Paytm Payments Bank: ପ୍ରତିଷ୍ଠାତାଙ୍କ ପରେ ଇସ୍ତଫା ଦେଲେ ପେଟିଏମ ସିଇଓ-ଏମଡ଼ି
Advertisement
Article Detail0/zeeodisha/odisha2197010

Paytm Payments Bank: ପ୍ରତିଷ୍ଠାତାଙ୍କ ପରେ ଇସ୍ତଫା ଦେଲେ ପେଟିଏମ ସିଇଓ-ଏମଡ଼ି

Paytm MD & CEO Surinder Chawla: ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛି ପେଟିଏମ୍ ପେମେଣ୍ଟ ବ୍ୟାଙ୍କ (ପିପିବି) ପରିଚାଳନା ନିର୍ଦ୍ଦେଶ (ଏମଡ଼ି) ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରିନ୍ଦର ଚାୱଲା।

Paytm Payments Bank: ପ୍ରତିଷ୍ଠାତାଙ୍କ ପରେ ଇସ୍ତଫା ଦେଲେ ପେଟିଏମ ସିଇଓ-ଏମଡ଼ି

Paytm MD & CEO Surinder Chawla: ପେଟିଏମ୍ ଦ୍ୱାରା ଫିଣ୍ଟେକ୍ କମ୍ପାନୀ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ପାଇଁ ସ୍ଥିତି ଭଲ ହେବା ଭଳି ମନେ ହେଉନାହିଁ। କମ୍ପାନୀ ପରିଚାଳନା ସ୍ଥିତିରେ ଉନ୍ନତି ହେବା ପରିବର୍ତ୍ତେ ଏହା ଆହୁରି ଖରାପ ହେବାରେ ଲାଗିଛି। ଯାହାର ପ୍ରମାଣ ମଙ୍ଗଳବାର (ଅପ୍ରେଲ ୯) ମିଳିଯାଇଛି। ପେଟିଏମ୍ ପେମେଣ୍ଟ ବ୍ୟାଙ୍କ (ପିପିବି) ପରିଚାଳନା ନିର୍ଦ୍ଦେଶ (ଏମଡ଼ି) ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁରିନ୍ଦର ଚାୱଲାଙ୍କ ପାଖରୁ ଆସିଛି। ପେଟିଏମ ସିଇଓ-ଏମଡ଼ି ସୁରିନ୍ଦର ଚାୱଲା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ  ଷ୍ଟକ ଏକ୍ସଚେଞ୍ଜ ଠାରେ କମ୍ପାନୀ ଏକ ଫାଇଲ ଦାଖଲ କରି ସୂଚନା ଦେଇଛି। ପୂର୍ବରୁ ପେଟିଏମ୍ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଫେବୃଆରୀ ଶେଷରେ ପିପିବି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହି ଅବଧି ମଧ୍ୟରେ କମ୍ପାନୀ ବୋର୍ଡ ସହ ଜଡ଼ିତ କିଛି ସ୍ୱାଧିନ ନିର୍ଦ୍ଦେଶକ ଇସ୍ତଫା ଦେଇଥିବାର ଖବର ଆସିଥିଲା।

ଇସ୍ତଫା ସମ୍ପର୍କରେ କ'ଣ କହିଲା କମ୍ପାନୀ? 
ପେଟିଏମ ପ୍ୟାରେଣ୍ଟ୍ କମ୍ପାନୀ (Paytm Parent Company) ୱାନ୍ ୯୭ କମ୍ୟୁନିକେସନ୍ ଲିମିଟେଡ୍ (One97 Communications Limited) ଷ୍ଟକ୍ ଏକ୍ସଚେଞ୍ଜ ଠାରେ ତାଲିକାଭୁକ୍ତ ହୋଇଛି। ମଙ୍ଗଳବାର କମ୍ପାନୀ ଏହାର ଏକ ଫାଇଲିଂ ମାଧ୍ୟମରେ କହିଛି ଯେ ଏହାର ସହଯୋଗୀ ସଂସ୍ଥା ପେଟିଏମ୍ ପେମେଣ୍ଟ ବ୍ୟାଙ୍କ (Paytm Payments Bank) ପିପିବି (PPB) ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (PPB MD & CEO) ସୁରିନ୍ଦର ଚାୱଲା (Paytm MD & CEO Surinder Chawla) ଅପ୍ରେଲ ୯ ତାରିଖ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସୁରିନ୍ଦର ଚାୱଲା କହିଛନ୍ତି ଯେ ତାଙ୍କ ଇସ୍ତଫା ପଛରେ କିଛି ବ୍ୟକ୍ତିଗତ କାରଣ ରହିଛି। ସେ ତାଙ୍କ କ୍ୟାରିୟର ପାଇଁ ଭଲ ସୁଯୋଗ ଖୋଜୁଛନ୍ତି।

