Pervez Musharraf: ଶିଖର ସମ୍ମିଳନୀକୁ ଆସିଥିବା ବେଳେ ଭାରତରେ ପ୍ରେମରେ ପଡିଥିଲେ ମୁସାରଫ, ‘ତାଜ’ ସୌନ୍ଦର୍ଯ୍ୟରେ ହୋଇଥିଲେ ବିମୋହିତ
Advertisement

Pervez Musharraf: ଶିଖର ସମ୍ମିଳନୀକୁ ଆସିଥିବା ବେଳେ ଭାରତରେ ପ୍ରେମରେ ପଡିଥିଲେ ମୁସାରଫ, ‘ତାଜ’ ସୌନ୍ଦର୍ଯ୍ୟରେ ହୋଇଥିଲେ ବିମୋହିତ

Pervez Musharraf Death: ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁସାରଫଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନର ଅସୁସ୍ଥତା ପରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମୁସାରଫ । ଦୁବାଇର ଆମେରିକାନ୍‌ ହସ୍ପିଟାଲରେ ମୁସାରଫ ଆଖି ବୁଜିଛନ୍ତି । ମୁସାରଫ ୧୯୯୯ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା କାର୍ଗିଲ ଯୁଦ୍ଧର ମାଷ୍ଟରମାଇଣ୍ଡ ଥିଲେ।

ସୌଜନ୍ୟ- ସୋସିଆଲ ମିଡିଆ

ଶିଖର ସମ୍ମିଳନୀ ସଫଳ ହୋଇପାରିଲା ନାହିଁ : କାର୍ଗିଲ ଯୁଦ୍ଧର ୨ ବର୍ଷ ପରେ ଜୁଲାଇ ୨୦୦୧ରେ ବାଜପେୟୀ ମୁସାରଫଙ୍କୁ ଆଗ୍ରା ସମ୍ମିଳନୀକୁ ନିମନ୍ତ୍ରଣ କଲେ। ଏହି ବୈଠକରେ ବହୁତ କିଛି ସୁଫଳ ମିଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଭାରତୀୟ ସାମ୍ବାଦିକମାନଙ୍କ ସହ ଏକ ବୈଠକରେ ମୁସାରଫଙ୍କ କଥୋପକଥନ ପରେ ସବୁକିଛି ଓଲଟପାଲଟ ହୋଇଗଲା। ଭାରତ ଗସ୍ତ ସମୟରେ ମୁସାରଫଙ୍କୁ ପ୍ରତ୍ନତତ୍ତ୍ୱବିତ୍ କେ.କେ ମହମ୍ମଦ ତାଜମହଲ ବୁଲାଇଥିଲେ। ତାଜମହଲର ସୌନ୍ଦର୍ଯ୍ୟରେ ସେ ଏତେ ପ୍ରଭାବିତ ହୋଇଥିଲେ ଯେ, ତାଜମହଲ ଦେଖିବା ପରେ ସେ  ପ୍ରଥମେ ପଚାରିଥିଲେ ଏହାକୁ କିଏ ନିର୍ମାଣ କରିଥିଲେ? କେ.କେ ମହମ୍ମଦ ୨୦୦୧ରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍ ଇଣ୍ଡିଆ (ASI) ରେ ଆଗ୍ରା ସର୍କଲର ଅଧୀକ୍ଷକ ଥିଲେ

ମୁଶରଫଙ୍କ ପତ୍ନୀ ଅନେକ ପ୍ରଶ୍ନ ପଚାରିଥିଲେ: ଯେତେବେଳେ ମୁସାରଫ ଭାରତ ଗସ୍ତରେ ଆସିଥିଲେ । ସେତେବେଳେ ସେ ଦିର୍ଘ ୧ ଘଣ୍ଟା ପର୍ଯ୍ୟନ୍ତ ତାଜମହଲରେ ବୁଲିଥିଲେ। ତଜ ମହଲର ସୌନ୍ଦର୍ଯ୍ୟରେ ସେ ଏତେ ପ୍ରଭାବିତ ହୋଇଥିଲେ ଯେ,  ପ୍ରତ୍ନତତ୍ତ୍ୱବିତ୍ କେ.କେ ମହମ୍ମଦଙ୍କୁ ତାଜମହଲ ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲେ।  ସେ ତାଙ୍କ ପତ୍ନୀ ଶିବା ମୁସାରଫଙ୍କ ସହ ଯାଇଥିଲେ। ମୁସାରଫଙ୍କ ପ୍ରଥମ ପ୍ରଶ୍ନ ଥିଲା ଯେ, କିଏ ଏହାକୁ ନିର୍ମାଣ କରିଛନ୍ତି ? ମୁସାରଫ ୧୫ ଜୁଲାଇ ୨୦୦୧ ସନ୍ଧ୍ୟାରେ ତାଜମହଲକୁ ଦେଖିଥିଲେ। କେ.କେ ମହମ୍ମଦ ତାଙ୍କୁ ତାଜମହଲ ଭ୍ରମଣ କରାଇଥିଲେ । 

Also Read :

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ପୂର୍ବତନ ଆର୍ମି ମୁଖ୍ୟ ପରଭେଜ ମୁସାରଫଙ୍କ ରବିବାର ଦୁବାଇର ଏକ ହସ୍ପିଟାଲରେ ନିଧନ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହ ବହୁ ଦୁର୍ନୀତି ମାମଲାରେ ପାକିସ୍ତାନ ସରକାର ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ସେ ଦେଶରୁ ପଳାୟନ କରି ଦୁବାଇରେ ୨୦୧୬ରୁ ଆଶ୍ରୟ ନେଇଥିଲେ। ତେବେ ତାଙ୍କ ମର ଶରୀରକୁ ସ୍ବଦେଶକୁ ଅଣାଯିବ କି ଦୁବାଇରେ ଶେଷକୃତ କରାଯିବ ସେ ନେଇ କୌଣସି ସୂଚନା ମିଳିନାହିଁ। ମୁସାରଫ ପାକିସ୍ତାନର ୧୦ମ ରାଷ୍ଟ୍ରପତି ଥିଲେ। ୧୯୪୩  ଅଗଷ୍ଟ ୧୧ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ଉଚ୍ଚଶିକ୍ଷା କରାଚିରେ ହୋଇଥିଲା। ସେ ଲାହୋରସ୍ଥିତ ଖ୍ରୀଷ୍ଟିଆନ କଲେଜରେ ଅଧ୍ୟୟନ କରିଥିଲେ। ଭୁଟୋ ହତ୍ୟା ଘଟଣା ଓ ଲାଲ ମସଜିଦ କ୍ଲର୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୨୦୧୬ରେ ଚିକିତ୍ସା ପାଇଁ ଦୁବାଇ ଯାଇ ସେଠାରେ ରହି ଆସୁଥିଲେ।