Pension News: ପେନସନଭୋଗୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର; ଏଣିକି ମିଳିବ ୫୦ ପ୍ରତିଶତ ଅଧିକ ପେନସନ, ସରକାର ଜାରି କଲେ ଆଦେଶ!
Advertisement

Pension News: ପେନସନଭୋଗୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର; ଏଣିକି ମିଳିବ ୫୦ ପ୍ରତିଶତ ଅଧିକ ପେନସନ, ସରକାର ଜାରି କଲେ ଆଦେଶ!

Pension News: ପୁରୁଣା ପେନସନ ଯୋଜନାରେ ଅବସର ସମୟରେ ବେତନର ଅଧା ରାଶି କର୍ମଚାରୀଙ୍କୁ ପେନସନ୍ ଭାବରେ ଦିଆଯାଏ । ପୁରୁଣା ପେନସନ ଯୋଜନା ଅଧୀନରେ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠିର ବ୍ୟବସ୍ଥା ଦିଆଯାଇଛି । ଏହି ଯୋଜନାରେ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ମିଳିବାର ସୁବିଧା ରହିଛି । ପ୍ରତି ଛଅ ମାସ ପରେ ଡିଏ ବୃଦ୍ଧି ହୁଏ । ଏହି ଯୋଜନା ଅଧୀନରେ ପେନସନ ପରିମାଣ ସରକାରଙ୍କ ରାଜ କୋଷରୁ ପ୍ରଦାନ କରାଯାଇଥାଏ । ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁପରେ ତାଙ୍କ ପରିବାର ସଦସ୍ୟ ନିୟମ ଅନୁଯାୟୀ ପେନସନ୍ ରାଶି ପାଇଥାନ୍ତି । ଏ

Pension News: ପେନସନଭୋଗୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର; ଏଣିକି ମିଳିବ ୫୦ ପ୍ରତିଶତ ଅଧିକ ପେନସନ, ସରକାର ଜାରି କଲେ ଆଦେଶ!

Pension Latest News: ପେନସନଭୋଗୀ (Pensioners) ଙ୍କ ପାଇଁ ଏକ ବଡ଼ ଖବର ଅଛି । ଯଦି ଆପଣ ମଧ୍ୟ ପେନସନ୍‌ର ଲାଭ ଉଠାଉଛନ୍ତି, ତେବେ ବର୍ତ୍ତମାନ ସରକାରଙ୍କ ତଫରୁ ଆପଣ ପାଇଥିବା ପେନସନ୍ (Pension) ୫୦ ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି । ପେନସନ୍ ବୃଦ୍ଧି ଯୋଗୁଁ ଆପଣଙ୍କ ଆକାଉଣ୍ଟରେ ଅଧିକ ଟଙ୍କା ଆସିବ, କିନ୍ତୁ ଏହାର ଲାଭ ପାଇବାକୁ କେବଳ ଅଳ୍ପ ଲୋକ ସକ୍ଷମ ହେବେ । ଆପଣଙ୍କୁ କହି ରଖୁଛୁ ଯେ, ପୁରୁଣା ପେନସନ୍ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସାରା ଦେଶରେ ଏକ ଅଭିଯାନ ଚାଲିଛି । ଏଥି ସହିତ ଏଭଳି ପରିସ୍ଥିତିରେ ପେନସନର ୫୦ ପ୍ରତିଶତ ବୃଦ୍ଧି କର୍ମଚାରୀଙ୍କ ପାଇଁ ଅତ୍ୟନ୍ତ ଖୁସି ଖବର ଅଟେ ।

ଆମେ ଆପଣଙ୍କୁ କହିରଖୁଛୁ ଯେ, ୨୦୦୬ ମସିହାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସହ ଜଡିତ ପେନ୍‌ସନ୍‌ଭୋଗୀ ଓ ସେମାନଙ୍କ ପରିବାର ରାଜ୍ୟ ସରକାରଙ୍କଠାରୁ ଏହି ସୁବିଧା ପାଇବାକୁ ଯାଉଛନ୍ତି । ପେନସନ୍ ସଂଶୋଧିତ ହୋଇଛି ଯେଉଁଥିରେ ଅତିରିକ୍ତ ପେନସନ୍ ପାଇଁ ସରକାର ତରଫରୁ ଆଦେଶ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ଏକ ବିଜ୍ଞପ୍ତି ଜାରି କରାଯାଇଛି ଯେ ୮୦ରୁ ୮୫ ବର୍ଷ ବୟସ ମଧ୍ୟରେ ଥିବା ପେନସନ୍‌ଭୋଗୀ ଓ ପରିବାର ପେନସନଧାରୀମାନେ ୨୦ ପ୍ରତିଶତ ଅତିରିକ୍ତ ପେନସନର ଲାଭ ପାଇବେ । ଏହା ସହିତ ୮୪ରୁ ୯୦ ବର୍ଷ ବୟସ ମଧ୍ୟରେ ଥିବା ପେନ୍‌ସନ୍‌ଭୋଗୀ ଓ ପରିବାର ପେନସନଭୋଗୀମାନେ ବେସିକ ପେନସନର ୩୦ ପ୍ରତିଶତ ଅଧିକ ପାଇବେ । ଅର୍ଥାତ ଏହି ଲୋକମାନେ ୩୦ ପ୍ରତିଶତ ଅତିରିକ୍ତ ପେନସନ୍ ପାଇବେ । 