କେତେ ଦିନ ପର୍ଯ୍ୟନ୍ତ କମ୍ପାନୀ ପାଖରେ ରହିବେ ଏମଡ଼ି-ସିଇଓ ସୁରିନ୍ଦର ଚାୱଲା? 
ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଠାରେ ଏମଡ଼ି-ସିଇଓ ସୁରିନ୍ଦର ଚାୱଲା ଆସନ୍ତା ଜୁନ ୨୬ ତାରିଖ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିବେ। ଯଦି ଏହାକୁ ନେଇ କମ୍ପାନୀ ଏବଂ ତାଙ୍କ ମଧ୍ୟରେ ପାରସ୍ପରିକ ସହମତି ହୋଇଥାଏ ତାହେଲେ ଏହି ତାରିଖ ମଧ୍ୟ ପରିବର୍ତ୍ତନ ହୋଇପାରେ। ଏନେଇ ୱାନ୍ ୯୭ କମ୍ୟୁନିକେସନ୍ ଲିମିଟେଡ୍ (One 97 Communication Limited) ପକ୍ଷରୁ କୁହାଯାଇଛି କହିଛି ଯେ ୨୦୨୪ ମାର୍ଚ୍ଚ ୧ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ଡିସକ୍ଲୋଜର ଅନୁଯାୟୀ କମ୍ପାନୀ ଏବଂ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଲିମିଟେଡ (Paytm Payments Bank Limited) ପିପିବିଏଲ (PPBL) ମଧ୍ୟରେ ହୋଇଥିବା ସମସ୍ତ ଚୁକ୍ତିନାମା ବାତିଲ କରାଯାଇଛି। ପିପିଏଲ ପାଇଁ ୫ ଜଣିଆ ସ୍ୱାଧିନ ନିର୍ଦ୍ଦେଶକଙ୍କ ଏକ ବୋର୍ଡ ଗଠନ କରାଯାଇଛି। ଯେଉଁଥିରେ ଜଣେ ସ୍ୱାଧୀନ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। କମ୍ପାନୀ ପକ୍ଷରୁ କୌଣସି ପ୍ରାର୍ଥୀ ନାହାଁନ୍ତି।

ପେଟିଏମ୍ ଶେଷରେ କହିଛି ଯେ କମ୍ପାନୀ ଏହାର ମଚେଣ୍ଟ ଅଧିଗ୍ରହଣ ଏବଂ ୟୁପିଆଇ ସେବାରେ (Paytm UPI Service) ଉନ୍ନତି ଆଣିବା ପାଇଁ ବ୍ୟାଙ୍କିଙ୍ଗ୍ ଅଂଶୀଦାରଙ୍କ ସହିତ ନିରନ୍ତର କାର୍ଯ୍ୟ କରୁଛି। ସୁରିନ୍ଦର ଚାୱଲା ଏପରି ଏକ ସମୟରେ ଇସ୍ତଫା ଦେଇଛନ୍ତି ଯେତେବେଳେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (Reserve bank of India) ପକ୍ଷରୁ କଠୋର ପ୍ରତିବନ୍ଧକ ସାମ୍ନା କରୁଛି। ଗତ ବର୍ଷ ଜାନୁଆରୀ ମାସରେ ପିପିବିଏଲ ସହ ଯୋଡ଼ି ହୋଇଥିଲେ ସୁରିନ୍ଦର ଚାୱଲା। ହେଲେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବାରମ୍ବାର ନିୟାମକ ମାନଦଣ୍ଡର ଉଲ୍ଲଂଘନ ହେତୁ ପିପିବିଏଲ ଉପରେ ଆରବିଆଇ ସତର୍କ ନଜର ରଖିବା ଆରମ୍ଭ କରି ଦେଇଥିଲା।