ ରେକର୍ଡ ହ୍ରାସ ପରେ ଅଶୋଧିତ ତୈଳରେ ଏପରି ହ୍ରାସ ବୃଦ୍ଧି ଲାଗି ରହିଛି । ସେପଟେ ଦେଶରେ ପେଟ୍ରୋଲ ଓ ଡିଜେଲର ଦର (Petrol Diesel Price) କମ୍ କରିବାକୁ ଦୀର୍ଘ ଦିନରୁ ଦାବି ରହିଆସିଛି । କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ବୃଦ୍ଧି ଲାଗି ରହିଥିବାରୁ ଭାରତୀୟ ତୈଳ କମ୍ପାନୀଗୁଡିକ ମଧ୍ୟ ମୂଲ୍ୟ ସମ୍ବନ୍ଧରେ କୌଣସି  ନିଷ୍ପତ୍ତି ନେଉନାହାଁନ୍ତି । 

ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟରେ ଦୀର୍ଘ ୬ ମାସ ଧରି କୌଣସି ପରିବର୍ତ୍ତନ ଘଟିନାହିଁ । ଆଜି (ଗୁରୁବାର) ଅର୍ଥାତ ନଭେମ୍ୱର ୧୪ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ (Petrol Diesel Rate) ର ନୂଆ ଦର ଜାରି କରିଦେଇଛନ୍ତି । ଏଠାରେ କହି ରଖୁଛୁ ଯେ, ଦେଶରେ ୧୮୦ ଦିନ ହେବ ତୈଲ ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଆଜି ସକାଳେ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ୯୨.୮୬ ଡଲାରରେ ପହଞ୍ଚିଛି । ସେହିପରି ଡବ୍ଲୁଟିଆଇ ବ୍ୟାରେଲ ପିଛା ୮୫.୨୯ ଡଲାରରେ ପହଞ୍ଚିଛି । ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ, ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଓ ଗୋଟିଏ ଲିଟର ଡିଜେଲ ୮୯.୬୨ ଟଙ୍କା ରହିଛି । ସେହିପରି ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସ୍ଥିରତା ଦେଖାଦେଇଛି । 

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୬.୭୨ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୬.୩୧ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୬.୦୩ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୬୩ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୩.୪୭ ଟଙ୍କା ରହିଛି । ଗତକାଲି ଏଠାରେ ପେଟ୍ରୋଲ ଦର ୧୦୩.୧୯ ଟଙ୍କା ଥିଲା । ସେହିପରି ହାଇଦ୍ରାବାଦରେ ପେଟ୍ରୋଲ ଦର ୧୦୯.୬୬ ଟଙ୍କା ରହିଛି । ବେଙ୍ଗାଲୁରୁରେ ପେଟ୍ରୋଲ ଦର ୧୦୧.୯୪ ଟଙ୍କା ରହିଛି ।

ଆଜି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୬୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୪.୨୭ ଟଙ୍କା ଓ କୋଲକାତାରେ ଲିଟର ପିଛା ୯୨.୭୬ ଟଙ୍କା ରହିଛି । ଚେନ୍ନାଇରେ ଆଜି ଡିଜେଲ ଲିଟର ପିଛା ୯୪.୩୩ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ଡିଜେଲ ଦର ୯୫.୦୩ ଟଙ୍କାରେ ବିକ୍ରି ହେଉଛି । ଗତକାଲି ଡିଜେଲ ଦର ୯୪.୭୬ ଟଙ୍କା ଥିଲା । ସେପଟେ ହାଇଦ୍ରାବାଦରେ ଡିଜେଲ ମୂଲ୍ୟ ୯୭.୮୨ ଟଙ୍କା ଥିବାବେଳେ ବେଙ୍ଗାଲୁରୁରେ ୮୭.୮୯ ଟଙ୍କା ରହିଛି ।

ଅଧିକ ପଢ଼ନ୍ତୁ:-ଟି-20 ସିରିଜ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଟିମ୍ ଇଣ୍ଡିଆକୁ ନେଇ ଦେଲେ ଏଭଳି ମନ୍ତବ୍ୟ, ଶୁଣି ସମସ୍ତେ ଚକିତ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିଥିବା ଏହି ଖେଳାଳିଙ୍କୁ IPL ଟିମରୁ ବି କରିଦିଆଗଲା ଆଉଟ୍

ଅଧିକ ପଢ଼ନ୍ତୁ:-ଶୋଏବ କହିଲେ-ଗୋଡ଼ ଭାଙ୍ଗିଲେ ବି ଶାହିନ୍ ଆଫ୍ରିଦିଙ୍କୁ ଖେଳିବାର ଥିଲା, ସମାଲୋଚକଙ୍କ ଦ୍ୱାରା ଷ୍ଟାର୍ ପେସରଙ୍କ ଅପମାନ ପରେ ମୁହଁତୋଡ଼ ଜବାବ ଦେଲେ ୱାସିମ ଆକ୍ରମ 

 

ଜାଣନ୍ତୁ ଆପଣଙ୍କ ସହରର ରେଟ୍

ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।

ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।