ଏହା ସହିତ ୯୦ରୁ ୯୫ ବର୍ଷ ବୟସ ମଧ୍ୟରେ ଥିବା ପେନସନଭୋଗୀ ଓ ପରିବାର ପେନସନଭୋଗୀମାନେ ସଂଶୋଧିତ ମୌଳିକ ପେନସନ୍ କିମ୍ବା ପରିବାର ପେନସନର ୪୦ ପ୍ରତିଶତ ଅଧିକ ପାଇବେ । ଏଥି ସହିତ ୯୫ରୁ ୧୦୦ ବର୍ଷ ବୟସ ମଧ୍ୟରେ ଥିବା ପେନସନଭୋଗୀମାନେ ୫୦ ପ୍ରତିଶତ ଅଧିକ ପେନସନ୍ ରାଶି ପାଇବେ । ଏହା ବ୍ୟତୀତ ୧୦୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ପାଇଁ ୧୦୦ ପ୍ରତିଶତ ଅତିରିକ୍ତ ପେନସନ୍ ରାଶି ଉପଲବ୍ଧ ହେବ ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ରାଜ୍ୟର ପେନସନଭୋଗୀମାନେ ଏଥିରୁ ଉପକୃତ ହେବେ । ଅତିରିକ୍ତ ପେନସନ୍ କିମ୍ବା ପରିବାର ପେନସନ୍ ରାଶି ଗ୍ରହଣ ପ୍ରକ୍ରିୟା ପେନସନ୍ ଅଧିକାରୀ କିମ୍ବା ସରକାରୀ କ୍ଷେତ୍ର ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ଦ୍ୱାରା ନିଶ୍ଚିତ ହେବ । ଏହା ବ୍ୟତୀତ ପେନସନ୍ କିମ୍ବା ପାରିବାରିକ ପେନସନ୍ ରାଶିର ଦେୟ ଆଦେଶ କେବଳ ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ (Himachal Pradesh) ରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ (OPS Restored) କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ (Sukhwinder Singh Sukhu) ଙ୍କ ନେତୃତ୍ୱରେ କଂଗ୍ରେସ ସରକାର (Congress Govt) ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ (Old Pension Scheme) ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଛତିଶଗଡ ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ:-ଚିକେନକୁ ରୋଷେଇ କରିବା ପୂର୍ବରୁ ଧୋଉଛନ୍ତି କି ଆପଣ? ଯଦି ହଁ, ତେବେ ଏବେଠୁ ହୋଇଯାଆନ୍ତୁ ସାବଧାନ

ଅଧିକ ପଢ଼ନ୍ତୁ:-ଆତ୍ମସମର୍ପଣ କରିବେ ଜେଲେନସ୍କି, ବାଇଡେନଙ୍କଠୁ ମିଳିସାରିଛି ମଞ୍ଜୁରୀ!

ଅଧିକ ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଲେ କେଏଲ ରାହୁଲ! BCCIର ଏହି ଟ୍ୱିଟ୍ରୁ ହଠାତ୍ ସୃଷ୍ଟି ହେଲା ହଙ୍ଗାମା

 

ପୁରୁଣା ପେନସନ୍ ଯୋଜନା କ’ଣ?

ଏହି ଯୋଜନାରେ ଅବସର ସମୟରେ ବେତନର ଅଧା ରାଶି କର୍ମଚାରୀଙ୍କୁ ପେନସନ୍ ଭାବରେ ଦିଆଯାଏ । ପୁରୁଣା ପେନସନ ଯୋଜନା ଅଧୀନରେ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (GPF) ର ବ୍ୟବସ୍ଥା ଦିଆଯାଇଛି । ଏହି ଯୋଜନାରେ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ମିଳିବାର ସୁବିଧା ରହିଛି । ପ୍ରତି ଛଅ ମାସ ପରେ ଡିଏ ବୃଦ୍ଧି ହୁଏ । ଏହି ଯୋଜନା ଅଧୀନରେ ପେନସନ ପରିମାଣ ସରକାରଙ୍କ ରାଜ କୋଷରୁ ପ୍ରଦାନ କରାଯାଇଥାଏ । ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁପରେ ତାଙ୍କ ପରିବାର ସଦସ୍ୟ ନିୟମ ଅନୁଯାୟୀ ପେନସନ୍ ରାଶି ପାଇଥାନ୍ତି । ଏହି ଯୋଜନାରେ କର୍ମଚାରୀଙ୍କ ବେତନରୁ କୌଣସି ରାଶି କଟାଯାଏ ନାହିଁ ।

ଆପଣଙ୍କୁ କହି ରଖୁଛୁ ଯେ, ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।