Pension Hike: ଲକ୍ଷ ଲକ୍ଷ ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର, ପେନସନରେ ହେବ ଏତେ ଟଙ୍କାର ବୃଦ୍ଧି!
Advertisement

Pension Hike: ଲକ୍ଷ ଲକ୍ଷ ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର, ପେନସନରେ ହେବ ଏତେ ଟଙ୍କାର ବୃଦ୍ଧି!

Pension Hike: ଆପଣଙ୍କୁ କହି ରଖୁଛୁ ଯେ, ୧ ଫେବୃଆରୀ ୨୦୨୩ରେ ସଂସଦର ଲୋକସଭାରେ ବଜେଟ୍ ଉପସ୍ଥାପିତ ହେବ । ତେବେ ଆସନ୍ତୁ ଜାଣିବା ଏଥର ବଜେଟରେ କେତେ ପେନସନ ବୃଦ୍ଧି କରାଯାଇପାରେ । ଦେଶର ବିଶିଷ୍ଟ ଅର୍ଥନୀତିଜ୍ଞମାନେ ବଜେଟ୍ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠି ଲେଖିଛନ୍ତି । 

Pension Hike: ଲକ୍ଷ ଲକ୍ଷ ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର, ପେନସନରେ ହେବ ଏତେ ଟଙ୍କାର ବୃଦ୍ଧି!

Pension Hike: ଆଗାମୀ ବଜେଟ ସମୟରେ ବୃଦ୍ଧ ଓ ବିଧବାମାନଙ୍କୁ ବଡ଼ ଖୁସି ଖବର ମିଳିପାରେ । ଅର୍ଥମନ୍ତ୍ରୀ (Finance Minister) ନିର୍ମଳା ସୀତାରମଣ (Nirmala Sitharaman) ଙ୍କ ତରଫରୁ ଏହି ଖୁସି ମିଳିପାରେ । ଏଥର ବଜେଟରେ (Budget 2023) କେନ୍ଦ୍ରର ମୋଦି ସରକାର (Modi Government) ବୃଦ୍ଧ ଓ ବିଧବା ମହିଳାଙ୍କ ପେନସନ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇପାରନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ୧ ଫେବୃଆରୀ ୨୦୨୩ରେ ସଂସଦର ଲୋକସଭାରେ ବଜେଟ୍ ଉପସ୍ଥାପିତ ହେବ । ତେବେ ଆସନ୍ତୁ ଜାଣିବା ଏଥର ବଜେଟରେ କେତେ ପେନସନ ବୃଦ୍ଧି (Pension Hike) କରାଯାଇପାରେ...

ଦେଶର ବିଶିଷ୍ଟ ଅର୍ଥନୀତିଜ୍ଞମାନେ ବଜେଟ୍ (Budget 2023) ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ (Finance Minister) ନିର୍ମଳା ସୀତାରମଣ (Nirmala Sitharaman) ଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ସାମାଜିକ ସୁରକ୍ଷା ଦୃଷ୍ଟିରୁ ପେନସନ୍‌ ବୃଦ୍ଧି କରିବାକୁ ଦାବି କରାଯାଇଛି । ଏହା ସହିତ ମାତୃତ୍ୱ ସୁବିଧା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ବୃଦ୍ଧାବସ୍ଥା ପେନସନ୍ କଥା ଆଲୋଚନା କରିବା ତ ନ୍ୟାସନାଲ ଓଲ୍ଡ ଏଜ୍ ପେନସନ୍‌ ସ୍କିମ୍ (National Old Age Pension Scheme) ଅଧୀନରେ କେନ୍ଦ୍ର ସରକାର ୨୦୦୬ ମସିହାରୁ ମାସିକ ମାତ୍ର ୨୦୦ ଟଙ୍କା ହାରରେ ପେନସନ୍ ପ୍ରଦାନ କରୁଛନ୍ତି । 

ଅର୍ଥନୀତିଜ୍ଞ ମାନେ କହିଛନ୍ତି ଯେ, ଏହା ଆଦୌ ଠିକ୍ ନୁହେଁ । କେନ୍ଦ୍ର ସରକାର ଏହି ଯୋଗଦାନକୁ ମାସକୁ ଅତି କମରେ ୫୦୦ ଟଙ୍କା ବୃଦ୍ଧି କରିବା ଆବଶ୍ୟକ । ବିଧବା ମାନଙ୍କ ପେନସନ୍‌ (Widow Pension) ବିଷୟରେ କହିବାକୁ ଗଲେ ଏହାକୁ ମାସକୁ ୩୦୦ରୁ ୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରାଯାଇଛି । ଏହି ଚିଠି ଅନୁଯାୟୀ ପେନସନ୍‌ ପାଇଁ ଖର୍ଚ୍ଚ ପ୍ରାୟ ୧୫୬୦ କୋଟି ଟଙ୍କା ହେବ । ଏଥି ସହିତ ଅର୍ଥନୀତିଜ୍ଞ ଆର୍ଥିକ ବର୍ଷ ୨୦୨୩-୨୪ର ବଜେଟରେ ମାତୃତ୍ୱ ସୁରକ୍ଷା ସମ୍ବନ୍ଧରେ ମଧ୍ୟ ଦାବି କରିଛନ୍ତି । ସେମାନେ କହିଛନ୍ତି ଯେ, ମାତୃତ୍ୱ ଅଧିକାରକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରାଯିବା ଉଚିତ ଓ ଯଦି ଆମେ ଏଥିପାଇଁ ଖର୍ଚ୍ଚ ବିଷୟରେ ଆଲୋଚନା କରିବା ତେବେ ଏହା ପ୍ରାୟ ୮,୦୦୦ କୋଟି ଟଙ୍କା ହେବ ।

ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ରୋହିତ ଶର୍ମା ଆହତ ହୋଇ ପହଞ୍ଚିଲେ ହସ୍ପିଟାଲ; ଜାଣନ୍ତୁ ପୂରା ଘଟଣା

ଏହା ବି ପଢ଼ନ୍ତୁ:-RBI ପୁଣି ଦେଲା ଝଟକା! ସମସ୍ତ ପ୍ରକାରର ଲୋନ୍ ହେବ ମହଙ୍ଗା

ଏହା ବି ପଢ଼ନ୍ତୁ:-ଯଦି ଆକଳନ ସତ ହୁଏ ତ ଆପରୁ କିଏ ହେବେ ଦିଲ୍ଲୀର ମେୟର? ରେସରେ ଅଛନ୍ତି ଏସବୁ ନାମ

 

ଆପଣଙ୍କୁ କହି ରଖୁଛୁ ଯେ, ଏହି ଅର୍ଥନୀତିଜ୍ଞଙ୍କ ତାଲିକାରେ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସର ପ୍ରଫେସର ଏମେରିଟସ୍ Jean Dreze, କାଲିଫର୍ଣ୍ଣିଆ ବାର୍କଲେ ୟୁନିଭର୍ସିଟିର ପ୍ରଫେସର ଏମେରିଟସ୍ ପ୍ରଣବ ବର୍ଦ୍ଧନ, ମୁମ୍ବାଇ ସ୍ଥିତ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ର ଅର୍ଥନୀତି ପ୍ରଫେସର ଆର ନାଗରାଜ, ଆଇଆଇଟି ଦିଲ୍ଲୀର ଅର୍ଥନୀତିର ପ୍ରଫେସର ରିତିକା ଖେରା, ଜେଏନୟୁ ପ୍ରଫେସର ସୁଖଦେବ ଥୋରାଟ ସମେତ ଅନ୍ୟମାନେ ସାମିଲ ଅଛନ୍ତି ।